ETV Bharat / international

ଆର୍ମେନିଆ ଏବଂ ଆଜେରବାଇଜାନ ଆଞ୍ଚଳିକ ବିବାଦ: 23 ମୃତ, 100 ଆହତ - Armenia and Azerbaijan fight over disputed Nagorno-Karabakh

ଆର୍ମେନିଆ ଏବଂ ଆଜେରବାଇଜାନ ମଧ୍ୟରେ ଆଞ୍ଚଳିକ ବିବାଦ। ଉଗ୍ର ରୂପ ନେଇଥିବା ଏହି ସଂଘର୍ଷରେ ଅତି କମରେ 23 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 100 ରୁ ଉର୍ଦ୍ଧ୍ବ ଆହତ।

ଆର୍ମେନିଆ ଏବଂ ଆଜେରବାଇଜାନ ଆଞ୍ଚଳିକ ବିବାଦ, 23 ମୃତ, 100 ଆହତ

author img

By

Published : Sep 28, 2020, 7:53 AM IST

ୱାସିଂଟନ୍: ବିଶ୍ୱର ସର୍ବ ପୁରାତନ ଦ୍ୱନ୍ଦ୍ୱ ମଧ୍ୟରୁ ଆର୍ମେନିଆ ଏବଂ ଆଜେରବାଇଜାନ ମଧ୍ୟରେ ଏକ ଆଞ୍ଚଳିକ ବିବାଦ ଅନ୍ୟତମ। ବର୍ଷ ବର୍ଷ ଧରି ଜାରି ରହିଥିବା ଏହି ସଂଘର୍ଷ ପୁନର୍ବାର ମୁଣ୍ଡ ଟେକିଛି। ରବିବାର ଏହା ଉଗ୍ର ରୂପ ନେଇଥିବା ଏହି ସଂଘର୍ଷରେ ଅତି କମରେ 23 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 100 ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି।

ଦୁଇ ପୂର୍ବତନ ସୋଭିଏତ୍ ଗଣତନ୍ତ୍ର ନାଗର୍ଣ୍ଣୋ-କରାବାକ୍ ଅଞ୍ଚଳ ପାଇଁ ଲଢେଇ ଜାରି ରଖିଛନ୍ତି। ତେବେ ଏହି ଅଞ୍ଚଳ ଆନ୍ତର୍ଜାତୀୟ ସ୍ତରରେ ଆଜେରବାଇଜାନର ଏକ ଅଂଶ ଭାବରେ ସ୍ୱୀକୃତିପ୍ରାପ୍ତ କିନ୍ତୁ ଜାତିଗତ ଆର୍ମେନୀୟମାନଙ୍କ ଦ୍ୱାରା ନିୟନ୍ତ୍ରିତ। 1990 ଦଶକର ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଲେ ।

ଆଜେରବାଇଜାନର ରାଷ୍ଟ୍ରପତି ଇଲହାମ ଅଲିଏଭ ରବିବାର କହିଛନ୍ତି ଯେ ସେ ଏହି ଅଞ୍ଚଳ ଉପରେ ପୁନଃ ନିୟନ୍ତ୍ରଣକୁ ନେଇ ଆତ୍ମବିଶ୍ୱାସୀ। ଆଜେରବାଇଜାନର କେତେକ ଅଞ୍ଚଳରେ, ଆର୍ମେନିଆ ଏବଂ ନାଗର୍ଣ୍ଣୋ-କରାବାକରେ ହୋଇଥିବା ହିଂସା ମଧ୍ୟରେ ସାମରିକ ଆଇନ ଘୋଷଣା କରାଯାଇଛି।

ବିବାଦ ତିନି ଦଶନ୍ଧିରୁ ଅଧିକ ସମୟ ଧରି ସମାଧାନ ହୋଇନଥିଲା, ପର୍ଯ୍ୟାୟକ୍ରମେ ଯୁଦ୍ଧ ଚାଲିଥିଲା । ଜୁଲାଇରେ ସୀମା ସଂଘର୍ଷରେ ଅତି କମରେ 16 ଜଣଙ୍କର ମୃତ୍ୟୁ ଘଟିଥିଲା, ଯାହା ଆଜେରବାଇଜାନର ରାଜଧାନୀ ବାକୁରେ ବର୍ଷକ ମଧ୍ୟରେ ସର୍ବ ବୃହତ ପ୍ରଦର୍ଶନ କରିଥିଲା। ଏହି ଅଞ୍ଚଳର ପୁନଃ ଉଦ୍ଧାର ପାଇଁ ଆହ୍ବାନ ଦିଆଯାଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.