ନୂଆଦିଲ୍ଲୀ: ପାକିସ୍ତାନ ନିୟନ୍ତ୍ରଣ ରେଖା ଉପରେ ଉଡିଲା ଯୁଦ୍ଧ ବିମାନ । ନିଜ ସୀମା ରେଖାରେ ପାକ ଉଡାଇଲା ଏଫ-16, ଜିଏଫ-17 ଓ ମିରାଜ-3 ।ସରକାରୀ ସୂଚନା ମୁତାବକ, ଗତକିଛି ତଳେ ହନ୍ଦୱାଡାରେ କର୍ଣ୍ଣେଲ ଆଶୁତୋଷ ଶର୍ମା ଶହୀଦ ହେବା ପରେ ପାକିସ୍ତାନ ଭୟଭୀତ ହୋଇ ସୀମାରେ ଯୁଦ୍ଧ ବିମାନର କାର୍ଯ୍ୟକଳାପକୁ ବୃଦ୍ଧି କରିଛି । ହନ୍ଦୱାଡାରେ ଆତଙ୍କୀଙ୍କ ମୁକାବିଲାରେ ସେନାର 5 ଯବାନ ଶହୀଦ ହୋଇଛନ୍ତି ।
ସେପଟେ, ପାକିସ୍ତାନର ଏପରି କାର୍ଯ୍ୟକଳାପ ଉପରେ ଭାରତୀୟ ସେନା ସମ୍ପୂର୍ଣ୍ଣ ସତର୍କ ରହିଛି। ପାକିସ୍ତାନର ବାୟୁସେନାର ପ୍ରତିଟି କାର୍ଯ୍ୟକଳାପରେ ନଜର ରଖାଯାଉଛି । ପାକିସ୍ତାନର ଏହି କାର୍ଯ୍ୟକଳାପ ଉପରେ ଭାରତ ଏୟାରବର୍ଣ୍ଣ ୱାର୍ଣ୍ଣିଂ ଓ କଣ୍ଟ୍ରୋଲ ସିଷ୍ଟମ ବ୍ୟବହାର କରିଛି ।
ସୂଚନାଯୋଗ୍ୟ, 27 ଫେବୃୟାରୀ 2019ରେ ପାକିସ୍ତାନର ଯୁଦ୍ଧ ବିମାନ ଏଫ-16 ସୀମା ଉଲ୍ଲଙ୍ଘନ କରି ଭାରତକୁ ପ୍ରବେଶ ଉଦ୍ୟମ କରୁଥିବାବେଳେ ଭାରତୀୟ ସେନା ଏହାକୁ ଖସାଇ ଦେଇଥିଲେ ।