ETV Bharat / international

ସାମାଜିକ ଦୂରତା, ମାସ୍କ ଓ ଗ୍ଲୋବ୍ସ ସହ ଇରାନରେ ଇଦ୍‌ ପାଳିତ - ସାମାଜିକ ଦୂରତା ସହ ଇଦ

ରମଜାନର ପବିତ୍ର ମାସରେ ମାତ୍ର ତିନୋଟି ନିର୍ଦ୍ଦିଷ୍ଟ ଦିନରେ ବଜାର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା । ଏହି ଆଧାରରେ ରବିବାର ଇଦ ଅବସରରେ ଦେଖିବାକୁ ମିଳିଥିଲା ଲୋକଙ୍କ ଉତ୍ସାହ । ହେଲେ ଏହି ଉତ୍ସାହରେ ବି ଲୋକେ ନୀତି ନିୟମର ଅନୁପାଳନ କରୁଥିବା ଦେଖିବାକୁ ମିଳିଥିଲା ।

eid in iran, eid, eid amid social distacning, eid in lockdown, ଇରାନରେ ଇଦ୍‌, ଇଦ୍‌, ସାମାଜିକ ଦୂରତା ସହ ଇଦ, ଲକଡାଉନରେ ଇଦ୍‌
ସାମାଜିକ ଦୂରତା, ମାସ୍କ ଓ ଗ୍ଲୋବ୍ସ ସହ ଇରାନରେ ଇଦ୍‌ ପାଳିତ
author img

By

Published : May 25, 2020, 1:10 AM IST

ତେହେରାନ: ଇରାନର କିଛି ସ୍ଥାନରେ ବର୍ତ୍ତମାନ କୋରୋନା ପ୍ରକୋପ କମ ଥିବାରୁ ଏହି ସ୍ଥାନଗୁଡିକରେ କୋହଳ ହୋଇଛି ଲକଡାଉନ ନିୟମ । ଏହି ସ୍ଥାନଗୁଡିକରେ କିଛି ମାତ୍ରାରେ ଲୋକେ ଏକାଠି ହେଉଥିବା ଦେଖିବାକୁ ମିଳୁଛି । ରମଜାନର ପବିତ୍ର ମାସରେ ମାତ୍ର ତିନୋଟି ନିର୍ଦ୍ଦିଷ୍ଟ ଦିନରେ ବଜାର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା । ଏହି ଆଧାରରେ ରବିବାର ଇଦ ଅବସରରେ ଦେଖିବାକୁ ମିଳିଥିଲା ଲୋକଙ୍କ ଉତ୍ସାହ । ହେଲେ ଏହି ଉତ୍ସାହରେ ବି ଲୋକେ ନୀତି ନିୟମର ଅନୁପାଳନ କରୁଥିବା ଦେଖିବାକୁ ମିଳିଥିଲା ।

ଇଦ ଅବସରରେ ଅନେକ ଲୋକେ ଏକାଠି ହୋଇ ସର୍ବନିମ୍ନ ଦୂରତା ଅବଲମ୍ବନ କରି ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା । ଦେଶରେ ପ୍ରାୟ ତିନି ମାସ ହେବ ସାମୂହିକ ପ୍ରାର୍ଥନା ବନ୍ଦ ଥିବା ବେଳେ ଇଦ ଅବସରରେ ପୁଣି ଆରମ୍ଭ ହୋଇଛି ଏହି ପ୍ରଥା । ତେବେ ତେହେରାନସ୍ଥିତ ବାଗ-ଏ-ଫୈଜରେ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଦେଶର ସମସ୍ତ ମସଜିଦରେ ସାମୂହିକ ପ୍ରାର୍ଥନାର ବ୍ୟବସ୍ଥା ହୋଇନଥିବା ବେଳେ ଗ୍ରାଣ୍ଡ ମୋସାଲା ମସଜିଦରେ ଇରାନ ସର୍ବୋଚ୍ଚ ନେତା ଅଲି ଖାମେନୈଙ୍କ ନେତୃତ୍ବରେ ହେବାକୁ ଥିବା ସଭାକୁ ମଧ୍ୟ କୋରୋନା ପାଇଁ ବାତିଲ କରାଯାଇଥିଲା ।

ତେବେ ଘରୁ ବାହାରି ଅନେକ ଲୋକେ ଇଦ ପାଳନ କରିଥିବା ବେଳେ ସେମାନଙ୍କ ମନରେ ସଂକ୍ରମଣର ଭୟ ମଧ୍ୟ ଦେଖିବାକୁ ମିଳିଥିଲା । କାରଣ କିଛି ଦିନ ପୂର୍ବରୁ କୋରୋନା ସଂକ୍ରମଣର ଏକ ହଟସ୍ପଟ ଭାବେ ଇରାନ ଉଭା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଦେଶରେ 7300ରୁ ଊର୍ଦ୍ଧ୍ବ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 1,33,000 ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେପଟେ ଗତ 24 ଘଣ୍ଟାରେ ଦେଶରେ 1869 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.