ETV Bharat / international

ପସନ୍ଦ କଲେ ହୋମ୍‌ ଡେଲିଭେରୀ ହେଉଛି AK-47, ଜାଣନ୍ତୁ କେଉଁଠି ? - ପାକିସ୍ତାନରେ ହୋମ୍‌ ଡେଲେଭେରି ହେଉଛି ହେଉଛି AK-47

ପିଜା ଭଳି ଅର୍ଡର କଲେ ଘରେ ଆସି ପହଞ୍ଚିବ ଆଧୁନିକ ହତିଆର AK-47 । ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ ଏଭଳି ସୁବିଧା ଭାରତରେ ଉପଲବ୍ଧ ନାହିଁ । ଏହି ସୁବିଧା ବର୍ତ୍ତମାନ ପାକିସ୍ତାନରେ ଉପଲବ୍ଧ । ଅଧିକ ପଢ଼ନ୍ତୁ

ak 47 rifle allegedly home delivered in pakistan
ପସନ୍ଦ କଲେ ହୋମ୍‌ ଡେଲିଭେରୀ ହେଉଛି AK-47
author img

By

Published : Jan 28, 2022, 8:44 PM IST

ନୂଆଦିଲ୍ଲୀ: ପିଜା ଭଳି ଅର୍ଡର କଲେ ଘରେ ଆସି ପହଞ୍ଚିବ ଆଧୁନିକ ହତିଆର AK-47 । ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ ଏଭଳି ସୁବିଧା ଭାରତରେ ଉପଲବ୍ଧ ନାହିଁ । ଏହି ସୁବିଧା ବର୍ତ୍ତମାନ ପାକିସ୍ତାନରେ ଉପଲବ୍ଧ । ଏ କଥା ଆମେ କହୁନାହୁଁ ଖୋଦ ପାକିସ୍ତାନର ଏକ ଜଣାଶୁଣା ଟିଭି ଚ୍ୟାନେଲ ଏହି ରିପୋର୍ଟ ପ୍ରସାରଣ କରିଛି ।

ସୋସିଆଲ ମିଡିଆରେ ଖୁଲମଖୁଲା ଏହି ଭୟାନକ ବ୍ୟବସାୟ ଚାଲୁଛି । ଜଣେ ସୋସିଆଲ ମିଡିଆରୁ ନିଜ ପସନ୍ଦ ମୁତାବକ ହତିଆର ମଗେଇ ପାରିବେ । ଏହି ତାଲିକାରେ AK-47 ଭଳି ଆଧୁନିକ ହତିଆର ସାମିଲ ରହିଛି । ହତିଆର ପସନ୍ଦ ପରେ ଦିଆଯାଇଥିବା ନମ୍ବରରେ ସମ୍ପର୍କ କରି ଆରମ୍ଭ ହୁଏ ମୂଲଚାଲ । ମୂଲ୍ୟ ନିର୍ଦ୍ଧାରଣ ପରେ ଦୂରତା ମୁତାବକ ପିଜା ପହଞ୍ଚିବା ସମୟ ମଧ୍ୟରେ ବନ୍ଧୁକ ପାଖରେ ପହଞ୍ଚିଯାଏ । ଦୂରତା ଅଧିକ ଥିଲେ କିଛି ଦିନ ପରେ କୋରିଅରରେ ଆସି ବନ୍ଧୁକ ପହଞ୍ଚିଥାଏ ।

ଜନୈକ ବ୍ୟକ୍ତି ଏହିଭଳି ଭାବରେ ବନ୍ଧୁକ ପାଇଥିବା ପାକିସ୍ତାନର ଜଣାଶୁଣା ଟିଭି ଚ୍ୟାନେଲକୁ ଜଣାଇଛନ୍ତି । ସେ ନିଜେ କ୍ୟାମେରା ସମ୍ମୁଖକୁ ଆସି ଏହି ବ୍ୟବସାୟ ବିଷୟରେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ପେଜ୍‌ରୁ ସମ୍ପର୍କ କଲେ ୯ mm ପିସ୍ତଲଠାରୁ ଆରମ୍ଭ କରି AK-47 ବନ୍ଧୁକ ମିଳି ଯାଉଛି । ଜନୈକ ବ୍ୟକ୍ତି ଜଣକ ବନ୍ଧୁକ ପସନ୍ଦ କରି ପ୍ରଥମେ ୧୦ ହଜାର ଟଙ୍କା ଅଗ୍ରିମ ଆକାରରେ ଦେଇଥିଲେ । ବନ୍ଧୁକ ଡେଲିଭେରି ହେବାପରେ ବାକି ୨୮ ହଜାର ଟଙ୍କା ପୈଠ କରିଛନ୍ତି । ଏଠାରେ ଭଳିକି ଭଳି ଆଧୁନିକ ବନ୍ଧୁକ ସୁଲଭ ମୂଲ୍ୟରେ ବ୍ୟବସାୟୀ ନିଜ ଗ୍ରାହକଙ୍କୁ ଯୋଗାଇ ଦେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.