ETV Bharat / international

ୟେମେନରେ ସାଉଦି ଆରବର ଏୟାର ଷ୍ଟ୍ରାଇକ, 31 ମୃତ - airstrike in yemen

ଶନିବାର ସାଉଦି ଆରବର ନେତୃତ୍ବାଧୀନ ସେନା ୟେମେନରେ ଏୟାର ଷ୍ଟ୍ରାଇକ କରିଛନ୍ତି । ଏଥିରେ 31ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଅଧିକ ପଢନ୍ତୁ...

airstrike
ଏୟାର ଷ୍ଟ୍ରାଇକ
author img

By

Published : Feb 16, 2020, 9:05 AM IST

ରିୟାଦ: ୟେମେନରେ ସାଉଦି ଆରବ ଏବଂ ହୁତି ବିଦ୍ରୋହୀଙ୍କ ମଧ୍ୟର ବିବାଦ ବଢିବାରେ ଲାଗିଛି । ୟେମେନରେ ନିଜ ବିମାନ ଦୁର୍ଘଟଣା ହେବା ପରେ ହୁତି ବିଦ୍ରୋହୀଙ୍କ ଉପରେ ଆକ୍ରମଣ କରି ଏହାର ପ୍ରତିଶୋଧ ନେଇଛି ସାଉଦି ଆରବ । ଶନିବାର ସାଉଦି ଆରବର ନେତୃତ୍ବାଧୀନ ସେନା ୟେମେନରେ ଏୟାର ଷ୍ଟ୍ରାଇକ କରିଛନ୍ତି । ଏଥିରେ 31ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି ।

ସୂଚନା ମୁତାବକ, ଶୁକ୍ରବାର ୟେମେନର ଅଲ ଜବାଫ ପ୍ରାନ୍ତରେ ସାଉଦି ଆରବର ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୟେମେନ ସରକାରଙ୍କ ସାହାଯ୍ୟ ପାଇଁ ଏକ ଅପରେସନରେ ଭାଗ ନେଇଥିବାବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଶନିବାର ଏହି ଦୁର୍ଘଟଣାଗ୍ରସ୍ତ ବିମାନକୁ ଦେଖିବା ପାଇଁ ଲୋକ ଜମା ହୋଇଥିବାବେଳେ ସାଉଦି ଆରବ ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଥିବା ଜଣା ପଡିଛି ।

ସେପଟେ ସାଉଦି ଆରବର ଏହି ବିମାନ ଦୁର୍ଘଟଣାର କାରଣ ଏବେ ସୁଦ୍ଧା ୟେମେନ କିମ୍ବା ସାଉଦି ସରକାର ସ୍ପଷ୍ଟ କରିନାହାଁନ୍ତି । କିନ୍ତୁ ଏହି ଦୁର୍ଘଟଣା ପାଇଁ ୟେମେନର ହୁତି ବିଦ୍ରୋହୀ ନିଜକୁ ଦାୟୀ କରିଥିଲେ । ଆଡଭାନ୍ସ ସରଫେସ ଟୁ ଏୟାର ମିସାଇଲ ଦ୍ବାରା ଏହି ବିମାନକୁ ଖସାଇଥିବା ସେମାନେ କହିଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.