ETV Bharat / international

ଚୀନ କରୁଛି ଜାସୁସି, ଋଷ ଆଣିଲା ଅଭିଯୋଗ - ଋଷ ଡ୍ରାଗନ ଦେଶ ନାମରେ ଆଣିଛି ଜାସୁସି ଅଭିଯୋଗ

ଲଗାତାର ଚୀନକୁ ଦାୟୀ କରୁଛି ଟ୍ରମ୍ପ ପ୍ରଶାସନ । ଏପରି ସମୟରେ ଚୀନ ଉପରେ ପୁଣି ପଡିଛି ଚଡକ । ଋଷ ଡ୍ରାଗନ ଦେଶ ନାମରେ ଆଣିଛି ଜାସୁସି ଅଭିଯୋଗ । ଅଧିକ ପଢନ୍ତୁ...

ଚୀନ କରୁଛି ଜାସୁସି, ଋଷ ଆଣିଲା ଅଭିଯୋଗ
ଚୀନ କରୁଛି ଜାସୁସି, ଋଷ ଆଣିଲା ଅଭିଯୋଗ
author img

By

Published : Jun 15, 2020, 10:36 PM IST

ମସ୍କୋ: କୋରୋନା ସ୍ଥିତିକୁ ନେଇ ଆମେରିକା-ଚୀନ ମଧ୍ୟରେ ସମ୍ପର୍କ ବିଗିଡିବାରେ ଲାଗିଛି । ବିଶ୍ବର ଏପରି ସ୍ଥିତି ପାଇଁ ଲଗାତାର ଚୀନକୁ ଦାୟୀ କରୁଛି ଟ୍ରମ୍ପ ପ୍ରଶାସନ । ଏପରି ସମୟରେ ଚୀନ ଉପରେ ପୁଣି ପଡିଛି ଚଡକ । ଋଷ ଡ୍ରାଗନ ଦେଶ ନାମରେ ଆଣିଛି ଜାସୁସି ଅଭିଯୋଗ ।

ଦୀର୍ଘ ବର୍ଷ ଧରି ଉଭୟ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି । ତଥାପି ଋଷ ଏପରି ଅଭିଯୋଗ ଆଣିବା ପଛରେ କାରଣ ରହିଛି । ନିକଟରେ ସେଣ୍ଟ ପିଟର୍ସବର୍ଗ ଆର୍କିଟିକ୍ ସୋସିଆଲ ସାଇନ୍ସ ଏକାଡେମୀର ସଭାପତି ଭାଲେରୀ ମିଟକୋଙ୍କୁ ଋଷ ଅଧିକାରୀ ଧରିବା ପରେ ଏପରି ଘଟଣା ସାମନାକୁ ଆସିଛି । ଚୀନର ଗୁଇନ୍ଦା ଅଧିକାରୀଙ୍କୁ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଦେଇଥିବା ମିଟକୋ ସ୍ବୀକାର କରିଥିଲେ । ଏହାପରେ ଚୀନ ନାମରେ ଏପରି ଅଭିଯୋଗ ଆଣିଛି ପୁଟିନ ସରକାର ।

ମିଟକୋ ନିଜ ଚୀନ ଗସ୍ତବେଳେ ଏପରି ଅନେକ ତଥ୍ୟ ଗୁଇନ୍ଦା ଅଧିକାରୀଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଋଷର ହାଇଡ୍ରୋ ଏବଂ ବୁଡାଜାହାଜ ନିର୍ମାଣ ପ୍ରକ୍ରିୟା ଉପରେ କିଛି କାଗଜପତ୍ର ସେ ପ୍ରଦାନ କରିଥିବା ମାନିଛନ୍ତି । 78 ବର୍ଷିୟ ମିଟକୋ ଋଷର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସଂସ୍ଥା ସହ ସମ୍ପୃକ୍ତ ଅଛନ୍ତି । ଗିରଫ ପରେ ତାଙ୍କ ବାସଭବନରେ ମିଟକୋଙ୍କୁ ନଜରବନ୍ଦୀ କରି ରଖାଯାଇଛି । ସେହିପରି ଘଟଣାର ତଦନ୍ତ ଚାଲିଥିବାବେଳେ ଆଗାମୀ ଦିନରେ ଏହାର ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଋଷ ଅଧିକାରୀ ପ୍ରକାଶ କରିଛନ୍ତି ।

ତେବେ ଚୀନ ପାଇଁ ଏପରି ଘଟଣା ନୂଆ ନୁହେଁ । ପୂର୍ବରୁ ମଧ୍ୟ ଅଷ୍ଟ୍ରେଲିଆ ଓ ଆମେରିକା ଏହି ଅଭିଯୋଗ ଆଣିସାରିଛନ୍ତି । ଗତ ନଭେମ୍ବରରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଚୀନ ଦେଶର ରାଜନୈତିକ ପ୍ରସଙ୍ଗରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ଆଣିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.