ETV Bharat / international

ଏୟାର ଷ୍ଟ୍ରାଇକକୁ 3 ମାସ, ପାକ ସୀମା ଜଗିଛି 300 ଟ୍ୟାଙ୍କର - border

ପାକିସ୍ତାନକୁ ଡରାଉଛି ଏୟାର ଷ୍ଟ୍ରାଇକ ଭୟ । ସୀମାରେ ଟ୍ୟାଙ୍କର ସହ ନିୟୋଜିତ କରିଛି 300 ସୈନ୍ୟ । ସେପଟେ ଭାରତରୁ ପାକିସ୍ତାନକୁ ବିମାନସେବା ମଧ୍ୟ ବନ୍ଦ ରଖିଛି ପାକ ।

ଫୋଇଲ ଫଟୋ
author img

By

Published : May 13, 2019, 9:37 PM IST

ଇଲଲାମବାଦ: ବାଲୋକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକୁ ପୁରିଛି 3 ମାସ । କିନ୍ତୁ ଏବେବି ଲିଭୁନି ପାକିସ୍ତାନ ମନରୁ ଭୟ । ଯେଉଁଥିପାଇଁ ସୀମା ଜଗିଛନ୍ତି 300ରୁ ଉର୍ଦ୍ଧ୍ବ ପାକ ସେନା ଟ୍ୟାଙ୍କର । ସୂତ୍ରନୂଯାୟୀ, ଯୁଦ୍ଧ କରିବା ସ୍ଥିତିରେ ଶକରଗଡ ସେକ୍ଟରରେ ପାକର ଯବାନ ପ୍ରସ୍ତୁତ ରହିଛନ୍ତି ।

14 ଫେବୃଆରୀରେ ଜମ୍ମୁ କଶ୍ମୀର ସ୍ଥିତ ପୁଲଓ୍ବାମା ଆଟାକ ପରେ ପାକ ସେନା ବହୁଳ ମାତ୍ରାରେ ଯବାନଙ୍କୁ ସୀମାରେ ନିୟୋଜିତ କରି ଦେଇଥିଲା । କିନ୍ତୁ ଏହାପରେ କିଛି ଯବାନଙ୍କୁ ହଟାଇ ଦିଆଯାଇଥିଲା । ଖବର ମୁତାବକ ପୁଣିଥରେ ସୀମାରେ ପାକ ସେନା ପକ୍ଷରୁ 3 ଜଣ ମେଜର ବ୍ରିଗେଡ, 124 ଆର୍ମଡ ବ୍ରିଗେଡ, 125 ଆର୍ମଡ ବ୍ରିଗେଡଙ୍କ ବ୍ୟତୀତ 8 ରୁ 15 ଡିଭିଜନକୁ ନିୟୋଜିତ କରାଯାଇଛି ।

ଅନ୍ୟପଟେ ଭାରତକୁ ଲାଗି ରହିଥିବା ଆକାଶମାର୍ଗକୁ ମଧ୍ୟ ପାକିସ୍ତାନ ବନ୍ଦ ରଖିଛି । ପାକିସ୍ତାନର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସୂଚନାନୂଯାୟୀ, ଭାରତୀୟ ବିମାନ ପାଇଁ ଏୟାରସ୍ପେସ ଖୋଲିବା ନେଇ ଆସନ୍ତା 15 ତାରିଖରେ ବିଚାର କରାଯିବ । ଫେବୃଆରୀ 26ରେ ବାଲାକୋଟରେ ହୋଇଥିବା ଏୟାରଷ୍ଟ୍ରାଇକ ପରଠାରୁ ଏୟାରସ୍ପେସ ବନ୍ଦ ରଖିଛି ପାକିସ୍ତାନ ।

ମାର୍ଚ୍ଚ 27 ତାରିଖରେ ସମସ୍ତ ବିମାନ ପାଇଁ ଆକାଶମାର୍ଗ ଖୋଲି ଦେଇଥିଲା । କିନ୍ତୁ ଦିଲ୍ଲୀ, ବ୍ୟାଙ୍କକ ଓ କ୍ୱାଲାଲାମପୁର ଯିବାକୁ ଥିବା ବିମାନ ଓ ସେପଟୁ ଆସିବାକୁ ଥିବା ବିମାନ ପାଇଁ ଏହି ମାର୍ଗ ବନ୍ଦ ରଖିଛି ପାକିସ୍ତାନ । ତେବେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଫବାଦ ଚୌଧୂରୀ ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଭାରତର ଲୋକସଭା ନିର୍ବାଚନ ନସରିବା ପର୍ଯ୍ୟନ୍ତ ହିଁ ଏହି ମାର୍ଗ ବନ୍ଦ ରହିବ । ଆଉ ନିର୍ବାଚନ ପୂର୍ବରୁ ପାକ ଓ ଭାରତ ସମ୍ପର୍କରେ କିଛି ସୂଧାର ଆସିବା ପରି ଲାଗୁନାହିଁ ବୋଲି ମନ୍ତ୍ରୀ ଫବାଦ ଚୌଧୂରୀ କହିଛନ୍ତି ।

Slug- ସାମୁଦ୍ରିକ ଝଡ଼ ଫୋନି ପ୍ରଭାବିତ ଅଂଚଳ ବୁଲି ଦେଖିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ

Format-AVO

Place-khurda,13.5.19

Visual-whatsaap

ଆଙ୍କର : ଫୋନି ବାତ୍ୟା ପ୍ରଭାବିତ ଅଂଚଳ ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରୀୟ ଟିମ ଓଡ଼ିଶାରେ ପହଞ୍ଚିଛନ୍ତି । କେନ୍ଦ୍ରୀୟ ପାନୀୟ ଜଳ ଏବଂ ପରିମଳ ବିଭାଗ ନିର୍ଦେଶକ ଅଜୟ କୁମାରଙ୍କ ନେତୃତ୍ୱରେ ୬ ଜଣିଆ ପ୍ରତିନିଧି ଦଳ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ପୋୖରାଞ୍ଚଳ, ଜଟଣୀ ବ୍ଲକ, ଖୋର୍ଦ୍ଧା ବ୍ଲକ, ଏବଂ ପୋୖରାଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ କରିଛନ୍ତି । କିଛି ଅଂଚଳରେ ସ୍ଥାନୀୟ ଲୋକଙ୍କ ସହ ବାତ୍ୟା ପରେ ସହାୟତା, ଥଇଥାନ, ସମ୍ପର୍କରେ ଆଲୋଚନା ମଧ୍ୟ କରିଛନ୍ତି । ଏହି ଟିମ ସହ ଖୋର୍ଦ୍ଧା ଜିଲ୍ଲା ପାଇଁ ନିୟୋଜିତ ସ୍ୱତନ୍ତ୍ର ସଚିବ କିଶନ କୁମାର, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସରୋଜ ମିଶ୍ର ଏବଂ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ବିଭିନ୍ନ ସ୍ଥାନରେ ଘର ଛପର, ବିଦ୍ୟତୁ ଟ୍ରାନ୍ସଫୋର୍ମେର, ଜଳ ଯୋଗାଣ , ପ୍ରଭାବିତ ଲୋକଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଲୋକମାନଙ୍କୁ ବାତ୍ୟା ସମୟରେ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ, ଖାଦ୍ୟ ଯୋଗାଣ ହୋଇଛି ବୋଲି ଜାଣିବାକୁ ପାଇଥିଲେ କେନ୍ଦ୍ରୀୟ ଟିମ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.