ETV Bharat / international

ହଂକଂ ପରେ ଏବେ ଭିଏତନାମ ସହ ଚୀନର ବିବାଦ - vietnam

ଭାରତ ଏବଂ ହଂକଂ ପରେ ଏବେ ଭିଏତନାମ ସହ ବିବାଦ ଆରମ୍ଭ କରିଛି ଡ୍ରାଗନ ଚୀନ । ଏକ ଡାଟା ଅନୁଯାୟୀ, ଚୀନର ଏକ ତଟରକ୍ଷକ ଜାହାଜ ଦକ୍ଷିଣ ଚୀନ ସାଗରରେ ବେନେଗାର୍ଡ ନିକଟରେ ଠାବ ହୋଇଛି ।

 ଭିଏତନାମ ସହ ବିବାଦ ଆରମ୍ଭ କଲା ଚୀନ
ଭିଏତନାମ ସହ ବିବାଦ ଆରମ୍ଭ କଲା ଚୀନ
author img

By

Published : Jul 8, 2020, 3:46 PM IST

ବେଜିଂ: ନିଜ ପଡୋଶୀ ଦେଶଙ୍କୁ ଲଗତାର ଶକ୍ତି ପ୍ରୟୋଗ କରି ଡରାଇବାକୁ ଚେଷ୍ଟା କରୁଛି ଚୀନ । ଭାରତ ଏବଂ ହଂକଂ ପରେ ଏବେ ଭିଏତନାମ ସହ ବିବାଦ ଆରମ୍ଭ କରିଛି ଡ୍ରାଗନ ଚୀନ । ଏକ ଡାଟା ଅନୁଯାୟୀ, ଚୀନର ଏକ ତଟରକ୍ଷକ ଜାହାଜ ଦକ୍ଷିଣ ଚୀନ ସାଗରରେ ବେନେଗାର୍ଡ ନିକଟରେ ଠାବ ହୋଇଛି । ଏହା ଚୀନ ଏବଂ ଭିଏତନାମ ମଧ୍ୟର ବିବାଦୀୟ ସ୍ଥଳ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଚୀନ ପକ୍ଷରୁ ଦକ୍ଷିଣ ଚୀନ ସାଗରରେ ସର୍ଭେ ପୋତ ପଠାଇବାର ପ୍ରାୟ 1 ସପ୍ତାହ ମଧ୍ୟରେ ଏହି କ୍ଷେତ୍ରରେ ଚୀନର ଜାହାଜ ଦୃଶ୍ୟମାନ ହୋଇଛି । ଭିଏତନାମ ତେଲ ଶୋଧକ ବ୍ଲକର 30 ମାଇଲ ଭିତରେ ଚୀନର ତଟରକ୍ଷକ ଜାହାଜ 5402 କୁ ଦେଖିବାକୁ ମିଳିଛି । ଏହି ଜାହାଜ ବ୍ଲକ 06.01 ନିକଟରେ ପାଟ୍ରୋଲିଂ କରୁଥିଲା ।

ଭିଏତନାମର ଏହି ତେଲ ଶୋଧକ ବ୍ଲକର ଲାଇସେନ୍ସ ଋଶ କମ୍ପାନୀ ରୋଜନେଫ୍ଟକୁ ଦିଆଯାଇଥିଲା । ଏହି ବ୍ଲକରେ ଭିଏତନାମ ପକ୍ଷରୁ ଶୋଧ ଯୋଜନା କରାଯାଇଥିବାରୁ ଏହାକୁ ନେଇ ଗତବର୍ଷ ଚୀନ ଏବଂ ଭିଏତନାମ ମଧ୍ୟରେ ବିବାଦ ବଢିଯାଇଥିଲା ।

ତେବେ ଏହି ଜାହାଜର ଉପସ୍ଥିତି ଚୀନ ଏବଂ ଭିଏତନାମ ମଧ୍ୟରେ ଦୀର୍ଘ ଦିନରୁ ଚାଲିଥିବା ବିବାଦକୁ ଆହୁରି ବଢାଇଦେଇଛି । ତେବେ ନିକଟ ଅତୀତରେ ପୂର୍ବ ଲଦାଖରେ ଭାରତ ଏବଂ ଚୀନ ମଧ୍ୟରେ ସଂଘର୍ଷ ଏବଂ ଚୀନର ନୂତନ ସୁରକ୍ଷା ଆଇନକୁ ନେଇ ହଂକଂରେ ବ୍ୟାପକ ବିରୋଧ ଆଦି ଚୀନର ଆକ୍ରୋଶକୁ ପ୍ରତିଫଳିତ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.