ETV Bharat / international

ତାଲିବାନ ସମର୍ଥନରେ ଇମ୍ରାନ ଖାନ, 'ପରାଧିନତାର ବନ୍ଧନରୁ ମୁକ୍ତ ହୋଇଛନ୍ତି ଆଫଗାନୀ'

author img

By

Published : Aug 16, 2021, 8:43 PM IST

ଆଫଗାନିସ୍ତାନରେ ତାଲିବାନ ଶାସନ କ୍ଷମତା ଦଖଲକୁ ସମର୍ଥନ କରିଛନ୍ତି ଇମ୍ରାନ । ଆଫଗାନୀମାନେ ପରାଧିନତାର ଶିକୁଳିରୁ ନିଜକୁ ମୁକ୍ତ କରିଥିବା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ତାଲିବାନ ସମର୍ଥନରେ ଇମରାନ ଖାନ, 'ପରାଧିନତାର ବନ୍ଧନରୁ ମୁକ୍ତ ହୋଇଛନ୍ତି ଆଫଗାନୀ'

ଇସଲାମାବାଦ: ବନ୍ଧୁକ ମୁନରେ କ୍ଷମତା ଦଖଲ କରିବାକୁ ଚେଷ୍ଟା କରୁଥିବା ଆତଙ୍କୀ ସଂଗଠନ ତାଲିବାନ ସପକ୍ଷରେ ଛିଡା ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଆଫଗାନିସ୍ତାନରେ ତାଲିବାନ ଶାସନ କ୍ଷମତା ଦଖଲକୁ ସମର୍ଥନ କରିଛନ୍ତି ଇମ୍ରାନ । ଆଫଗାନୀମାନେ ପରାଧିନତାର ଶିକୁଳିରୁ ନିଜକୁ ମୁକ୍ତ କରିଥିବା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ।

ଆଫଗାନିସ୍ତାନରେ ସମ୍ପୂର୍ଣ୍ଣ କାୟା ବିସ୍ତାର କରିସାରିଛି ପାକିସ୍ତାନ । ରାଜଧାନୀ କାବୁଲକୁ ମଧ୍ୟ ନିଜ ଦଖଲକୁ ନେଇସାରିଛି ତାଲିବାନ । ଆତଙ୍କୀଙ୍କ ଶକ୍ତିବୃଦ୍ଧିକୁ ଦେଖି ନିଜ ସହଯୋଗୀଙ୍କ ସହ ରାଷ୍ଟ୍ରପତି ଅସରଫ ଘନିଙ୍କୁ ଦେଶ ଛାଡି ପଳାୟନ କରିବାକୁ ପଡିଲା ।

ସୋମବାର ସିଙ୍ଗଲ ନ୍ୟାସନାଲ କରିକ୍ୟୁଲମ(ଏସଏନସି) କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଏଠାରେ ସେ ନିଜ ଭାଷଣରେ କହିଛନ୍ତି, ପାଶ୍ଚାତ୍ୟ ଦର୍ଶନ ବିରୋଧରେ ଆକ୍ରୋଶ ସ୍ପଷ୍ଟ ନଜର ଆସୁଛି । ଆପଣ ଯଦି କାହାରି ସଂସ୍କୃତିକୁ ଆପଣାଉଛନ୍ତି, ତାହେଲେ ଆପଣ ଏହାକୁ ଶ୍ରେଷ୍ଠ ମାନିନେଉଛନ୍ତି, ଆଉ ଏହାର ଗୁଲାମ ହୋଇଯାଉଛନ୍ତି । ଏହି ମାନସିକତା ଗୁଲାମିର ଏକ ପ୍ରଣାଳୀ ହୋଇଯାଉଛି, ଯାହା ବାସ୍ତବିକ ଗୁଲାମିଠୁ ମଧ୍ୟ ଅଧିକ ଯନ୍ତ୍ରଣାଦାୟକ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ।

ସେପଟେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀ ଏହା ମଧ୍ୟ କହିଦେଇଛନ୍ତି ଯେ ଅନ୍ତଃରାଷ୍ଟ୍ରୀୟ ସମୁଦାୟ ଆଫଗାନିସ୍ତାନ ସହ କ୍ରମାଗତ ସମ୍ପର୍କରେ ରହିବା ଉଚିତ । ଆଫଗାନିସ୍ତାନରେ ରାଜନୈତିକ ସ୍ଥିରତା ଆଣିବାକୁ ପାକିସ୍ତାନ ପ୍ରୟାସ କରିବ ବୋଲି କହିଛନ୍ତି କୁରେଶୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.