ETV Bharat / international

ବାଇଡେନଙ୍କ ଉପରେ ଭରସା ବୃଥା, 'ମୁଁ ଆଫଗାନିସ୍ତାନର କେୟାରଟେକର ରାଷ୍ଟ୍ରପତି'

author img

By

Published : Aug 17, 2021, 9:06 PM IST

ଭୟ, ଅସ୍ଥିରତା ଓ ସଙ୍କଟର ସ୍ଥିତି ମଧ୍ୟରେ ଏବେ ନିଜକୁ ଆଫଗାନିସ୍ତାନର ରାଷ୍ଟ୍ରପତି ଘୋଷଣା କରିଛନ୍ତି ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ । ଅଧିକ ପଢନ୍ତୁ...

ବାଇଡେନଙ୍କ ଉପରେ ଭରସା ବୃଥା, 'ମୁଁ ଆଫଗାନିସ୍ତାନର ରାଷ୍ଟ୍ରପତି'

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲ ଜିତି ସାରିଥିବା ତାଲିବାନ ସରକାର ଗଠନ ପାଇଁ ଚଳାଛି ପ୍ରୟାସ । ସେପଟେ ଆଫଗାନିସ୍ତାନ ନାଗରିକଙ୍କୁ ମଝି ନଈରେ ଅସହାୟ ଅବସ୍ଥାରେ ଛାଡି ପଳାୟନ କରିଛନ୍ତି ରାଷ୍ଟ୍ରପତି ଅସରଫ ଘନି । ଭୟ, ଅସ୍ଥିରତା ଓ ସଙ୍କଟର ସ୍ଥିତି ମଧ୍ୟରେ ଏବେ ନିଜକୁ ଆଫଗାନିସ୍ତାନର ରାଷ୍ଟ୍ରପତି ଘୋଷଣା କରିଛନ୍ତି ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ।

  • Clarity: As per d constitution of Afg, in absence, escape, resignation or death of the President the FVP becomes the caretaker President. I am currently inside my country & am the legitimate care taker President. Am reaching out to all leaders to secure their support & consensus.

    — Amrullah Saleh (@AmrullahSaleh2) August 17, 2021 " class="align-text-top noRightClick twitterSection" data=" ">

ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ନିଜକୁ ସଂରକ୍ଷକ ରାଷ୍ଟ୍ରପତି ଘୋଷଣା କରିଛନ୍ତି । ସେ ନିଜ ପକ୍ଷରେ ସମର୍ଥନ ଯୋଗାଡ କରୁଥିବା ଟ୍ବିଟ କରିଛନ୍ତି । ସାଲେହ କହିଛନ୍ତି, ଆଫଗାନିସ୍ତାନର ସମ୍ବିଧାନ ଅନୁଯାୟୀ, ଉପରାଷ୍ଟ୍ରପତି ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ କାର୍ଯ୍ୟକାରୀ ରାଷ୍ଟ୍ରପତି ହୁଅନ୍ତି । ମୁଁ ବର୍ତ୍ତମାନ ମୋ ଦେଶରେ ଅଛି ଏବଂ ମୁଁ ଆଇନଗତ ଭାବେ କେୟାରଟେକର ରାଷ୍ଟ୍ରପତି ଅଟେ ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଟାର୍ଗେଟ କରି ଅମରୁଲ୍ଲା କହିଛନ୍ତି ଯେ ତାଙ୍କ ସହ ଯୁକ୍ତିତର୍କ କରିବା ଅର୍ଥହୀନ । ତାଲିବାନ ବିରୋଧରେ ଛିଡା ହେବା ପାଇଁ ଆଫଗାନିସ୍ତାନ ନାଗରିକମାନଙ୍କୁ ମଧ୍ୟ ସାଲେହ ନିବେଦନ କରିଛନ୍ତି ।

ଆଫଗାନିସ୍ତାନକୁ ପ୍ରମାଣ କରିବାକୁ ପଡିବ ଯେ ଏହା ଭିଏତନାମ ନୁହେଁ ଏବଂ ତାଲିବାନ ମଧ୍ୟ ଭିଏତନାମ କମ୍ୟୁନିଷ୍ଟଙ୍କ ପରି ନୁହେଁ । US-NATO ପରି, ଆମେ ଆମର ଦମ୍ଭ ​​ହରାଇ ନାହୁଁ ଏବଂ ସମ୍ଭାବନାକୁ ଅପେକ୍ଷା କରିଛୁ । ଚେତାବନୀ ସମାପ୍ତ ହୋଇଛି । ପ୍ରତିରୋଧରେ ଯୋଗ ଦେବାକୁ ଆଫଗାନିସ୍ତାନ ନାଗରିକଙ୍କୁ ଆହ୍ବାନ ଦେଇଛନ୍ତି ଉପରାଷ୍ଟ୍ରପତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.