ETV Bharat / international

ଅନ୍ତରୀଣ ଶାନ୍ତି ପାଇଁ ଆଫଗାନ ରାଷ୍ଟ୍ରପତି ଓ ନାଟୋ ରାଷ୍ଟ୍ରଦୂତଙ୍କ ଆଲୋଚନା

author img

By

Published : Aug 23, 2020, 1:33 PM IST

ପ୍ରଥମେ ଯୁଦ୍ଧ ଓ ଏବେ ବାହ୍ୟ ରାଷ୍ଟ୍ରର ତୁହାକୁ ତୁହା ଆକ୍ରମଣରେ ଅତିଷ୍ଠ ଆଫଗାନିସ୍ତାନ । ଏନେଇ ଆଫଗାନିସ୍ତାନ ରାଷ୍ଟ୍ରପତି ମହମ୍ମଦ ଅସରଫ ଘାନୀ ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ(ନାଟୋ)ର ବରିଷ୍ଠ ନାଗରିକ ପ୍ରତିନିଧି ତଥା ରାଷ୍ଟ୍ରଦୂତ ଷ୍ଟିଫାନୋ ପୋଣ୍ଟେକୋର୍ଭୋଙ୍କ ସହ ସାକ୍ଷାତ କରିଛନ୍ତି ।

afghan peace deal, internal peace in afghanistan, afghan prez and nato envoy meet, nato, ଆଫଗାନ ଶାନ୍ତି ଚୁକ୍ତି, ଆଫଗାନିସ୍ତାନରେ ଅନ୍ତରୀଣ ଶାନ୍ତି, ଆଫଗାନି ରାଷ୍ଟ୍ରପତି ଓ ନାଟୋ ଆଲୋଚନା, ନାଟୋ
ଅନ୍ତରୀଣ ଶାନ୍ତି ପାଇଁ ଆଫଗାନ ରାଷ୍ଟ୍ରପତି ଓ ନାଟୋ ରାଷ୍ଟ୍ରଦୂତଙ୍କ ଆଲୋଚନା

କାବୁଲ: ପ୍ରଥମେ ଯୁଦ୍ଧ ଓ ଏବେ ବାହ୍ୟ ରାଷ୍ଟ୍ରର ତୁହାକୁ ତୁହା ଆକ୍ରମଣରେ ଅତିଷ୍ଠ ଆଫଗାନିସ୍ତାନ । ଏନେଇ ଦେଶରେ ଦୀର୍ଘ ବର୍ଷ ଧରି ଅଶାନ୍ତି ଲାଗି ରହିଛି । ଏମିତିରେ ଦେଶରେ ଶାନ୍ତି ବଜାୟ ରଖିବା ପାଇଁ ଆରମ୍ଭ ହୋଇଛି ବିଭିନ୍ନ ଯୋଜନା । ସେ ଇଣ୍ଟ୍ରା ଆଫଗାନ ଚୁକ୍ତି ହେଉ କି ଅନ୍ତରୀଣ ଶାନ୍ତି ଚୁକ୍ତି, ପ୍ରତ୍ୟେକ କ୍ଷେତ୍ରରେ ଦେଶରେ ଶାନ୍ତି ଫେରାଇ ଆଣିବା ପାଇଁ ଆରମ୍ଭ ହୋଇଛି ଜୋରସୋର ପ୍ରସ୍ତୁତି । ଏନେଇ ଆଫଗାନିସ୍ତାନ ରାଷ୍ଟ୍ରପତି ମହମ୍ମଦ ଅସରଫ ଘାନୀ ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ(ନାଟୋ)ର ବରିଷ୍ଠ ନାଗରିକ ପ୍ରତିନିଧି ତଥା ରାଷ୍ଟ୍ରଦୂତ ଷ୍ଟିଫାନୋ ପୋଣ୍ଟେକୋର୍ଭୋଙ୍କ ସହ ସାକ୍ଷାତ କରିଛନ୍ତି ।

ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ହମିଦୁଲ୍ଲାହ ମୋହିବ ଉପସ୍ଥିତ ରହିଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ଶାନ୍ତି ଚୁକ୍ତି ନେଇ ଆଲୋଚନା ହୋଇଥିଲା । ଏଥିରେ ଆଫଗାନ ପ୍ରତିରକ୍ଷା କ୍ଷେତ୍ରକୁ ସଶକ୍ତ କରିବା ସହ ଦେଶର ଅନ୍ତରୀଣ ଶକ୍ତିକୁ ମଜଭୂତ କରିବା ପାଇଁ ଆଲୋଚନା ହୋଇଥିଲା । ଏଥିସହ ଦେଶରେ ନାଟୋ ସହାୟତାରେ କିପରି ଉନ୍ନତିମୂଳକ ଓ ବିଭିନ୍ନ କ୍ଷେତ୍ରର ବିକାଶ କାର୍ଯ୍ୟ ଆଗେଇ ପାରିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା । ମୁଖ୍ୟତଃ ଶାନ୍ତି ଓ ଆପୋଷ ବୁଝାମଣା ପ୍ରକ୍ରିୟାକୁ ଏହି ଆଲୋଚନାରେ ଗୁରୁତ୍ବ ଦିଆଯାଇଥିଲା । ଏନେଇ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଆଲୋଚନାରେ ଆଫଗାନିସ୍ତାନ ପ୍ରତି ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବା ନେଇ ନାଟୋ ପକ୍ଷରୁ ପୋଣ୍ଟେକୋର୍ଭୋ ଆଶ୍ବସ୍ତି ଦେଇଥିଲେ । ଆଫଗାନିସ୍ତାରେ ଶାନ୍ତି ବଜାୟ ରଖିବା ପାଇଁ ନାଟୋ ସମସ୍ତ ସମ୍ଭବ ଚେଷ୍ଟା କରିବ ବୋଲି ସେ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ଯୁଦ୍ଧ ପ୍ରବଣ ରାଷ୍ଟ୍ରରେ ଆମେରିକା ସହ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହେବା ପରେ ପୁଣି ସୃଷ୍ଟି ହୋଇଥିଲା ଅଶାନ୍ତ ପରିବେଶ । ଏହି ଚୁକ୍ତି ସ୍ବାକ୍ଷର ହେବା ପରେ ତାଲିବାନ ଏକାଧିକ ଥର ନିୟମ ଉଲ୍ଲଂଘନ କରି ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିବା ଦେଖାଯାଇଥିଲା ।

ତେବେ ଏହି ଚୁକ୍ତି ମୁତାବକ ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ଆଫଗାନିସ୍ତାନରେ ବନ୍ଧକ ଥିବା 10,000 ଆମେରିକୀୟ ଓ ନାଟୋ ଫୋର୍ସକୁ ଆଫଗାନିସ୍ତାନ ମୁକ୍ତ କରିବା ପାଇଁ ପ୍ରତିଶୃତି ଦେଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.