ମାନିଲା: ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ନିଜ ସଦସ୍ୟ ଦେଶମାନଙ୍କରେ କୋରୋନା ମୁକାବିଲା କରିବା ପାଇଁ 20 ବିଲିୟନ ଡ଼ଲାରର ସହାୟତା ଘୋଷଣା କରିଛି । ମହାମାରୀ କୋରୋନାର ମୁକାବିଲା ଓ ଅର୍ଥନୈତିକ ବିକାଶ ପାଇଁ ଏହା ବିନିଯୋଗ କରାଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।
ଗତ ମାର୍ଚ୍ଚ 18ରେ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ କୋରୋନା ମୁକାବିଲା କରିବା ପାଇଁ 6.5 ବିଲିୟନ ଡ଼ଲାରର ପ୍ରାରମ୍ଭିକ ରାଶି ଘୋଷଣା କରିଥିଲା । ଏହାପରେ କୋରୋନା ପ୍ରଭାବକୁ ନଜରରେ ରଖି ପୁଣି ପ୍ରାରମ୍ଭିକ ରାଶିରେ 13.5 ବିଲିୟନ ଡ଼ଲାର ଯୋଗ କରିଛି । ଯାହା ସାମଗ୍ରିକ ଭାବେ ଦେଶର ଅର୍ଥନୀତି ଓ ସ୍ବାସ୍ଥ୍ୟ ସମସ୍ୟା ସମାଧାନ କରିବାରେ ସାହାଯ୍ୟ କରିବ ।
ସହାୟତା ଘୋଷଣା କରାଯାଇଥିବା 20 ବିଲିୟନ ଡଲାର ପ୍ୟାକେଜରେ ପ୍ରାୟ 2.5 ବିଲିୟନ ଡଲାର ରିହାତି ରହିଥିବା ବେଳେ ଅନୁଦାନ ସମ୍ବଳ ମଧ୍ୟ ଅନ୍ତର୍ଭୁକ୍ତ ଅଛି ।
ଏହି ଅନୁଦାନ ମହାମାରୀ ପ୍ରଭାବିତ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଦେଶ ଗୁଡିକରେ ଅର୍ଥନୈତିକ, ସାମାଜିକ ବିକାଶକୁ ଦ୍ରୁତ ଗତିରେ ଫେରାଇପାରିବା ସହ ଦାରିଦ୍ର୍ୟ ହ୍ରାସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଏଡିବି ସଭାପତି ମାସାଟସୁଗୁ ଆସକାୱା କହିଛନ୍ତି ।
@ANI