ଲାହୋର: ମୁ୍ମ୍ବାଇ 26/11 ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦକୁ ପାକିସ୍ତାନ କୋର୍ଟର ଦଣ୍ଡାଦେଶ । ଆତଙ୍କବାଦୀ ଗତିବିଧି ତଥା ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ (ଟେରର ଫଣ୍ଡିଂ) ମାମଲାରେ ହାଫିଜକୁ 5 ବର୍ଷର କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ ।
ଗତ ସପ୍ତାହରେ ପାକିସ୍ତାନର ଜମାତ-ଉଦ-ଦାଓ୍ବାର ମୁଖ୍ୟ ହାଫିଜ ସୟିଦ ବିରୁଦ୍ଧରେ ଆତଙ୍କବାଦୀ ଫଣ୍ଡିଂ ସହ ଜଡିତ ଦୁଇଟି ମାମଲାର ଲାହୋର କୋର୍ଟ ଶୁଣାଣି କରିବା ସହ ରାୟ ସଂରକ୍ଷିତ ରଖିଥିଲେ । ଏହି 2ଟି ମାମଲାର ଶୁଣାଣି ସମୟରେ କୋର୍ଟ 23 ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ ।