ETV Bharat / international

ସିଓଲରେ ପୁଣି 7 ଆମେରିକୀୟ ଯବାନ କୋରୋନା ପଜିଟିଭ ଚିହ୍ନଟ

ଦକ୍ଷିଣ କୋରିଆରେ ପହଞ୍ଚି ଜଣେ ପରେ ଜଣେ ଆମେରିକୀୟ ଯବାନ କୋରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି । ଏମିତିରେ ରବିବାର ଦକ୍ଷିଣ କୋରିଆରେ ଯୋଗ ଦେଇଥିବା 7 ଜଣ ଆମେରିକୀୟ ପୁଣି କୋରୋନାରେ ସଂକ୍ରମିତ ହୋଇଥିବା ଜଣା ପଡିଛି ।

us soldiers tested positive in s.korea, us soldiers tested corona positive, corona contamination in usfk, corona update in s.korea, ଦକ୍ଷିଣ କୋରିଆରେ ଆମେରିକୀୟ ଜବାନ ପଜିଟିଭ ଚିହ୍ନଟ, ଆମେରିକୀୟ ଜବାନ କୋରୋନା ସଂକ୍ରମିତ, ୟୁଏସଏଫକେରେ କୋରୋନା ସଂକ୍ରମଣ, ଦକ୍ଷିଣ କୋରିଆରେ କୋରୋନା ଅପଡେଟ
ସିଓଲରେ ପୁଣି 7 ଆମେରିକୀୟ ଜବାନ ପଜିଟିଭ ଚିହ୍ନଟ
author img

By

Published : Jul 27, 2020, 7:23 PM IST

Updated : Jul 27, 2020, 8:02 PM IST

ସିଓଲ: ଦକ୍ଷିଣ କୋରିଆରେ ପହଞ୍ଚି ଜଣେ ପରେ ଜଣେ ଆମେରିକୀୟ ଯବାନ କୋରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି । ଏମିତିରେ ରବିବାର ଦକ୍ଷିଣ କୋରିଆରେ ଯୋଗ ଦେଇଥିବା 7 ଜଣ ଆମେରିକୀୟ ପୁଣି କୋରୋନାରେ ସଂକ୍ରମିତ ହୋଇଥିବା ଜଣା ପଡିଛି । ଏଥିସହ ସେମାନଙ୍କ 5 ଜଣ ସହଯୋଗୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିବା ଜଣା ପଡିଛି । ଏନେଇ ୟୁଏସ ଫୋର୍ସ କୋରିଆ ସୋମବାର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ସଦ୍ୟ କାର୍ଯ୍ୟରେ ଯୋଗ ଦେଇଥିବା ଏହି ଯବାନଙ୍କ ମଧ୍ୟରୁ 5 ଜଣ ସର୍ଭିସ ସଦସ୍ୟ ଓ ସେମାନଙ୍କର 3 ଜଣ ପରିବାର ସଦସ୍ୟ ପ୍ୟେଓଙ୍ଗଟେକର ଓସାନ ଏୟାରବେସରେ ଗତ ଜୁଲାଇ 14, 19, 20 ଓ 22ରେ ପର୍ଯ୍ୟାଯକ୍ରମେ ଆସି ପହଞ୍ଚିଥିଲେ । ଏହି ଏୟାରବେସଟି ସିଓଲଠାରୁ 70 କିଲୋମିଟର ଦୂରରେ ଅବସ୍ଥିତ । ତେବେ ଆମେରିକୀୟ ସରକାର ଏମାନଙ୍କୁ ଚାର୍ଟର୍ଡ ବିମାନ ଯୋଗେ ଦକ୍ଷିଣ କୋରିଆ ପଠାଇବାର ବ୍ୟବସ୍ଥା କରିଥିଲେ ।

ଏମାନଙ୍କ ବ୍ୟତୀତ ଅନ୍ୟ ସର୍ଭିସ ସଦସ୍ୟ ଓ ସେମାନଙ୍କ ପରିବାରବର୍ଗ ଆମେରିକାରୁ ଆସି ଇଞ୍ଚିଓନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ । ଏହି ବିମାନବନ୍ଦରଟି ସିଓଲର ପଶ୍ଚିମାଞ୍ଚଳରେ ଥିବା ବେଳେ ଜବାନମାନେ ବାଣିଜ୍ୟିକ ବିମାନ ଯୋଗେ ଗତ ଜୁଲାଇ 22 ଓ 24ରେ ଆସି ଏଠାରେ ପହଞ୍ଚିଥିଲେ । ସିଓଲରେ ପହଞ୍ଚିବା ପରେ କ୍ବାରେଣ୍ଟାଇନକୁ ପଠାଯିବା ପୂର୍ବରୁ ଏହି ସମସ୍ତ ସର୍ଭିସ ସଦସ୍ୟଙ୍କର କୋରୋନା ଟେଷ୍ଟିଂ କରାଯାଇଥିଲା । ଯେଉଁଥିରେ ପ୍ରାଥମିକ ପର୍ଯ୍ୟାୟରେ 10 ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପରବର୍ତ୍ତୀ ଟେଷ୍ଟରେ ଅନ୍ୟ 2 ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ।

ତେବେ ପଜିଟିଭ ଚିହ୍ନଟ ହେବା ପରେ ପ୍ରତ୍ୟେକଙ୍କୁ ଆଇସୋଲେସନରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଏଥିସହ ସେମାନେ ଗସ୍ତ କରିଥିବା ଅଞ୍ଚଳଗୁଡିକୁ ସାନିଟାଇଜ ମଧ୍ୟ କରାଯାଇଛି । ସଦ୍ୟ ଚିହ୍ନଟ 12 ନୂଆ ମାମଲା ସହ ଦକ୍ଷିଣ କୋରିଆରେ ୟୁଏସଏଫକେ ସମ୍ବନ୍ଧୀୟ ଆକ୍ରାନ୍ତ ସଂଖ୍ୟା 123ରେ ପହଞ୍ଚିଥିବା ଜଣା ପଡିଛି । ଏମାନଙ୍କ ମଧ୍ୟରୁ 87 ଜଣ କେବଳ ଜୁଲାଇ ମାସରେ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ଆମେରିକାରୁ ଆସି କାର୍ଯ୍ୟରେ ସଦ୍ୟ ଯୋଗ ଦେଇଥିବା ସ୍ପଷ୍ଟ ହୋଇଛି ।

ସେପଟେ ଦକ୍ଷିଣ କୋରିଆରେ ଗତ 24 ଘଣ୍ଟା ମଧ୍ୟରେ 25 ନୂଆ ମାମଲା ଚିହ୍ନଟ ହୋଇଛି । ଏଥିମଧ୍ୟରୁ 16ଟି ମାମଲାରେ ବିଦେଶ ଲିଙ୍କ ରହିଛି । ଏଥିସହ ଦକ୍ଷିଣ କୋରିଆରେ ମୋଟ ଆକ୍ରାନ୍ତ ସଂଖ୍ୟା 14,175ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 299ରେ ସ୍ଥିର ରହିଛି । ଏନେଇ ସୂଚନା ଦେଇଛି କୋରିଆ ସେଣ୍ଟର୍ସ ଫର୍‌ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ(କେସିଡିସି) ।

@IANS

Last Updated : Jul 27, 2020, 8:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.