ETV Bharat / international

ସୋମାଲିଆର ପୋଲିସ ଷ୍ଟେସନରେ ଆତ୍ମଘାତୀ ବିସ୍ଫୋରଣ, 6 ମୃତ - ସୋମାଲିଆର ପୋଲିସ ଷ୍ଟେସନ

ସୋମାଲିଆର ରାଜଧାନୀ ମୋଗାଡିଶୁରେ ଆତ୍ମଘାତୀ ବିସ୍ଫୋରଣ। ବିସ୍ଫୋରଣକାରୀ ପୋଲିସ ଷ୍ଟେସନକୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ...

ସୋମାଲିଆର ପୋଲିସ ଷ୍ଟେସନରେ ଆତ୍ମଘାତି ବିସ୍ଫୋରଣ

author img

By

Published : May 10, 2021, 11:45 AM IST

ମସ୍କୋ: ସୋମାଲିଆର ରାଜଧାନୀ ମୋଗାଡିଶୁରେ ଆତ୍ମଘାତୀ ବିସ୍ଫୋରଣ। ବିସ୍ଫୋରଣକାରୀ ପୋଲିସ ଷ୍ଟେସନକୁ ଟାର୍ଗେଟ କରିଛନ୍ତି । ଏଥିରେ 2 ଜଣ ଆଇନଜୀବୀଙ୍କ ସମେତ ଅତି କମରେ 6 ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା, ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟ ନିଶ୍ଚିତ କରିଛି। ସୂଚନାମୁତାବକ, ସୋମାଲିଆ ପ୍ରଧାନମନ୍ତ୍ରୀ ମହମ୍ମଦ ହୁସେନ୍‌ ରୋବଲେ ମୋଗାଡିଶୁର ୱାବେରୀ ଜିଲ୍ଲା ପୋଲିସ ଷ୍ଟେସନରେ ହୋଇଥିବା ଭୟଙ୍କର ବିସ୍ଫୋରଣ ପାଇଁ ଆତଙ୍କବାଦୀକୁ ନିନ୍ଦା କରିଛନ୍ତି।

ସୋମାଲି ନ୍ୟାସନାଲ ଟେଲିଭିଜନ (SNTV) ଅନୁଯାୟୀ, ବିସ୍ଫୋରଣକାରୀ ବିସ୍ଫୋରକ ଭର୍ତ୍ତି ଏକ ଗାଡିକୁ ପୋଲିସ ଷ୍ଟେସନ ସାମ୍ନାକୁ ନେଇ ଆସିଥିଲେ । ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା 6 ଜଣଙ୍କ ମଧ୍ୟରେ ୱାବେରୀ ପୋଲିସ ମୁଖ୍ୟ ଅହମ୍ମଦ ବାଶାନେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.