ETV Bharat / international

ଚିନରେ ବଡଧରଣର ଭୂକମ୍ପ; ୨ ମୃତ, ୩ ଆହତ - ମ୍ୟାଗ୍ନିଚ୍ୟୁଡ

ଚୀନର ସିଚୁଆନ୍‌ ପ୍ରଦେଶ ଲୁଜୋ ସହରର ଲୁକ୍ସିଆନ୍ କାଉଣ୍ଟିରେ ୬.୦ ତୀବ୍ରତାର ଭୂକମ୍ପ । ୨ମୃତ, ୩ ଆହତ । ଅଧିକ ପଢନ୍ତୁ...

ଚିନରେ ବଡ ଧରଣର ଭୂକମ୍ପ, ୨ମୃତ, ୩ ଆହତ
ଚିନରେ ବଡ ଧରଣର ଭୂକମ୍ପ, ୨ମୃତ, ୩ ଆହତ
author img

By

Published : Sep 16, 2021, 12:08 PM IST

ବେଜିଂ: ଭୂକମ୍ପ ଝଟକାରେ ଥରିଲା ଚୀନ । ଚୀନର ସିଚୁଆନ୍‌ ପ୍ରଦେଶ ଲୁଜୋ ସହରର ଲୁକ୍ସିଆନ୍ କାଉଣ୍ଟିରେ ୬.୦ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି । ଫଳରେ ଭୂକମ୍ପ ଝଟକାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଲୁକ୍ସିଆନ୍ ଜିଲ୍ଲାର ଫୁଜି ଟାଉନସିପ୍ ଅନ୍ତର୍ଗତ ଏକ ଗ୍ରାମରେ ୩ଜଣଆହତ ହୋଇଥିବା ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ।

ତେବେ ଆଜି ଭୋର ୪ଟା ୩୩ ମିନିଟରେ ଏହି ଭୂକମ୍ପ ହୋଇଥିବା ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର ତରଫରୁ କୁହାଯାଇଛି । ଏହାର ଗଭିରତା ୧୦ କିଲୋମିଟର ହୋଇଥିବା ବେଳେ ଉତ୍ତର ଅକ୍ଷାଂଶ ୨୯.୨ ଡିଗ୍ରୀ ଓ ପୂର୍ବ ଦ୍ରାଘିମା ୧୦୫.୩୪ ରେକର୍ଡ କରାଯାଇଛି ।

ଏନେଇ ସେଠାକାର ଅସ୍ଥାୟୀ ସରକାର ଉଦ୍ଧାରକାର୍ଯ୍ୟ ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ଦ୍ବିତୀୟ ସର୍ବୋଚ୍ଚ ଉଦ୍ଧାରକାର୍ଯ୍ୟ ବ୍ୟବସ୍ଥା କରିଛନ୍ତି । ତେବେ ଉଦ୍ଧାର କାର୍ଯ୍ୟ ପାଇଁ ଲୁଜୋ ସିଟିର ପ୍ରଶାସନ ବିପର୍ଯ୍ୟୟ ପ୍ରସମନ ବାହୀନି ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.