ETV Bharat / international

କୋରୋନା ସହ ଜାପାନକୁ ବନ୍ୟା ଆତଙ୍କ, 80 ହଜାର ଉଦ୍ଧାରକାରୀ ମୁତୟନ - କୋରୋନା ସହ ଜାପାନକୁ ବନ୍ୟା ଆତଙ୍କ

ବନ୍ୟା ପରେ ଏବେ କୋରୋନା ସଂକ୍ରମଣ ନୂଆ ଆଶଙ୍କା ଭାବେ ଛିଡା ହୋଇଛି । ବନ୍ୟା ଯୋଗୁଁ ଫସିଥିବା ଏବଂ ଉଦ୍ଧାର ପରେ ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କ ମଧ୍ୟରେ କୋରୋନା ସଂକ୍ରମଣ ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

କୋରୋନା ସହ ଜାପାନକୁ ବନ୍ୟା ଆତଙ୍କ, 80 ହଜାର ଉଦ୍ଧାରକାରୀ ମୁତୟନ

author img

By

Published : Jul 7, 2020, 7:30 PM IST

ଟୋକିଓ: ଜାପାନରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ଶନିବାର ଠାରୁ ଚାଲିଥିବା ଭୀଷଣ ବର୍ଷାରେ ଦେଶରେ ବନ୍ୟା ପରିସ୍ଥିତି ଓ ଭୂସ୍ଖଳନ ଦେଖାଦେଇଛି । ଏଥିରେ ଏବେ ଯାଏଁ 50 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସଂଖ୍ୟା ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି । ପ୍ରାୟ 12ରୁ ଅଧିକ ଲୋକ ନିଖୋଜ ଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ତେବେ ଉଦ୍ଧାରକାରୀ ଦଳଙ୍କୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ବିଶେଷ କରି ପଶ୍ଚିମ ଜାପାନରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଦେଶର ପାଣିପାଗ ସଂସ୍ଥା ନିଜର ଦ୍ବିତୀୟ ବୃହତ୍ତମ ଏମର୍ଜେନ୍ସି ୱାର୍ଣ୍ଣିଂ ଜାରି କରିଛି । ସାରା ଦେଶରେ ଏହି ବିପଦ ବଢିବାରେ ଲାଗିଛି । ଶତାବ୍ଦୀର ଏହାକୁ ଅନ୍ୟତମ ଭୟଙ୍କର ବନ୍ୟା ବୋଲି କୁହାଯାଉଛି । ଉଦ୍ଧାର କାର୍ଯ୍ୟ ପାଇଁ କୌଣସି ପ୍ରକାର ଡେଡଲାଇନ୍ ସ୍ଥିର ହୋଇନାହିଁ । ତଥାପି ସମୟର ଅଭାବ ଦେଖାଦେଇଛି । ଦଳକୁ ଉଦ୍ଧାର କାର୍ଯ୍ୟ ତ୍ବରାନିତ କରିବାକୁ ପଡିବ । ଶେଷ ଯାଏଁ ଆମେ ଆଶା ହରାଇବୁ ନାହିଁ ବୋଲି ଉଦ୍ଧାରକାରୀ ଦଳର ସଦସ୍ୟ କହିଛନ୍ତି ।

ବର୍ଷା ସହ ବନ୍ୟା ହଠାତ୍ ଆସିଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହୋଇଛି । କୋରୋନା ମୁକାବିଲାରେ ସରକାର ଲାଗିଥିବାବେଳେ ବନ୍ୟା ଚଡକ ପାଇଁ ଆଦୌ ପ୍ରସ୍ତୁତ ନଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟରେ କର୍ମଚାରୀମାନେ ଲାଗିଛନ୍ତି । କୋରୋନା ସଂକ୍ରମଣ ଭୟରେ ମଧ୍ୟ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏହି କାର୍ଯ୍ୟରେ ଲାଗିଥିବା କର୍ମଚାରୀଙ୍କ ସଂଖ୍ୟା 2 ଗୁଣା କରିଛନ୍ତି । ପୋଲିସ, ଦମକଳ ବାହିନୀ ସମେତ ତଟରକ୍ଷୀ ବାହିନୀ ଏବଂ ସେନାକୁ ମଧ୍ୟ ଏହି କାର୍ଯ୍ୟରେ ମୁତୟନ କରାଯାଇଛି । ମୋଟ୍ 80 ହଜାର ଲୋକ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସରକାରୀ ସୂତ୍ରରୁ ଜଣାପଡିଛି ।

ବନ୍ୟା ପାଣିରେ ବ୍ରିଜ୍, ରାସ୍ତା ଧୋଇଯାଇଥିବାବେଳେ ଡଙ୍ଗା, କାଠଭେଳା, ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବନ୍ୟା ପାଣି ପଶି ଆସିବାରୁ ଅନେକ ସ୍କୁଲ, କଲେଜରେ ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହ ରାତି ସାରା ଛାତ ଉପରେ ବିତାଇଛନ୍ତି । ଲୋକଙ୍କୁ ରକ୍ଷା କରିବା ପାଇଁ ସ୍ଥାନୀୟ ବିଜିନେସ୍ ଲୋକଙ୍କ ସାହାଯ୍ୟ ନିଆଯାଇଛି । ଯେଉଁମାନେ ନଦୀରେ ଡଙ୍ଗା, ଭେଳା ଚଲାଇ ପର୍ଯ୍ୟଟକଙ୍କୁ ବୁଲାଉଥିଲେ ସେମାନଙ୍କୁ ଉଦ୍ଧାର କାର୍ଯ୍ୟରେ ସାମିଲ କରାଯାଇଛି । ସେମାନଙ୍କ ଛୋଟ ଛୋଟ ଭେଳା, ଟିମ୍ବର ଦ୍ବାରା ଲୋକଙ୍କୁ ଉଦ୍ଧାର କରାଯାଉଛି ।

ପରିସ୍ଥିତି ଗମ୍ଭୀର ଥିବାବେଳେ ନିଖୋଜ ଲୋକଙ୍କୁ ଖୋଜିବା କଷ୍ଟକର ହୋଇଛି । ସେମାନଙ୍କର ମୃତ୍ୟୁ ହୋଇଥିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । 50 ଜଣ ମୃତକଙ୍କ ମଧ୍ୟରେ 14 ଜଣ ନର୍ସିଂ ହୋମରେ ହ୍ବିଲ ଚେୟାରରେ ଥିଲେ । ବନ୍ୟା ପଶି ଆସିବା ଫଳରେ ସେମାନେ ଉଚ୍ଚ ସ୍ଥାନକୁ ଯାଇପାରିନଥିଲେ । ସମସ୍ତ ଜାଗାରେ ତଳ ମହଲାରେ ପାଣି ଭରି ଯାଇଛି । ଉଦ୍ଧାରକାରୀ ଦଳ ମଧ୍ୟ ତଳ ମହଲାରେ କେହି ଫସିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଅକ୍ଷମ ହୋଇଛନ୍ତି ।

ବନ୍ୟା ପରେ ଏବେ କୋରୋନା ସଂକ୍ରମଣ ନୂଆ ଆଶଙ୍କା ଭାବେ ଛିଡା ହୋଇଛି । ବନ୍ୟା ଯୋଗୁଁ ଫସିଥିବା ଲୋକ ଏବଂ ଉଦ୍ଧାର ପରେ ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କ ମଧ୍ୟରେ କୋରୋନା ସଂକ୍ରମଣ ହେବାର ସମ୍ଭାବନା ରହିଛି । ଏପରି ସମୟରେ ମାସ୍କ ପିନ୍ଧିବା ମୁସ୍କିଲ ହୋଇଥିବାବେଳେ ସାମାଜିକ ଦୂରତ୍ବର ଚିହ୍ନବର୍ଣ୍ଣ ନାହିଁ । ଲୋକେ ଜୀବନ ବଞ୍ଚାଇବାକୁ ଯେଉଁଠି ପାରୁଛନ୍ତି ଆଶ୍ରୟ ନେଇଛନ୍ତି । କିଛି ଲୋକ ଘର ଭାଙ୍ଗିଯିବା ଭୟରେ କାର ଭିତରେ ରହିବାକୁ ଶ୍ରେୟସ୍କର ମଣିଛନ୍ତି । ସେହିପରି କୋରୋନା ଯୋଗୁଁ ଧରାଶାୟୀ ହୋଇଥିବା ଆର୍ଥିକ ବ୍ୟବସ୍ଥାକୁ ଏବେ ବନ୍ୟା ମାଡ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.