କାବୁଲ: ଆଫଗାନିସ୍ତାନରେ ଅଶାନ୍ତି ଥମୁନି। ତାଲିବାନ ଓ ସୈନ୍ୟଙ୍କ ମଧ୍ୟରେ ଅହରହ ଲାଗି ରହୁଛି ସଂଘର୍ଷ। ତେବେ ରବିବାର ରାତିରେ ଆତଙ୍କୀ ଓ ଆଫଗାନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ଆକ୍ରମଣରେ 5 ତାଲିବାନ ଆତଙ୍କୀ ନିହତ ହୋଇଥିବା ବେଳେ 4 ଜଣ ଆହତ ହୋଇଛନ୍ତି।
ଆତଙ୍କବାଦୀମାନେ ଆଫଗାନିସ୍ତାନ ସୁରକ୍ଷା ଯାଞ୍ଚ ପଏଣ୍ଟ ଉପରେ ଆକ୍ରମଣ କରିଥିଲେ ଏବଂ ଏହାର ଜବାବରେ ପାଞ୍ଚ ଜଣ ବିଦ୍ରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ 4 ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣରେ ଜଣେ ସାଧାରଣ ନାଗରିକ ଆହତ ହୋଇଥିବା ବିଭାଗ କହିଛି। ତାଲିବାନ ଏପର୍ଯ୍ୟନ୍ତ ଘଟଣା ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହିଁ।