ବେଜିଂ: ଚୀନରେ ଭୂକମ୍ପ ଝଟକା (earthquake in china)। ଚୀନର ଉତ୍ତର-ପଶ୍ଚିମ କଙ୍ଘି ପ୍ରଦେଶରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତିବ୍ରତା ୫.୩ ରେକର୍ଡ କରାଯାଇଛି । ଏନେଇ ଚୀନର ଭୂକମ୍ପ କେନ୍ଦ୍ର (China Earthquake Networks Center)ତରଫରୁ ସୂଚନା ପ୍ରଦାନ କରାଯାଇଛି । ଆଜି ସକାଳ ସମୟରେ ବେଜିଂ ଟାଇମ ଅନୁଯାୟୀ ୭ ଟା ୪୫ମିନିଟରେ ଏହା ଅନୁଭୂତ ହୋଇଥିଲା ।
ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ କେହି ଆହତ ବା ମୃତହାତ ହୋଇନଥିବା ସ୍ଥାନୀୟ ଗଣମାଧ୍ୟମ ସୂଚନାରୁ ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ