ପୂର୍ବ ପାପୁଆ ନ୍ୟୁ ଗିନି: ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ ଦ୍ବୀପପୁଞ୍ଜର ପୂର୍ବ ପାପୁଆ ନ୍ୟୁ ଗିନି । ଆଜି(ରବିବାର) ସକୋଳେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୯ ଆକଳନ ହୋଇଛି । କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ନାହିଁ । ଏନେଇ ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସୂତ୍ର ପକ୍ଷରୁ ସୂଚନା ମିଳିଛି ।
ଯୁକ୍ତରାଷ୍ଟ୍ର ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସୂତ୍ର(USGS) ଅନୁଯାୟୀ, ନ୍ୟୁ ବ୍ରିଟେନ ଦ୍ବୀପର ଦକ୍ଷିଣ ଉପକୂଳଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ସୋଲେମାନ ସାଗରରେ ୧୯ କିଲୋମିଟର (୧୨ ମାଇଲ) ଗଭୀରରେ ଏହି ଭୂକମ୍ପ ଘଟିଛି । ଜୁଲାଇ ୨୦୨୦ରେ,୬.୯ ତିବ୍ରତାର ଏକ ଭୂକମ୍ପ ରାଜଧାନୀ ପୋର୍ଟ ମୋରେସବିରେ ଆତଙ୍କ ସୃଷ୍ଟି କରିଥିଲା, କିନ୍ତୁ ଏଥିରେ ବ୍ୟାପକ କ୍ଷୟକ୍ଷତିର ଖବର ଆସି ନଥିଲା । ଫେବୃଆରୀ ୨୦୧୮ରେ ଦେଶର ଦୁର୍ଗମ ଉଚ୍ଚଭୂମି ଅଞ୍ଚଳରେ ୭.୫ ତୀବ୍ରତାର ଏକ ଭୂକମ୍ପରେ ଭୂସ୍ଖଳନ ଘଟି ଘର ପୋତି ହୋଇ ୧୨୫ ଜଣଙ୍କର ମୃତ୍ୟୁ ଘଟିଥିଲା ।