ETV Bharat / international

ବେଲୁଚିସ୍ତାନରେ ପାକ୍ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, 4 ଯବାନ ମୃତ - ପାକିସ୍ଥାନ ସେନା

ଗିଲଗିଟ ବେଲୁଚିସ୍ତାନରେ ପାକିସ୍ଥାନ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ 4 ପାକିସ୍ଥାନୀ ଯବାନଙ୍କ ମୃତ୍ୟୁ ହୋଇଛି। ପଢନ୍ତୁ ଅଧିକ....

ବେଲୁଚିସ୍ଥାନରେ ପାକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ , 4 ପାକ ବେଲୁଚିସ୍ଥାନରେ ପାକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ , 4 ପାକ ଯବାନ ମୃତଯବାନ ମୃତ
ବେଲୁଚିସ୍ଥାନରେ ପାକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ , 4 ପାକ ଯବାନ ମୃତ
author img

By

Published : Dec 27, 2020, 5:25 PM IST

ଇସାଲାମାବାଦ: ଗିଲଗିଟ ବେଲୁଚିସ୍ଥାନରେ ପାକିସ୍ଥାନ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ 4 ପାକିସ୍ଥାନୀ ଯବାନଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିବାବେଳେ ଦୁର୍ଘଟଣାକୁ ନେଇ ପାକ ଆର୍ମୀ ପକ୍ଷରୁ ସୂଚନା ମିଳିଛି । ଦୁର୍ଘଟଣାରେ ହେଲିକପ୍ଟରର ଦୁଇ ପାଇଲଟଙ୍କ ସମେତ ଅନ୍ୟ 2 ଯବାନଙ୍କ ମୃତ୍ୟୁ ହୋଇଛି ।

ବେଲୁଚିସ୍ଥାନରେ ଆଷ୍ଟୋରେ ଜିଲ୍ଲାରେ ଶନିବାର ସଂନ୍ଧ୍ୟାରେ ଜଣେ ଆହତ ଯବାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯିବା ପାଇଁ ଅପରେସନ କରାଯାଉଥିଲା । ଏହି ସମୟରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ଯାନ୍ତ୍ରୀକ ତୃଟି ଯୋଗୁ ଏହା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।

ଦୁର୍ଘଟଣା ପରେ ସମସ୍ତ ମୃତଦେହକୁ ଉଦ୍ଧାର କରି ସ୍ଥାନୀୟ ସ୍କାର୍ଡୁ ମିଲିଟାରି ହସ୍ପିଟାଲକୁ ଅଣାଯାଇଛି । ଏହି ଘଟଣାରେ ବେଲୁଚିସ୍ଥାନର ସୂଚନା ପ୍ରସାରଣ ମନ୍ତ୍ରୀ ଫତୁଲ୍ଲା ଖାନ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.