ବେଜିଂ: ଚୀନରେ ବଡଧରଣର ଭୂକମ୍ପ ଝଟକା (Earthquake in China) । ଦକ୍ଷିଣ-ପଶ୍ଚିମ ଚୀନର ୟୂନାନ ପ୍ରଦେଶର ନିଙ୍ଗଲାଙ୍ଗରେ ଭୂକମ୍ପ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୫ଥିବା ରେକର୍ଡ କରାଯାଇଛି । ଗତକାଲି ଅପରାହ୍ନ ୩ଟା ୨ମିନିଟରେ ଏହି ବଡଧରଣର ଭୂକମ୍ପ ହୋଇଥିବା ସୂଚନା ମିଳିଛି ।
ଏହାର କେନ୍ଦ୍ର ସ୍ଥଳ ଲିଜିଆଙ୍ଗର ନିଙ୍ଗଲାଙ୍ଗ ଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଏବଂ ୟୋଙ୍ଗିଙ୍ଗର ନିକଟତମ ଟାଉନସିପ୍ ଠାରୁ ୩ କିଲୋମିଟର ଦୂରରେ ଥିଲା ବୋଲି ରାଷ୍ଟ୍ରାୟତ୍ତ ଜିନହୁଆ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି।
ଭୂକମ୍ପ ପ୍ରଭାବରେ ଶତାଧିକ ଘର କ୍ଷତିଗ୍ରସ୍ତ ହୋଇପଡିଛି ଏବଂ ଆହାତଙ୍କ ସଂଖଥ୍ୟ ମଧ୍ୟ ବୃଦ୍ଧି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଭୂକମ୍ପର ପ୍ରଭାବ ୧୩୮୯ ବର୍ଗ କିମ୍ ଅଞ୍ଚଳରେ ଅନୁଭୂତ ହୋଇଥିଲା । ପ୍ରଭାବିତ ଅଞ୍ଚଳରେ ବହୁ ସଂଖ୍ୟାରେ ଉଦ୍ଧାକାରୀ ଟିମ୍ ନିୟୋଜିତ କରାଯାଇଛି ।