କାବୁଲ: ଆଫଗାନିସ୍ତାନ ସରକାର ଏବଂ ପାକ୍ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଶେଷ ହେବାର ନାଁ ନେଉନାହିଁ । ଗୁରୁବାର ଦିନ କାନ୍ଦାହାର ପ୍ରଦେଶର ସ୍ପିନ୍ ବୋଲଡାକ୍ରେ ପାକ୍ ଏବଂ ଆଫଗାନିସ୍ତାନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 21 ଜଣ ଆହତ ହୋଇଛନ୍ତି।
ଆଫଗାନିସ୍ତାନରେ ରହୁଥିବା ସାମ୍ବାଦିକ ବିଲାଲ ସରୱାରୀ ଟୁଇଟ୍ କରି କହିଛନ୍ତି, "ପାକ୍ ଏବଂ ଆଫଗାନିସ୍ତାନ ସୈନ୍ୟବାହିନୀ କାନ୍ଦାହାର ପ୍ରଦେଶର ସ୍ପିନ୍ ବୋଲଡାକରେ ସଂଘର୍ଷ ଘଟିଛି। ଆଫଗାନିସ୍ତାନ ପଟୁ ଅତି କମରେ 2 ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି।’’
ଏହି ଘଟଣା ସମ୍ପର୍କରେ ଅଧିକ ସୂଚନା ଦେଇ ସରୱାରୀ ପରବର୍ତ୍ତୀ ଟ୍ୱିଟରେ କହିଛନ୍ତି, "ପ୍ରଥମେ ପାକିସ୍ତାନ ପକ୍ଷରୁ ବିରୋଧକାରୀଙ୍କ ଉପରକୁ ଗୁଳି ବର୍ଷଣ ଆରମ୍ଭ ହୋଇଥିଲା, ବିରୋଧକାରୀ ଏବଂ ପାକିସ୍ତାନୀଙ୍କ ମଧ୍ୟରେ ସଂଘର୍ଷ ଚାଲିଥିଲା। ଏଥିରେ 2 ସାଧାରଣ ନାଗରିକ ପ୍ରାଣ ହରାଇଥିଲେ ଏବଂ ଅତି କମରେ 21 ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି।
ବର୍ତ୍ତମାନ ସମୟରେ ଆଫଗାନିସ୍ତାନ ଏବଂ ପାକିସ୍ତାନି ସୈନ୍ୟବାହିନୀ ଘଟଣାସ୍ଥଳରେ ଅଛନ୍ତି। ଗୁଳି ବିନିମୟ ନେଇ ଜଣେ ଆଦିବାସୀ ଓ ସ୍ଥାନୀୟ ବ୍ୟବସାୟୀ ମୋତେ ସୂଚନା ଦେଇଛନ୍ତି ବୋଲି ସାମ୍ବାଦିକ କହିଛନ୍ତି।