ETV Bharat / international

କାବୁଲ ବ୍ଲାଷ୍ଟରେ 2 ଆଫଗାନ ମାନବାଧିକାର ଅଧିକାରୀ ନିହତ

author img

By

Published : Jun 28, 2020, 1:06 PM IST

ଶନିବାର କାବୁଲରେ ହୋଇଥିବା ଏକ ବୋମା ବିସ୍ଫୋରଣରେ ଦୁଇ ସ୍ବାଧୀନ ମାନବାଧିକାର କମିଶନ ଅଧିକାରୀଙ୍କର ମୃତ୍ୟୁ ହୋଇଛି । ପୋଲିସ ସୂଚନା ମୁତାବକ ସକାଳ ପ୍ରାୟ 7ଟା 45ରେ କାବୁଲର ବୋଟଖାକଠାରେ ଏହି ବିସ୍ଫୋରଣ ହୋଇଥିଲା ।

ied blast in kabul, bomb blast in kabul, kabul blast update, attack on human right staff in kabul, କାବୁଲରେ ଆଇଇଡ ବ୍ଲାଷ୍ଟ, କାବୁଲରେ ବୋମା ବିସ୍ପୋରଣ, କାବୁଲ ବ୍ଲାଷ୍ଟ ଅପଡେଟ, କାବୁଲରେ ମାନବାଧିକାର ଅଧିକାରୀଙ୍କ ଆକ୍ରମଣ
କାବୁଲ ବ୍ଲାଷ୍ଟରେ 2 ଆଫଗାନ ମାନବାଧିକାର ଅଧିକାରୀ ନିହତ

କାବୁଲ: ଶନିବାର କାବୁଲରେ ହୋଇଥିବା ଏକ ବୋମା ବିସ୍ଫୋରଣରେ ଦୁଇ ସ୍ବାଧୀନ ମାନବାଧିକାର କମିଶନ ଅଧିକାରୀଙ୍କର ମୃତ୍ୟୁ ହୋଇଛି । ପୋଲିସ ସୂଚନା ମୁତାବକ ସକାଳ ପ୍ରାୟ 7ଟା 45ରେ କାବୁଲର ବୋଟଖାକ ଠାରେ ଏହି ବିସ୍ଫୋରଣ ହୋଇଥିଲା । ଏହି ସମୟରେ ଉଭୟ ଅଧିକାରୀ ନିଜ କାର୍ଯ୍ୟାଳୟକୁ ଯାଉଥିଲେ ।

ତେବେ ଉଭୟ କର୍ମୀ ଯାତ୍ରା କରୁଥିବା କାର‌ରେ ଶତୃଙ୍କ ପୂର୍ବ ଯୋଜନା ମୁତାବକ ଏକ ଆଇଇଡି ଖଞ୍ଜାଯାଇଥିବା ଜଣାପଡିଛି । ଏନେଇ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି କାବୁଲ ପୋଲିସ ମୁଖପାତ୍ର ଫିରଡସ ଫାରାମାର୍ଜ । ସେପଟେ ମାନବାଧିକ କମିଶନ ମୁଖପାତ୍ର ମୁହମ୍ମଦ ରେଜା ଜାଫାରୀ ମୃତକଙ୍କ ପରିଚୟ ଦେବାକୁ ମନା କରିଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ସୂଚନା ଦେଇଛନ୍ତି ।

ଏହି ବିସ୍ଫୋରଣ ପଛରେ ଏଯାବତ୍‌ କୌଣସି ଦଳ ନିଜକୁ ଦାୟୀ କରିନାହାନ୍ତି । ତେଣେ ଏହି ଆକ୍ରମଣ ପରେ ସହରରେ ଭୟର ବାତାବରଣ ସୃଷ୍ଟି ହେବା ସହ ଅଧିକାରକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ୟୁଏନ ଆସିସ୍‌ଣ୍ଟାନ୍ସ ମିଶନର କହିବା ଅନୁଯାୟୀ ଏହିପରି ଭାବେ ମାନବାଧିକାର କମିଶନ ଅଧିକାରୀଙ୍କ ଉପରେ ଆକ୍ରମଣ କେହି ଚିନ୍ତା ବି କରିପାରିବେ ନାହିଁ । ଏହାପଛରେ କ’ଣ କାରଣ ଥାଇ ପାରେ ତାହା କଳ୍ପନ ମଧ୍ୟ କରାଯାଇପାରୁନାହିଁ । ଏନେଇ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ଥିବା ମିଶନ ପ୍ରକାଶ କରିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.