ETV Bharat / international

କାବୁଲ ବିସ୍ଫୋରଣ, ନିଜକୁ ଦାୟୀ କଲା ‘ISIS-K' - ତାଲିବାନରେ ବିସ୍ଫୋରଣ

ଆଫଗାନିସ୍ତାନ ରାଜଧାନୀ କାବୁଲର ଡାକ୍ତରଖାନାରେ ବିରାଟ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ‘ଆଇଏସ୍‌ଆଇଏସ୍‌-କେ’ । ଅଧିକ ପଢନ୍ତୁ...

କାବୁଲ ଡାକ୍ତରଖାନାରେ ବିସ୍ଫୋରଣ: ୨୫ ମୃତ, ୫୦ ଆହତ

author img

By

Published : Nov 3, 2021, 1:08 PM IST

କାବୁଲ: କାବୁଲର ଏକ ଡାକ୍ତରଖାନାରେ ଭୟାନକ ବିସ୍ଫୋରଣ ମାମଲାରେ ନିଜକୁ ଦାୟୀ କରିଛି ଇସଲାମିକ୍ ଷ୍ଟେଟ୍ । ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍‌ ଘଟଣା ପାଇଁ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ କେତେକ ସଦସ୍ୟ ଏହି ଆକ୍ରମଣ ପାଇଁ ଦାୟୀ କହିବା ପରେ ‘ଆଇଏସ୍‌ଆଇଏସ୍‌-କେ’ ଭାବେ ସୁପରିଚିତ ‘ଇସ୍‌ଲାମିକ୍‌ ଷ୍ଟେଟ୍‌ ଖୋରସାନ’ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।

ସୂଚନା ଅନୁଯାୟୀ ମଙ୍ଗଳବାର କାବୁଲର ୪୦୦ ଶଯ୍ୟା ବିଶିଷ୍ଟ ସର୍ଦ୍ଦାର ମହମ୍ମଦ ଦାଉଦ ଖାନ୍ ଡାକ୍ତରଖାନା ପ୍ରବେଶ ଦ୍ବାରରେ ବିସ୍ଫୋରଣ ଘଟିଥିଲା । ପ୍ରଥମେ ବିସ୍ଫୋରଣ ପରେ ଗୁଳି ବିନିମୟ ଏବଂ ଏହାପରେ ଆଉ ଏକ ବଡ ଧରଣର ବିସ୍ଫୋରଣ ଘଟିଥିଲା । ଏଥିରେ ୨୫ ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି ।

ଏପରିକି ଡାକ୍ତରଖାନା ବାହାରେ ବିସ୍ଫୋରଣ କାରଣରୁ ଗୋଟାଏ କାର୍‌ ମଧ୍ୟ ଜଳି ଯାଇଥିଲା । ମାମଲାରେ ବର୍ତ୍ତମାନ ନିଜକୁ ଦାୟୀ କରିଛି ‘ଆଇଏସ୍‌ଆଇଏସ୍‌-କେ’ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.