ଇସଲାମାବାଦ: ପାକିସ୍ତନର କ୍ବେଟାରେ ଭୟଙ୍କର ବିସ୍ଫୋରଣ। କ୍ବେଟାର ହଜାରୀଗଞ୍ଜ ଅଞ୍ଚଳରେ ଥିବା ଏକ ପରିବା ହାଟରେ ବିସ୍ଫୋରଣ ଘଟି 16 ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ 25 ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।
-
#UPDATE Pakistan Media: Death toll rises to 16 in blast at Quetta's Hazarganji Sabzi Mandi. #Pakistan https://t.co/WkD38cmcBm
— ANI (@ANI) April 12, 2019 " class="align-text-top noRightClick twitterSection" data="
">#UPDATE Pakistan Media: Death toll rises to 16 in blast at Quetta's Hazarganji Sabzi Mandi. #Pakistan https://t.co/WkD38cmcBm
— ANI (@ANI) April 12, 2019#UPDATE Pakistan Media: Death toll rises to 16 in blast at Quetta's Hazarganji Sabzi Mandi. #Pakistan https://t.co/WkD38cmcBm
— ANI (@ANI) April 12, 2019
ହଜାରା ସମ୍ପ୍ରଦାୟର ଲୋକଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବା ଜଣା ପଡିଛି । ସେପଟେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି। ପୋଲିସ ଏବଂ ଫ୍ରଣ୍ଟିୟର ଫୋର୍ସ ଘଟଣାସ୍ଥଳରେ ଉପସ୍ଥିତ ଥିବା ବେଳେ ସମ୍ପୁର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ।
ବଲୁଚିସ୍ଥାନର ମୁଖ୍ୟମନ୍ତ୍ରୀ ଜାମ କମାଲ ଆକ୍ରମଣର ତୀବ୍ର ନିନ୍ଦା କରିବା ସହ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।