ଢାଲେ: ୟେମେନରେ ସୁରକ୍ଷାବଳ ଓ ହାଉଥି ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ । 12 ଜଣଙ୍କ ମୃତ୍ୟୁ ସୂଚନା । ମୃତକଙ୍କ ମଧ୍ୟରେ 5 ଜଣ ସୁରକ୍ଷାକର୍ମୀ ଥିବାବେଳେ 7 ଜଣ ବିଦ୍ରୋହୀ ରହିଥିବା ଜଣାପଡିଛି ।
ବୁଧବାର, ଢାଲେ ଅଞ୍ଚଳରେ ଏହି ସଂଘର୍ଷ ଘଟିଛି । ବିଦ୍ରୋହୀ ମାନେ ସୁରକ୍ଷାବଳଙ୍କ ସାମ୍ନାକୁ ଆସିଯିବାରୁ ଏପରି ଘଟିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, 2014 ମସିହାରୁ ୟେମେନରେ ହାଉଥି ମାନେ ବିଦ୍ରୋହ କରିବାରୁ ସେଠାରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି ।