କାବୁଲ: ଆଫଗାନ୍ ସେନା ପକ୍ଷରୁ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ଆତଙ୍କ ଗୋଷ୍ଠୀ ହକାନୀ ନେଟୱାର୍କର 12 ଜଣ କମାଣ୍ଡରଙ୍କ ମୃତ୍ୟୁ ଘଟିଛି । ଏନେଇ ଆଫଗାନିସ୍ତାନର ଗୁଇନ୍ଦା ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏନେଇ କୁହାଯାଇଛି ଯେ ଦେଶର ପୂର୍ବ ଭାଗରେ ଅବସ୍ଥିତ ଥିବା ଖୋଷ୍ଟ ପ୍ରଦେଶରେ ସେନା ହକାନୀ ନେଟୱାର୍କ ବିରୋଧରେ ମିଲିଟାରୀ ଅପରେସନ ଚଳାଇଥିଲା ।
ଏ ସମ୍ପର୍କରେ ମତ ରଖି ଦେଶର ପ୍ରତିରକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ଖୋଷ୍ଟ ପ୍ରଦେଶରେ ସାବ୍ରି ଜିଲ୍ଲାରେ ହକାନୀ ନେଟୱାର୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସେନା । ଅପରେସନ୍ ଚାଲିଥିବା ସମୟରେ ଜଣେ ଆହତ ହୋଇଥିବା ବେଳେ, 3 ଜଣଙ୍କୁ ଗିରଫ କରାଯାଇଛି । ଏହା ବ୍ୟତୀତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଆଫଗାନିସ୍ଥାନରେ ସମାନ୍ତରାଳ ସରକାର ଚଳାଇଥିବା ତାଲିବାନ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ବନ୍ଧ ରହିଛି । ପୂର୍ବ ଆଫଗାନିସ୍ତାନରେ ହେଉଥିବା ଅଧିକାଂଶ ଆତଙ୍କବାଦୀ ଘଟଣାରେ ହକାନୀ ନେଟୱାର୍କର ସମ୍ପୃକ୍ତି ଥାଏ ।
ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ଗୃହଯୁଦ୍ଧରେ ପ୍ରଭାବିତ ଆଫଗାନିସ୍ତାନରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସାମରିକ ସଂଘର୍ଷ ଜାରି ରହିଛି । ଦେଶରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଆଫଗାନ୍ ପ୍ରତିରକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆତଙ୍କବାଦ ଦମନ ଅଭିଯାନ ଜାରି ରହିଛି
ମିଲିଟାରୀ ଅପରେସନରେ ଗଡିଲା 12 ଆତଙ୍କୀ ମୁଣ୍ଡ - nsd
ଆଫଗାନିସ୍ତାନର ପୂର୍ବ ଭାଗରେ ଅବସ୍ଥିତ ଖୋଷ୍ଟ ପ୍ରଦେଶରେ ସେନାପକ୍ଷରୁ କରାଯାଇଥିବା ମିଲିଟାରୀ ଅପରେସନରେ ହକାନୀ ନେଟୱାର୍କର 12 ଜଣ କମାଣ୍ଡର ଟଳିପଡିଛନ୍ତି।