ETV Bharat / international

ଇରାନ ମିସାଇଲ ମାଡରେ ଆହତ ହୋଇଥିଲେ ୧୧ ଆମେରିକୀୟ ସୈନିକ - 11 us troops wounded in iran attack

ଗତ ୮ ତାରିଖରେ ଇରାକସ୍ଥିତ ଆମେରିକା ସୈନ୍ୟ ଶିବିର ଉପରେ ଇରାନ ପକ୍ଷରୁ କରାଯାଇଥିବା ମିସାଇଲ ମାଡ଼ରେ ୧୧ ଜଣ ଆମେରିକୀୟ ସୈନିକ ଆହତ ହୋଇଥିଲେ ।

11-us-troops-wounded-in-iran-attack
ଆମେରିକା ସେନା ବେସ
author img

By

Published : Jan 17, 2020, 8:46 PM IST

ବାଗଦାଦ: ଗତ ୮ ତାରିଖରେ ଇରାକସ୍ଥିତ ଆମେରିକା ସୈନ୍ୟ ଶିବିର ଉପରେ ଇରାନ ପକ୍ଷରୁ କରାଯାଇଥିବା ମିସାଇଲ ମାଡ଼ରେ ୧୧ ଜଣ ଆମେରିକୀୟ ସୈନିକ ଆହତ ହୋଇଥିଲେ । ଏନେଇ ଖୋଦ ଆମେରିକା ସେନା ସ୍ବୀକାର କରିଥିବା ବିଦେଶୀ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି ।

ଇରାନର ଟପ କମାଣ୍ଡର ଜେନେରାଲ ସୁଲେମାନିଙ୍କ ହତ୍ୟା ପରେ ପ୍ରତିଶୋଧ ପରାୟଣ ଇରାନ ଜାନୁଆରୀ 8 ତାରିଖରେ ଇରାକସ୍ଥିତ ଆମେରିକୀୟ ସେନା ଶିବିର ଉପରେ ପ୍ରାୟ 10ଟି ରକେଡ ମାଡ କରିଥିଲା । ଏଥିରେ ୮୦ ଜଣ ଆମେରିକୀୟ ସୈନିକ ନିହତ ହୋଇଛନ୍ତି ବୋଲି ଇରାନ ଦାବି କରିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଖାରଜ କରିଥିଲେ । ଏଥିରେ କୌଣସି ଆମେରିକୀୟ ସୈନିକ ମୃତାହତ ହୋଇନଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ।

କିନ୍ତୁ ଏହି ଆକ୍ରମଣରେ 11 ଆମେରିକୀୟ ସୈନ୍ୟ ଆହତ ହୋଇଥିବା ସ୍ବୀକାର କରିଛି ଆମେରିକା ସେନା । ଆମେରିକା ସେନାର ମୁଖପାତ୍ର ଏନେଇ କହିଛନ୍ତି, ଅଲ ଅସଦ ବିମାନବନ୍ଦରରେ ହୋଇଥିବା ଇରାନର ମିସାଇଲ ଆକ୍ରମଣରେ କୌଣସି ସୈନିକଙ୍କର ମୃତ୍ୟୁ ଘଟିନାହିଁ ସତ କିନ୍ତୁ ଏହି ଆକ୍ରମଣରେ କେତେକ ସୈନିକ ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.