ETV Bharat / international

ସୁରକ୍ଷାବାହିନୀର ଗୁଳିରେ ଟଳିଲେ 10 ତାଲିବାନ ଆତଙ୍କୀ - 10 ତାଲିବାନୀ ଆତଙ୍କବାଦୀ

ମଙ୍ଗଳବାର ଆଫଗାନସ୍ଥାନର ଫରାହର ଅଞ୍ଚଳରେ ହୋଇଥିବା ଏୟାରଷ୍ଟ୍ରାଇକରେ ଦଶ ତାଲିବାନ ଆତଙ୍କବାଦ ନିହତ ହୋଇଛନ୍ତି । ଅଧିକ ପଢନ୍ତୁ...

ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଳେ 10 ତାଲିବାନ ଆତଙ୍କୀ

author img

By

Published : Dec 30, 2020, 8:06 AM IST

କାବୁଲ: ଆଫଗାନସ୍ଥାନ ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ 10 ତାଲିବାନୀ ଆତଙ୍କବାଦୀ । ଫରାହରେ ହୋଇଥିବା ଏୟାରଷ୍ଟ୍ରାଇକରେ ଦଶ ଆତଙ୍କବାଦୀ ନିହତ ହୋଇଥିବା ବେଳେ ତିନିଜଣ ଆହତ ହୋଇଛନ୍ତି । ମଙ୍ଗଳବାର ଗୁଲିସ୍ଥାନ ଜିଲ୍ଲା ଫରାହ ଅଞ୍ଚଳରେ ଆତଙ୍କବାଦ ଓ ଆଫଗାନିସ୍ଥାନ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏୟାରଷ୍ଟ୍ରାଇକ ହୋଇଥିଲା ।

ଅଫଗାନିସ୍ଥାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀମାନେ ଏକ ବଡ ବିସ୍ଫୋରଣ ଘଟାଇବାକୁ ଯୋଜନା କରୁଥିଲେ । ସେମାନେ ଆଫଗାନସ୍ଥାନ ସୁରକ୍ଷା ବାହିନୀଙ୍କ ଉପରକୁ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ଏହି ଯୋଜନା ବିଷୟରେ ସୁରକ୍ଷା କର୍ମୀ ଆଗରୁ ସୂଚନା ପାଇଯାଇଥିଲେ । ସେମାନଙ୍କ ଯୋଜନାକୁ ପଣ୍ଡ କରିବା ପାଇଁ ଆକାଶମାର୍ଗରୁ ଆକ୍ରମଣ କରିଥିଲେ । ଏଥିରେ 10ଜଣ ତାଲିବାନ ଆତଙ୍କବାଦୀ ନିହତ ହୋଇଥିବା ବେଳେ ତିନିଜଣ ଆହତ ହୋଇଛନ୍ତି ।

ଗତ ସପ୍ତାହରେ ଦକ୍ଷିଣ ଆଫଗାନିସ୍ଥାନର ଜେହେରିଆ ଜିଲ୍ଲାରେ ସାତଜଣ ତାଲିବାନ ଆତଙ୍କବାଦୀ ନିହତ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ଆଫଗାନିସ୍ଥାନରେ ହିଂସା ରୋକିବାକୁ ଲଗାତାର ଭାବରେ କ୍ବାତରର ରାଜଧାନୀ ଦେହାରେ ଶାନ୍ତି ବୈଠକ ବସୁଥିବା ସୂଚନା ମିଳିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.