ETV Bharat / international

ଆଗକୁ ଆହୁରି ସାଙ୍ଘାତିକ ହେବ କୋରୋନା ସ୍ଥିତି: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ - ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଆଗକୁ ଆହୁରି ମାରାତ୍ମକ ହେବ ଆତ୍ମଘାତୀ କୋରୋନା । ବର୍ତ୍ତମାନ ପରିସ୍ଥିତି ଠାରୁ ଆହୁରି ଭୟଙ୍କର ହେବ ଆଗାମୀ ଦିନ । ଏନେଇ ଚେତାଇ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ଆଗକୁ ଆହୁରୀ ଜଟିଳ ହେବ କୋରୋନା ସ୍ଥିତି:WHO
ଆଗକୁ ଆହୁରୀ ଜଟିଳ ହେବ କୋରୋନା ସ୍ଥିତି:WHO
author img

By

Published : Apr 21, 2020, 1:19 PM IST

ୱାଶିଂଟନ: ମହାମାରୀ କୋରୋନା ଆଗକୁ ଆହୁରି ସାଙ୍ଘାତିକ ହେବ । ବର୍ତ୍ତମାନ ସ୍ଥିତି ଠାରୁ ଅଧିକ ଭୟଙ୍କର ହୋଇପାରେ କୋରୋନା ସଂକ୍ରମଣ। ଏଭଳି କିଛି ଚେତାବନୀ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଏଥିପାଇଁ ସମସ୍ତ ଦେଶକୁ ଏକାଠି କାମ କରିବାକୁ ଆହ୍ବାନ କରିଛନ୍ତି ଡବ୍ଲ୍ୟୁଏଚଓର ମୁଖ୍ୟ ଟେଡ୍ରୋସ ଘେବ୍ରୟେସୁ ।

ବର୍ତ୍ତମାନ ମହାମାରୀ କୋରୋନା ବିଶ୍ବର 210ଟି ଦେଶକୁ କବଳିତ କରି ରଖିଛି । ପ୍ରାୟ 24 ଲକ୍ଷ 25 ହଜାରରୁ ଅଧିକ ଲୋକେ ଆକ୍ରାନ୍ତ ହେବା ସହ ଲକ୍ଷେ 66 ହଜାର ଜୀବନ ନେଇଛି ଏହି ଭାଇରସ । ଏହାକୁ ଦୃଷ୍ଟିରେ ରଖି ବିଶ୍ବର ଅର୍ଦ୍ଧାଧିକ ଦେଶରେ ଲକଡାଉନ ଘୋଷଣା କରାଯାଇଛି । ହେଲେ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡୁଥିବାରୁ କେତେକ ଦେଶ ଏହି କଟକଣା ହଟାଇଛନ୍ତି ।

ବିନା ଏକତାରେ ଏହି ମହାମାରୀ ଆଗକୁ ଭୟଙ୍କର ରୂପ ନେବ । 100 ବର୍ଷ ପରେ ପୁଣି ଥରେ ବିଶ୍ବରେ ବିପଦ ସୃଷ୍ଟି କରିଛି । ଆମକୁ ବିଶ୍ବାସ କର ଆଗରୁ ସ୍ଥିତି ଜଟିଳ ହୋଇପାରେ । ତେଣୁ ଜାତୀୟ ଏକତା ଓ ବିଶ୍ୱସ୍ତରୀୟ ଏକତା ବିନା ଏ ଲଢେଇ ସମ୍ଭବ ନୁହେଁ । ଏବେ ବି କେତେକ ଲୋକେ ଭୂତାଣୁ ବିଷୟରେ ସମ୍ପୂର୍ଣ୍ଣ ଅବଗତ ହୋଇନାହାଁନ୍ତି ।ଆମକୁ ସତର୍କ ଓ ସଚେତନତା ହିଁ ହେବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.