ETV Bharat / international

କେଉଁଭଳି ହେବ ରାଷ୍ଟ୍ରପତି ବାଇଡେନଙ୍କ କାର୍ଯ୍ୟକାଳ ?

ଆଜି ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ । ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେବେ କମଲା ହାରିସ । ବିଦାୟୀ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍‌ଙ୍କ ଗତ ଚାରି ବର୍ଷର ଶାସନ ଓ ନବନିର୍ବାଚିତ ରାଷ୍ଟ୍ରପତି ବାଇଡେନଙ୍କ କିଭଳି ରହିବ କାର୍ଯ୍ୟକାଳ ସେନେଇ ଅଧିକ ପଢନ୍ତୁ...

author img

By

Published : Jan 20, 2021, 10:00 AM IST

Updated : Jan 20, 2021, 10:11 AM IST

କେଉଁଭଳି ହେବ ରାଷ୍ଟ୍ରପତି ବାଇଡେନଙ୍କ କାର୍ଯ୍ୟକାଳ ?
କେଉଁଭଳି ହେବ ରାଷ୍ଟ୍ରପତି ବାଇଡେନଙ୍କ କାର୍ଯ୍ୟକାଳ ?

ୱାଶିଂଟନ: ବିରାମ ଏବଂ ପଶ୍ଚାତଗମନ । ପୁନରୁଦ୍ଧାର ଏବଂ ସଂପ୍ରସାରଣ । କୋରୋନା ଭାଇରସରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା, ପରିବେଶ, ଶିକ୍ଷା ଏବଂ ଆହୁରି ଅନେକ ପ୍ରସଙ୍ଗରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍‌ଙ୍କ ଗତ ଚାରି ବର୍ଷର ଶାସନ କାଳ ଭିତରେ ଯାହା ସବୁ ପରିଲକ୍ଷିତ ହୋଇଛି, ସେ ସବୁଠାରୁ ସଂପୂର୍ଣ୍ଣ ଭିନ୍ନ ଏକ ବାଟରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଆଗେଇ ନେବାକୁ ପ୍ରସ୍ତୁତ ଜୋ ବାଇଡେନ୍‌ ।

ପ୍ୟାରିସ୍‌ ଜଳବାୟୁ ରାଜିନାମାରୁ ଆମେରିକା ଓହରି ଯିବା ଏବଂ ପରିବେଶ ପ୍ରଦୂଷଣ ବିରୋଧରେ ରହିଥିବା ସୁରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିଦେବା ନିଷ୍ପତ୍ତି ଏବଂ ଟ୍ରମ୍ପ ଗ୍ରହଣ କରିଥିବା ଏହିଭଳି ଅନେକ ନୀତିକୁ ଖାରଜ କରିବା ପାଇଁ ଡେମୋକ୍ରାଟ୍‌ ଦଳର ନିର୍ବାଚିତ ରାଷ୍ଟ୍ରପତି ପ୍ରତିଶ୍ରୁତିବଦ୍ଧ ।

ଲୋକଙ୍କୁ ସୁହାଇବା ଭଳି ଚିକିତ୍ସା ନୀତି ‘ଆଫୋର୍ଡେବ୍‌ଲ କେଆର୍‌ ଆକ୍‌ଟ’କୁ ଟ୍ରମ୍ପ୍‌ ରଦ୍ଦ କରିଦେବାକୁ ଚାହୁଁଥିଲେ । କିନ୍ତୁ ବାଇଡେନ୍‌ ‘ଓବାମାକେୟାର୍‌’ ସ୍ବାସ୍ଥ୍ୟସେବା ଆଇନରେ ଅଧିକରୁ ଅଧିକ ଆମେରିକୀୟଙ୍କୁ ସାମିଲ କରିବାର ବିକଳ୍ପ ପ୍ରଦାନ କରି ଏହାକୁ ସଂପ୍ରସାରଣ କରିବାକୁ ପ୍ରସ୍ତାବ ଦେଉଛନ୍ତି ।

ରାଷ୍ଟ୍ରପତି ବାଇଡେନ୍‌ଙ୍କ କାର୍ଯ୍ୟକାଳ କିପରି ହେବ, ସେ ସଂପର୍କରେ ଆମେ ଯାହା ଜାଣିଛୁ, ତାହା ଏଠାରେ ଦିଆଗଲା ।

ଅର୍ଥବ୍ୟବସ୍ଥା, ଟିକସ ଏବଂ ଋଣ

ଜାନୁଆରୀ 14 ତାରିଖ ଦିନ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌, କୋରୋନା ଭାଇରସର ମୁକାବିଲା ଏବଂ ଦେଶର ଅର୍ଥବ୍ୟବସ୍ଥାକୁ ପୁନରୁଜ୍ଜୀବିତ କରିବା ଲାଗି 1.9 ଟ୍ରିଲିଅନ୍‌ (ଲକ୍ଷ କୋଟି) ଡଲାରର ଏକ ଯୋଜନା ଘୋଷଣା କରିଛନ୍ତି । ସମାନ୍ତରାଳ ଭାବରେ, ବିଶ୍ବ ମହାମାରୀ ସମୟରେ ଜନସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରାଥମିକତା ଭିତ୍ତିରେ ବ୍ୟାପକ ଉଦ୍ୟମର ଆବଶ୍ୟକ ହେଉଥିବା ବେଳେ ଅର୍ଥବ୍ୟବସ୍ଥାକୁ ସ୍ଥିର କରିବା ଲାଗି ଏହି ଯୋଜନାରେ ଆଉ ଏକ ପର୍ଯ୍ୟାୟ ସହାୟତାର ବ୍ୟବସ୍ଥା କରାଯାଇଛି ।

ଆମେରିକୀୟ ଉଦ୍ଧାର ଯୋଜନା ବା ‘ଆମେରିକାନ୍‌ ରେସ୍‌କ୍ୟୁ ପ୍ଲାନ୍‌’ ନାମରେ ଅଭିହିତ ଏହି ଯୋଜନାରେ ବିଶ୍ବ ମହାମାରୀ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ, ପ୍ରତିଷେଧକ ଟିକାଦାନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଏବଂ ବ୍ୟକ୍ତିବିଶେଷ, ରାଜ୍ୟ ଓ ସ୍ଥାନୀୟ ପ୍ରଶାସନ ଏବଂ ଦୀର୍ଘକାଳ ଧରି ପ୍ରତିକୂଳ ଆର୍ଥିକ ସ୍ଥିତି ସହ ସଂଗ୍ରାମରତ ବ୍ୟାବସାୟିକ ସଂସ୍ଥାକୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି ।

ବାଇଡେନଙ୍କ ମତରେ କୋଭିଡ-19 ନିୟନ୍ତ୍ରିତ ନ ହେଲା ପର୍ଯ୍ୟନ୍ତ ଅର୍ଥବ୍ୟବସ୍ଥାର ସଂପୂର୍ଣ୍ଣ ପୁନରୁଦ୍ଧାର ହୋଇପାରିବ ନାହିଁ ।

ଦୀର୍ଘକାଳୀନ ପୁନରୁଦ୍ଧାର ନିମନ୍ତେ, ସମ୍ପ୍ରସାରିତ ମାନ୍ଦାବସ୍ଥାକୁ ଏଡାଇ ଯିବା ଏବଂ ଅଶ୍ବେତ ଆମେରିକୀୟମାନଙ୍କ କ୍ଷେତ୍ରରେ ଅଣ-ଆନୁପାତିକ ଭାବେ ପରିଲକ୍ଷିତ ଦୀର୍ଘ ଦିନର ଆର୍ଥିକ ଅସମାନତା ଦୂର କରିବା ଦିଗରେ ସଂଘୀୟ ସରକାରଙ୍କ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବେ ବୋଲି ପୂର୍ବତନ ଉପ ରାଷ୍ଟ୍ରପତି ପ୍ରସ୍ତାବ ଦେଇଛନ୍ତି ।

ପରିବେଶ ଏବଂ ସ୍ବାସ୍ଥ୍ୟ ବୀମା କ୍ଷେତ୍ରରେ ପ୍ରସ୍ତାବିତ ବଡ ଧରଣର ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବା ବାବଦ ଖର୍ଚ୍ଚ ଭରଣା କରିବା ପାଇଁ ସେ 2017ର ଟିକସ ପୁନଃ ନିର୍ଦ୍ଧାରଣ ବ୍ୟବସ୍ଥାକୁ ପ୍ରତ୍ୟାହାର କରିନେବା ପ୍ରସ୍ତାବ ରଖିଛନ୍ତି । ସେ ଚାହାଁନ୍ତି କର୍ପୋରେଟ୍‌ର ଆୟ କର ହାର 28% ରହୁ – ଯାହାକି ପୂର୍ବ ତୁଳନାରେ କମ୍‌ କିନ୍ତୁ ବର୍ତ୍ତମାନ ତୁଳନାରେ ବେଶୀ । ଏହା ସହିତ 400.000 ଡଲାରରୁ ଅଧିକ ଟିକସଯୋଗ୍ୟ ଆୟ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ବ୍ୟାପକ ଉପାର୍ଜନ ଏବଂ ପେ-ରୋଲ୍‌ ଟିକସ ବୃଦ୍ଧି କରିବା ପ୍ରସ୍ତାବ ବି ରହିଛି । ଏହି ସବୁ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଆସନ୍ତା 10 ବର୍ଷ ଭିତରେ 4 ଟ୍ରିଲିଅନ୍‌ (ଲକ୍ଷ କୋଟି) ଡଲାର କିମ୍ବା ତା’ଠାରୁ ଅଧିକ ପୁଞ୍ଜି ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି ।

ପ୍ରବାସନକୁ ଅର୍ଥବ୍ୟବସ୍ଥା ଅନ୍ତର୍ଗତ ଏକ ବିଷୟ ବୋଲି ବାଇଡେନ ବିଚାର କରନ୍ତି । ଆଇନସମ୍ମତ ପ୍ରବାସନ ନିମନ୍ତେ ସୁଯୋଗର ସଂପ୍ରସାରଣ କରିବାକୁ ଏବଂ ଆମେରିକାରେ ବେଆଇନ ଭାବରେ ରହି କର୍ମଚାରୀ ବା ଉପଭୋକ୍ତା ରୂପରେ ଦେଶର ଅର୍ଥବ୍ୟବସ୍ଥା ପ୍ରତି ନିଜ ନିଜର ଅବଦାନ ଦେଉଥିବା ପ୍ରାୟ 1 କୋଟି 10 ଲକ୍ଷ ବିଦେଶାଗତ ଲୋକଙ୍କୁ ନାଗରିକତ୍ବ ପ୍ରଦାନ ନିମନ୍ତେ ପଥ ଉନ୍ମୁକ୍ତ କରିବାକୁ ବାଇଡେନ ପ୍ରସ୍ତାବ ରଖିଛନ୍ତି ।

ଦାୟିତ୍ବବାନ ଢଙ୍ଗରେ ସଂଘୀୟ ବଜେଟ ପାଇଁ ସ୍ଥାପିତ ଏକ କମିଟିର ବିଶ୍ଲେଷଣ ଅନୁସାରେ ବାଇଡେନଙ୍କ ପ୍ରଚାରକାଳୀନ ପ୍ରସ୍ତାବଗୁଡିକ କାର୍ଯ୍ୟକାରୀ ହେଲେ, 10 ବର୍ଷ ଭିତରେ ଦେଶର ଋଣ ପରିମାଣ ପ୍ରାୟ 5.6 ଟ୍ରିଲିଅନ ଡଲାର ବୃଦ୍ଧି ପାଇବ । ବର୍ତ୍ତମାନ ଦେଶର ଋଣ ପରିମାଣ 20 ଟ୍ରିଲିଅନ୍‌ ଡଲାରରୁ ଅଧିକ ରହିଛି ।

ବିଶ୍ବ ମହାମାରୀ କୋରୋନା ଭାଇରସ

ବିଶ୍ବ ମହାମାରୀ ପ୍ରସଙ୍ଗରେ ଟ୍ରମ୍ପ ଓ ବାଇଡେନଙ୍କ ଆଭିମୁଖ୍ୟରେ ପ୍ରବଳ ବିରୋଧାଭାସ ପରିଲକ୍ଷିତ ହୁଏ ଏବଂ ବାଇଡେନଙ୍କ ତର୍କ ଅନୁସାରେ ଏଭଳି ସଙ୍କଟର ମୁକାବିଲା ଲାଗି ହିଁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏବଂ ସଂଘୀୟ ସରକାର ରହିଛନ୍ତି । ସଂଘୀୟ ସରକାରଙ୍କ ସମର୍ଥନ ସହିତ ବିଭିନ୍ନ ରାଜ୍ୟଗୁଡିକ ଭୂତାଣୁ ମୁକାବିଲା ଦିଗରେ ଅଗ୍ରଣୀ ଭୂମିକା ନିର୍ବାହ କରିବେ ବୋଲି ଟ୍ରମ୍ପଙ୍କ ମତ ସହିତ ସେ ଏକମତ ନୁହଁନ୍ତି ।

ବିଶ୍ବ ମହାମାରୀ ଜନିତ ଅର୍ଥନୈତିକ ଶିଥିଳତାରୁ ନିସ୍ତାର ପାଇବା ଲାଗି ବ୍ୟାବସାୟିକ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ଏବଂ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନକୁ ସହାୟାତ କରିବା ପାଇଁ ସଂଘୀୟ ସରକାର ସହୃଦୟତାର ସହିତ ବ୍ୟୟ କରିବା ଉଚିତ ବୋଲି ବାଇଡେନ ମତ ଦିଅନ୍ତି । ଏ ସଂକ୍ରାନ୍ତରେ ପ୍ରତିରକ୍ଷା ଉତ୍ପାଦନ ଆଇନକୁ ଲାଗୁ କରିବା ଲାଗି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଯୁଦ୍ଧକାଳୀନ ଆଇନ ଅନୁସାରେ ଗୁରୁତ୍ବପୂର୍ଣ୍ଣ ଅତ୍ୟାବଶ୍ୟକ ସାମଗ୍ରୀ ନିର୍ମାଣ ନିମନ୍ତେ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇପାରିବେ । ଭେଣ୍ଟିଲେଟର ଉତ୍ପାଦନ ଭଳି ସାମଗ୍ରୀ କ୍ଷେତ୍ରରେ ଟ୍ରମ୍ପ ଏହି ଆଇନର ଉପଯୋଗ କରିଛନ୍ତି ।

କ୍ରମାଗତ ଭାବେ ସାଧାରଣ ଲୋକଙ୍କୁ ବାର୍ତ୍ତା ଦେବା ଲାଗି ସରକାରୀ ବୈଜ୍ଞାନିକ ଏବଂ ଚିକିତ୍ସକମାନଙ୍କର ପଦୋନ୍ନତି ନିମନ୍ତେ ବାଇଡେନ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଏହା ସହିତ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଯୁକ୍ତରାଷ୍ଟ୍ର ଆମେରିକା ପୁଣି ଯୋଗ ଦେବ ବୋଲି ସ୍ଥିର କରିଛନ୍ତି ।

କାର୍ଯ୍ୟଭାର ଗ୍ରହଣ ପୂର୍ବରୁ ମଧ୍ୟବର୍ତ୍ତୀ ସମୟରେ ସେ ପ୍ରତି ଗଭର୍ଣ୍ଣରଙ୍କ ସହିତ ବୈଠକରେ ଯୋଗ ଦେବେ ଏବଂ ସାରା ଦେଶରେ ମାସ୍କ ସଂପର୍କିତ ଏକ ଜାତୀୟ ନିୟମ ଲାଗୁ କରିବା ଦିଗରେ କହିବେ । କାରଣ ସଂଘୀୟ ସରକାରଙ୍କର ଏହି କ୍ଷମତା ନାହିଁ । ବାଇଡେନ କହନ୍ତି ଯେ, ସେ ବିଭିନ୍ନ ସ୍ଥାନକୁ ଗସ୍ତ କରି ଏଭଳି ନିୟମ ଲାଗୁ କରିବା ସଂପର୍କରେ ରାଜ୍ୟ ଓ ସ୍ଥାନୀୟ ପ୍ରଶାସନରକ ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ । ତେବେ ଏଭଳି ଆଦେଶ ଲାଗୁ କରିବା ଉପରେ ପ୍ରଶ୍ନ ଚିହ୍ନ ଉଠିପାରେ ।

ସ୍ବାସ୍ଥ୍ୟସେବା

“ଓବାମାକେୟାର” ନାମରେ ପରିଚିତ ସ୍ବାସ୍ଥ୍ୟସେବା ସଂପର୍କିତ ଆଇନ ଓବାମା ସରକାରଙ୍କର ଏକ ଐତିହାସିକ ନିର୍ଣ୍ଣୟ ଏବଂ ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ପରିସରଭୁକ୍ତ କରିବା ଲାଗି ବାଇଡେନ ଏହାରି ଭିତ୍ତିରେ କାର୍ଯ୍ୟକ୍ରମ ହାତକୁ ନେବେ । ସେ “ମେଡିକେୟାର ଭଲି ଏକ ସାଧାରଣ ବିକଳ୍ପ” ସୃଷ୍ଟି କରିବେ ଏବଂ କାର୍ଯ୍ୟକ୍ଷମ ବୟସ ବର୍ଗରେ ଥିବା ଆମେରିକୀୟମାନଙ୍କ ପାଇଁ ଏହା ଘରୋଇ ବୀମା ବଜାର ସହିତ ପ୍ରତିଦ୍ବନ୍ଦ୍ବିତା କରିବ । ଏହା ସହିତ ପ୍ରିମିୟମ ଉପରେ ବର୍ତ୍ତମାନ ଦିଆଯାଉଥିବା ସବ୍‌ସିଡି ବୃଦ୍ଧି କରାଯିବ । ବର୍ତ୍ତମାନ ବହୁ ଲୋକ ଏହି ସବ୍‌ସିଡି ବ୍ୟବସ୍ଥାର ସୁଯୋଗ ନେଉଛନ୍ତି । ଏହି ବ୍ୟବସ୍ଥା ଫଳରେ ମଧ୍ୟମ ବର୍ଗର ପରିବାରମାନେ ସବ୍‌ସିଡିଯୁକ୍ତ ସ୍ବାସ୍ଥ୍ୟ ବୀମା ସୁବିଧା ହାସଲ କରିପାରିବେ ।

ବାଇଡେନଙ୍କ ଆକଳନ ଅନୁସାରେ ତାଙ୍କର ଏହି ଯୋଜନା କାର୍ଯ୍ୟକାରୀ କରିବାରେ 10 ବର୍ଷରେ ପ୍ରାୟ 750 ବିଲିଅନ୍‌ (ଶହ କୋଟି) ଡଲାରରୁ ଅଧିକ ଖର୍ଚ୍ଚ ହେବ । ଏ କ୍ଷେତ୍ରରେ ବାଇଡେନଙ୍କ ଦୃଷ୍ଟିକୋଣ ଟ୍ରମ୍ପଙ୍କ ତୁଳନାରେ ଭିନ୍ନ । 2010ର ସ୍ବାସ୍ଥ୍ୟ ନୀତିକୁ ଖାରଜ କରିବାକୁ ଟ୍ରମ୍ପ ଚାହୁଁଥିଲେ । ପ୍ରଗତିଶୀଳ ଲୋକେ ସରକାରୀ ବୀମା ବ୍ୟବସ୍ଥା ପ୍ରଚଳନ କରି ଘରୋଇ ବୀମା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ହଟାଇବା ସପକ୍ଷରେ ଥିଲେ । ବାଇଡେନଙ୍କ ଏହି ଦୃଷ୍ଟିକୋଣ ସବୁ ଲୋକଙ୍କୁ ସ୍ବାସ୍ଥ୍ୟସେବା ପରିସରକୁ ଆଣିବା ପାଇଁ ଉଦ୍ଦିଷ୍ଟ ଏବଂ କଂଗ୍ରେସ ମାଧ୍ୟମରେ ହିଁ ସେ ଏହାକୁ କାର୍ଯ୍ୟକାରୀ କରାଇପାରିବେ ।

ରାଷ୍ଟ୍ରପତି ଭାବରେ ଏହି ନିଷ୍ପତ୍ତିର ସମ୍ଭାବ୍ୟ ପରିଣତି ସହିତ ବାଇଡେନଙ୍କୁ ହିଁ ମୁକାବିଲା କରିବାକୁ ପଡିବ । ପ୍ରେସ୍‌କ୍ରିପ୍‌ସନ ଦିଆଯାଉଥିବା ଔଷଧ ନିମନ୍ତେ ମେଡିକେୟାର ଯୋଜନାକୁ ସରକାରୀ କାର୍ଯ୍ୟକ୍ରମ ଏବଂ ଘରୋଇ ସଂସ୍ଥା ସହିତ ବୁଝାମଣା କରିବାକୁ ଅନୁମତି ଦେବା ପାଇଁ ଆଇନ ପ୍ରଣୟନ କରାଯିବା ବିଷୟକୁ ବାଇଡେନ ସମର୍ଥନ କରନ୍ତି । ମେଡିକେୟାର ଏବଂ ସଂଘୀୟ ସରକାରଙ୍କ ଦ୍ବାରା ପରିଚାଳିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିସରଭୁକ୍ତ ଲୋକଙ୍କ କ୍ଷେତ୍ରରେ ମୁଦ୍ରାସ୍ଫୀତିର ହାର ତୁଳନାରେ ଅଧିକ ହାରରେ ଔଷଧର ଦରବୃଦ୍ଧିକୁ ସେ ନିଷେଧ କରିବେ । ଏହା ସହିତ ଗୁରୁତର ରୋଗର ଚିକିତ୍ସା ପାଇଁ “ସ୍ବତନ୍ତ୍ର ଆବଶ୍ୟକତା ସଂପନ୍ନ ଔଷଧ”ର ପ୍ରାରମ୍ଭିକ ମୂଲ୍ୟକୁ ସେ ସୀମିତ ରଖିବେ ଏବଂ ଏ କ୍ଷେତ୍ରରେ ଅନ୍ୟ ଦେଶମାନେ ଯେଉଁ ମୂଲ୍ୟ ଦେଉଛନ୍ତି ତାହାକୁ ମାପଦଣ୍ଡ ରୂପେ ଗ୍ରହଣ କରାଯିବ ।

ମେଡିକେୟାର ଯୋଜନାରେ ସାମିଲ ହୋଇଥିବା ଲୋକମାନେ ପ୍ରତି ବର୍ଷ ନିଜ ହାତରୁ କିଣୁଥିବା ଔଷଧପତ୍ର ମୂଲ୍ୟକୁ ସୀମିତ କରିବାକୁ ବାଇଡେନ ଚାହୁଁଛନ୍ତି । ଟ୍ରମ୍ପ ବି ଏହି ପରିବର୍ତ୍ତନ ଚାହୁଁଥିଲେ କିନ୍ତୁ କଂଗ୍ରେସରେ ଏହାକୁ ଗୃହୀତ କରାଇବାରେ ସକ୍ଷମ ହୋଇନଥିଲେ । ଟ୍ରମ୍ପଙ୍କ ଅନୁରୂପ ବାଇଡେନ ମଧ୍ୟ ପ୍ରେସ୍‌କ୍ରିପ୍‌ସନ ଦିଆଯାଉଥିବା ଔଷଧର ଗୁରୁତ୍ବକୁ ଅନୁମତି ଦେବେ କିନ୍ତୁ ଏ କ୍ଷେତ୍ରରେ ସୁରକ୍ଷା ଯାଞ୍ଚ କରିବାକୁ ବ୍ୟବସ୍ଥା ରହିବ ।

ପ୍ରବାସନ

ପ୍ରବାସନ ବା ଅନ୍ୟ ଦେଶରୁ ଆସି ଆମେରିକାରେ କାମ କରୁଥିବା ବ୍ୟକ୍ତିଙ୍କ ଉପରେ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନକୁ ଏକ ‘ଅପ୍ରତିହତ ଆକ୍ରମଣ’ ବୋଲି ବାଇଡେନ ବର୍ଣ୍ଣନା କରିଥିଲେ ଏବଂ ସୀମା ସଂପର୍କିତ ଆଇନ ପ୍ରଚଳନ ଜାରି ରଖିବା ସହିତ ସେ ଏ କ୍ଷେତ୍ରରେ ହୋଇଥିବା “କ୍ଷତିଭରଣା” କରିବେ ବୋଲି କହିଥିଲେ ।

ବାଇଡେନ କହନ୍ତି ଯେ ସେ ତୁରନ୍ତ ‘ଡେଫର୍‌ଡ ଆକ୍‌ସନ ଫର ଚାଇଲ୍‌ଡହୁଡ୍‌ ଆରାଇଭାଲ୍‌ସ’ କାର୍ଯ୍ୟକ୍ରମ, କିମ୍ବା DACAର ପୁଣି ପ୍ରଚଳିତ କରାଇବେ । ଏହି କାର୍ଯ୍ୟକ୍ରମରେ, ଶୈଶବାବସ୍ଥାରେ ବେଆଇନ ଭାବେ ଆମେରିକାକୁ ଅଣାଯାଇଥିବା ଲୋକଙ୍କୁ ଆଇନସମ୍ମତ ବାସିନ୍ଦା ରୂପରେ ଗ୍ରହଣ କରାଯିବ ଏବଂ ରାଜନୈତିକ ଆଶ୍ରୟ ବ୍ୟବସ୍ଥା ଉପରେ ଟ୍ରମ୍ପଙ୍କ ଦ୍ବାରା ଲାଗୁ କରାଯାଇଥିବା ପ୍ରତିବନ୍ଧକ ହଟାଇ ଦିଆଯିବ ।

ସେ ଆହୁରି କହିଥିଲେ ଯେ, ଟ୍ରମ୍ପ ପ୍ରଶାସନର ‘ପବ୍ଲିକ୍‌ ଚାର୍ଜ ରୁଲ୍‌’କୁ ସେ ହଟାଇ ଦେବେ । ଏହା ଦ୍ବାରା ଏଠାରେ ମେଡିକେଡ୍‌, ଖାଦ୍ୟର ମାନ ଓ ଗୃହନିର୍ମାଣ ଭଳି ସାଧାରଣ ସେବା କ୍ଷେତ୍ରର ଉପଯୋଗ କରୁଥିବା ବ୍ୟକ୍ତିଙ୍କୁ ସ୍ଥାୟୀ ବସବାସ ନିମନ୍ତେ ଭିସା ପ୍ରଦାନ ଉପରେ ନିଷେଧାଦେଶ ଜାରି କରାଯାଇଥିଲା । ସମସ୍ତ ପ୍ରକାର ଦେଶାନ୍ତରଣ ଉପରେ 100 ଦିନ ପାଇଁ ସ୍ଥଗିତ ରଖିବା ବ୍ୟବସ୍ଥାକୁ ବାଇଡେନ ସମର୍ଥନ କରନ୍ତି ଏବଂ ଏହି ସମୟ ମଧ୍ୟରେ ଟ୍ରମ୍ପଙ୍କ ନୀତି ପ୍ରତ୍ୟାହାର କରିବାକୁ ସେ ଉପାୟ ଖୋଜିବେ ବୋଲି କହିଛନ୍ତି । ହେଲେ ପରିଶେଷରେ ବାଇଡେନ ଓବାମାଙ୍କ ଶାସନକାଳର ଏକ ନୀତି ଲାଗୁ କରିବେ, ଯେଉଁଥିରେ ବେଆଇନ ଭାବେ ଆମେରିକାକୁ ଆସିଥିବା ଏବଂ ଅପରାଧ ମାମଲାରେ ଦଣ୍ଡିତ ହୋଇଥିବା କିମ୍ବା ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଭିତ୍ତିରେ ଦେଶରୁ ବାହାର କରାଯିବ । କିନ୍ତୁ, ଟ୍ରମ୍ପଙ୍କ ନୀତି ଭଳି ବେଆଇନ ଭାବେ ଆସିଥିବା ସବୁ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ । ବାଇଡେନ କହିଛନ୍ତି ଯେ ଆମେରିକା-ମେକ୍‌ସିକୋ ସୀମାରେ ପାଚେରି ନିର୍ମାଣ ପାଇଁ ସମସ୍ତ ପାଣ୍ଠି ଯୋଗାଣକୁ ସେ ବନ୍ଦ କରିଦେବେ ।

ବୈଦେଶିକ ନୀତି ଏବଂ ଜାତୀୟ ସୁରକ୍ଷା

ଦେଶ ବାହାରେ ଥିବା ଉଗ୍ରବାଦୀ ଓ ଆତଙ୍କବାଦୀଙ୍କ ବିରୋଧରେ ଲଢିବା ପାଇଁ ଆମେରିକାର ସ୍ବତନ୍ତ୍ର ସେନା ଏବଂ ଆକାଶ ମାର୍ଗରୁ ଆକ୍ରମଣ କରିବା ଲାଗି ସ୍ବତନ୍ତ୍ର ରଣକୌଶଳ ନିର୍ଦ୍ଧାରଣକୁ ବାଇଡେନ ସମର୍ଥନ କରନ୍ତି । କିନ୍ତୁ ଆମେରିକୀୟ ସେନାକୁ ବିମାନରେ ପଠାଇବାକୁ ନୁହେଁ । ‘ଗୁଆଣ୍ଟୋନାମୋ ବେ’ରେ ରହିଥିବା ଅଟକ ଶିବିର ବନ୍ଦ କରିବାକୁ ସେ ଚାହାଁନ୍ତି । କେତେକ କ୍ଷେତ୍ରରେ ଆମେରିକୀୟ ସେନାର ହସ୍ତକ୍ଷେପକୁ ସେ ସମର୍ଥନ କରିଥିଲେ । 2003ରେ ଇରାକ୍‌ରେ ସେନା ପ୍ରବେଶକୁ ସେ ସମର୍ଥନ କରିଥିଲେ ବି ଏବେ ଏହା ଏକ ଭୁଲ ଥିଲା ବୋଲି କହିଛନ୍ତି । କିନ୍ତୁ, କୂଟନୀତି ଜରିଆରେ ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା ସହ ମେଣ୍ଟ ଗଠନ କରି ସମସ୍ୟାର ସମାଧାନ କରିବାକୁ ସେ ପସନ୍ଦ କରିଛନ୍ତି ।

‘ନର୍ଥ ଆଟ୍‌ଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ୍‌’ ବା ‘ନାଟୋ’ର ସେ ଜଣେ ଦୃଢ ସମର୍ଥକ । ‘ନାଟୋ’କୁ ଦୁର୍ବଳ କରି ପାଶ୍ଚାତ୍ୟ ଦେଶ ସମୂହରେ ଗଣତନ୍ତ୍ରକୁ ଦୁର୍ବଳ କରିବାକୁ, ୟୁରୋପୀୟ ସଂଘକୁ ବିଭାଜିତ କରିବାକୁ ଏବଂ ଆମେରିକୀୟ ନିର୍ବାଚନୀ ବ୍ୟବସ୍ଥାକୁ ଗୁରୁତ୍ବ ନଦେବାକୁ ମସ୍କୋ ଉଦ୍ୟମ କରୁଛି ବୋଲି ସେ ସତର୍କ କରାଇ ଦେଇଛନ୍ତି । ସେ ଆହୁରି ଅଭିଯୋଗ କରିଛନ୍ତି ଯେ ରାଜନେତାମାନଙ୍କୁ ପ୍ରଭାବିତ କରିବା ଲାଗି ରୁଷିଆ ପାଶ୍ଚାତ୍ୟ ଦେଶର ବିଭିନ୍ନ ଆର୍ଥିକ ସଂସ୍ଥା ଜରିଆରେ ଶହ ଶହ କୋଟି ଡଲାର ଖର୍ଚ୍ଚ କରୁଛି ।

ଏସିଆ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆମେରିକୀୟ ନୌସେନାର ଉପସ୍ଥିତି ବୃଦ୍ଧି ସହିତ ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆ ସହିତ ସଂପର୍କକୁ ମଜଭୁତ କରିବା ଲାଗି ସେ ଆହ୍ବାନ ଦେଇଛନ୍ତି । ମଧ୍ୟ ପ୍ରାଚ୍ୟ ଏବଂ ଆଫଗାନିସ୍ତାନରେ ଯୁଦ୍ଧର ପରିସମାପ୍ତି ଲାଗି ସେ ଟ୍ରମ୍ପଙ୍କ ସହ ଏକମତ କିନ୍ତୁ ଆତଙ୍କବାଦର ନିରୋଧ ପାଇଁ ଆମେରିକା ଏକ କ୍ଷୁଦ୍ର ସେନା ସେଠାରେ ପ୍ରସ୍ତୁତ ରହିବା ଉଚିତ ବୋଲି କହନ୍ତି ।

ସେ କହନ୍ତି ଯେ, ଇରାନ୍‌ ଆଣବିକ ରାଜିନାମା ଏବଂ ପ୍ୟାରିସ ଜଳବାୟୁ ବୁଝାମଣା ଭଳି ଚୁକ୍ତିରୁ ଓହରି ଯିବା ଲାଗି ଟ୍ରମ୍ପଙ୍କ ନିଷ୍ପତ୍ତି ଯୋଗୁଁ ୱାଶିଂଟନର କଥାରେ ଅନ୍ୟ ରାଷ୍ଟ୍ରମାନେ ସନ୍ଦେହ ପ୍ରକାଶ କରୁଛନ୍ତି । ଦୁର୍ନୀତି ସହିତ ଲଢ଼ିବା, ସ୍ବେଚ୍ଛାଚାରୀ ଶାସନର ପ୍ରତିରୋଧ କରିବା ଏବଂ ମାନବିକ ଅଧିକାରକୁ ସମର୍ଥନ କରିବା ଲାଗି ସବୁ ଗଣତାନ୍ତ୍ରିକ ରାଷ୍ଟ୍ରକୁ ଏକ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ସେ ନିମନ୍ତ୍ରଣ କରିବାକୁ ଚାହୁଁଛନ୍ତି ।

ଇସ୍ରାଏଲ ପ୍ରତି ‘ଲୌହ ଆଚ୍ଛାଦିତ’ ଭଳି ସୁଦୃଢ ସମର୍ଥନ ଘୋଷଣା କରୁଥିବା ବାଇଡେନ ଇସ୍ରାଏଲ ଓ ପାଲେଷ୍ଟାଇନବାସୀଙ୍କ ମଧ୍ୟରେ ଲାଗି ରହିଥିବା ଦୀର୍ଘ ଦିନର ବିବାଦର ଅନ୍ତ ଘଟାଇବା ଏବଂ ଅନ୍ୟ ଦେଶର ଅଞ୍ଚଳ ଅକ୍ତିଆର ପ୍ରବୃତ୍ତି ପରିହାର କରି ଦୁଇଟି ଦେଶ ଗଠନ ଭିତ୍ତିରେ ସମାଧାନ କରିବାକୁ ଚାହୁଁଛନ୍ତି । ସେ କହନ୍ତି, ସେ ଜେରୁଜେଲମରେ ଆମେରିକୀୟ ଦୂତାବାସକୁ ରଖିବେ, ଯାହାକୁ କି ଟ୍ରମ୍ପ ତେଲ ଆଭିଭରୁ ସ୍ଥାନାନ୍ତରିତ କରିଥିଲେ ।

କିମ୍‌-ଜୋଙ୍ଗ୍‌-ଉନ୍‌ଙ୍କ ସହିତ ଟ୍ରମ୍ପଙ୍କ କୂଟନୀତିକୁ ସେ ସମାଲୋଚନା କରନ୍ତି । ସେ କହନ୍ତି ଯେ, ଟ୍ରମ୍ପଙ୍କର ଜଣେ ଜଣକ ସହିତ ଆଲୋଚନା କରିବା ନୀତି ଯୋଗୁଁ ଉତ୍ତର କୋରିଆର ଏହି ନେତାଙ୍କ ଆଚରଣକୁ ବୈଧତା ମିଳିଲା ଏବଂ ଆଣବିକ ଅସ୍ତ୍ର ପ୍ରତ୍ୟାହାର କରିନେବା ପାଇଁ ସେ କିମ୍‌ଙ୍କୁ ରାଜି କରାଇପାରିଲେ ନାହିଁ ।

ପରିବେଶ

ବିଶ୍ବ ତାପନ ପ୍ରକ୍ରିୟାକୁ ମନ୍ଥର କରିବା ଲାଗି ବାଇଡେନ 2 ଟ୍ରିଲିଅନ୍‌ ଡଲାର ବ୍ୟୟ ଅଟକଳ ପ୍ରସ୍ତାବ ରଖିଛନ୍ତି । ଏହା ଦ୍ବାରା ଫସିଲ ଫୁଏଲ ବା ଜୀବାଶ୍ମରୁ ଜାତ ଇନ୍ଧନ ଜାଳିବା ହ୍ରାସ କରିବା ସହିତ ଦେଶର ବିଦ୍ୟୁତ ଶକ୍ତି ପ୍ରକଳ୍ପ, ଯାନବାହନ, ଗଣ ପରିବହନ ବ୍ୟବସ୍ଥାରେ ଇନ୍ଧନ ବ୍ୟବହାର କମାଇବା ଏବଂ କମ ଇନ୍ଧନ ଆବଶ୍ୟକ କରୁଥିବା ମେସିନ୍‌ ପ୍ରଚଳନ ଏବଂ ତୈଳ, ଗ୍ୟାସ ଓ କୋଇଲା ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

ବାଇଡେନ କହନ୍ତି ଯେ ସଂଘୀୟ ଭୂମିରେ ନୂତନ ଗ୍ୟାସ ଉତ୍ପାଦନ ଲାଗି ତାଙ୍କ ପ୍ରଶାସନ ଅନୁମତି ଦେବ ନାହିଁ । ତେବେ ଏ କ୍ଷେତ୍ରରେ ସଂପୂର୍ଣ୍ଣ ନିଷେଧାଦେଶକୁ ସେ ସମର୍ଥନ କରନ୍ତି ନାହିଁ ।

ଜନସ୍ବାସ୍ଥ୍ୟ ଏବଂ ପରିବେଶ କ୍ଷେତ୍ରରେ ବାଇଡେନ୍‌ ଟ୍ରମ୍ପଙ୍କ ନୀତି ବିରୋଧରେ ଯାଇ ଟ୍ରମ୍ପଙ୍କ ଶାସନ କାଳରେ ପ୍ରଦୂଷଣକାରୀଙ୍କ ବିରୋଧରେ ମନ୍ଥର ହୋଇଯାଇଥିବା କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ସ୍ଥିର କରିଛନ୍ତି । ଏହି ପ୍ରକ୍ରିୟା ଯୋଗୁଁ ବିଭିନ୍ନ କ୍ଷେତ୍ରରେ ପ୍ରଦୂଷଣ ନିମ୍ନ ସ୍ତରକୁ ଖସିଆସିଥିଲା । ବାଇଡେନଙ୍କ ଏହି ପ୍ରକ୍ରିୟାରେ ନ୍ୟାୟ ବିଭାଗ ଅଧୀନରେ ଏକ ଜଳବାୟୁ ଏବଂ ପରିବେଶ ନ୍ୟାୟ ବିଭାଗ ରହିବ ।

ପରିବେଶ କ୍ଷେତ୍ରରେ ନ୍ୟାୟ ବ୍ୟବସ୍ଥା ଉପରେ ବାଇଡେନ ଗୁରୁତ୍ବାରୋପ କରନ୍ତି । ଏଥିରେ ବଡ ବଡ କମ୍ପାନୀ ଦ୍ବାରା ପ୍ରଦୂଷଣ ଯୋଗୁଁ ସ୍ବଳ୍ପ ଆୟକାରୀ ଏବଂ ସଂଖ୍ୟାଲଘୁ ସଂପ୍ରଦାୟର କ୍ଷତିରେ ଥିବା ବିଷମତା ଦୂର କରିବା ଉପରେ ଜୋର ଦିଆଯାଇଛି । ବାଇଡେନ କହନ୍ତି ଯେ ଫସିଲ ଫୁଏଲ ସଂପର୍କିତ ଶିଳ୍ପ ସଂସ୍ଥାକୁ ଲକ୍ଷ୍ୟ କରି ହୋଇଥିବା ଜଳବାୟୁ ସଂପର୍କିତ ମାମଲାକୁ ସେ ସମର୍ଥନ କରିବେ ।

ସେ କହନ୍ତି ଯେ ପ୍ୟାରିସ ଜଳବାୟୁ ଚୁକ୍ତିରୁ ଓହରି ଯିବା ପାଇଁ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସେ ବଦଳାଇବେ ।

ଶିକ୍ଷା

ବାଇଡେନଙ୍କ ପାଇଁ ଶିକ୍ଷା ଏକ ପାରିବାରିକ ବ୍ୟାପାର । ତାଙ୍କ ସ୍ତ୍ରୀ ଜିଲ୍‌, ହାଇସ୍କୁଲ ଏବଂ କମ୍ୟୁନିଟି କଲେଜରେ ପଢାଇଛନ୍ତି ଏବଂ 2020ରେ ଡେମୋକ୍ରାଟିକ୍‌ ନ୍ୟାସନାଲ କନ୍‌ଭେନ୍‌ସନରେ ସେ ଦେଇଥିବା ଭାଷଣ, ତାଙ୍କ ପୁରୁଣା ଶ୍ରେଣୀ କକ୍ଷରୁ ଉଦ୍ଧୃତ ହୋଇଥିଲା ।

ସ୍କୁଲଗୁଡିକ ଶିକ୍ଷକମାନଙ୍କୁ ଉପଯୁକ୍ତ ଦରମା ଏବଂ ସୁବିଧା ପ୍ରଦାନ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ବଳ୍ପ ଆୟକାରୀ ପବ୍ଲିକ୍‌ ସ୍କୁଲ ପାଇଁ କାର୍ଯ୍ୟକାରୀ ହେଉଥିବା ସଂଘୀୟ ଟାଇଟଲ୍‌ 1 କାର୍ଯ୍ୟକ୍ରମକୁ ତିନିଗୁଣ ବୃଦ୍ଧି କରିବାକୁ ବାଇଡେନ୍‌ ପ୍ରସ୍ତାବ ରଖିଛନ୍ତି । ଲାଭକାରୀ ସ୍କୁଲ ପାଇଁ କେନ୍ଦ୍ରୀୟ ସହାୟତା ବନ୍ଦ କରିବା ସହିତ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍କୁଲ୍‌ଗୁଡିକ ପାଇଁ ଅଧିକ ଅର୍ଥବରାଦ ଲାଗି ସେ ସ୍ଥିର କରିଛନ୍ତି । ତେବେ ସେମାନେ କେବଳ ସାଧାରଣ ଏବଂ ଗରିବ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦିଗରେ ଆଗ୍ରହ ଦେଖାଇଲେ ଏହା ଲାଗୁ କରାଯିବ । ପ୍ରଚଳିତ ଭାଉଚର ବ୍ୟବସ୍ଥାକୁ ସେ ବିରୋଧ କରିଛନ୍ତି । ଏହା ଫଳରେ ସାଧାରଣ ଲୋକଙ୍କ ଅର୍ଥ ଘରୋଇ ଶିକ୍ଷା ବ୍ୟବସ୍ଥାରେ ଖର୍ଚ୍ଚ ହେଉଥିଲା ।

ଟ୍ରମ୍ପ ସରକାରଙ୍କ ଅମଳରେ ପ୍ରତ୍ୟାହୃତ ଓବାମାଙ୍କ ଯୁଗର ନୀତି ସମୂହକୁ ପୁଣି କାର୍ଯ୍ୟକାରୀ କରିବାକୁ ସେ ସ୍ଥିର କରିଛନ୍ତି । ଏଥିରେ ଶିକ୍ଷାନୁଷ୍ଠାନ ପରିସରରେ ଉଚ୍ଛୃଙ୍ଖଳ ଯୌନ ଆଚରଣ ସଂପର୍କିତ ନିୟମ ରହିଛି ଏବଂ ଲାଭ ଅର୍ଜନକାରୀ କଲେଜକୁ କେନ୍ଦ୍ରୀୟ ସହାୟତା ବନ୍ଦ କରିବାକୁ ଲକ୍ଷ୍ୟ ରହିଛି । ଏହି କଲେଜର ଛାତ୍ରଛାତ୍ରୀମାନଙ୍କ ଉପରେ ବହୁ ପରିମାଣର ଋଣ ରହୁଥିଲା ଏବଂ ସେମାନେ ଏହା ପରିଶୋଧ କରିବା ପାଇଁ ଚାକିରି ପାଇବାରେ ଅକ୍ଷମ ହେଉଥିଲେ ।

ବାଇଡେନ ଏଭଳି ଏକ ଆଇନକୁ ସମର୍ଥନ କରନ୍ତି ଯାହା ବଳରେ ଛାତ୍ରଛାତ୍ରୀଙ୍କ ବାର୍ଷିକ ପାରିବାରିକ ଆୟ 125,000 ଡଲାରରୁ କମ୍ ହୋଇଥିଲେ ସେମାନଙ୍କୁ କମ୍ୟୁନିଟି କଲେଜରେ ଦୁଇ ବର୍ଷ ଯାଏ ମାଗଣା ଶିକ୍ଷା ମିଳିପାରିବ। ବାର୍ଷିକ 25,000 ଡଲାରରୁ କମ୍‌ ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ ଶିକ୍ଷା ଋଣ ପରିଶୋଧ କରିବାର ଆବଶ୍ୟକତା ରହିବ ନାହିଁ ଏବଂ ଅନ୍ୟମାନଙ୍କ କ୍ଷେତ୍ରରେ ପରିଶୋଧ ପରିମାଣକୁ ଆୟର 5%ରେ ସୀମିତ ରଖାଯିବ।

ଐତିହାସିକତା ଦୃଷ୍ଟିରୁ କୃଷ୍ଣକାୟମାନଙ୍କର କଲେଜ ଏବଂ ବିଶ୍ବବିଦ୍ୟାଳୟ ପାଇଁ ଏବଂ ପର୍ଯ୍ୟାପ୍ତ ପ୍ରତିନିଧିତ୍ବର ସୁଯୋଗ ପାଇ ନଥିବା ଗୋଷ୍ଠୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିବା ଅନୁଷ୍ଠାନ ପାଇଁ ନିର୍ଦ୍ଧାରିତ ପାଣ୍ଠିରେ 70 ବିଲିଅନ୍‌ ଡଲାର ବୃଦ୍ଧି କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ଗର୍ଭପାତ

ବାଇଡେନ ଗର୍ଭପାତର ଅଧିକାରକୁ ସମର୍ଥନ କରନ୍ତି ଏବଂ ରୋ ବନାମ ୱେଡ୍‌ ମାମଲାର ରାୟକୁ କାଏମ ରଖିବା ଭଳି ସଂଘୀୟ ବିଚାରପତିଙ୍କୁ ସେ ମନୋନୀତ କରିବେ ବୋଲି କହିଛନ୍ତି ।

ଟ୍ରମ୍ପଙ୍କ ଦ୍ବାରା ପ୍ରଣୀତ ପରିବାର ନିୟୋଜନ ଆଇନକୁ ସେ ରଦ୍ଦ କରିଦେବେ । ଏହି ଆଇନ ଯୋଗୁଁ ଜନ୍ମ ନିୟନ୍ତ୍ରଣ ଏବଂ ସ୍ବଳ୍ପ ଆୟକାରୀ ମହିଳାଙ୍କୁ ମୌଳିକ ସ୍ବାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ ସଂଘୀୟ ସରକାରଙ୍କ ‘ଟାଇଟଲ୍‌-ଏକ୍‌ସ’ କାର୍ଯ୍ୟକ୍ରମରୁ ଅନେକ କ୍ଲିନିକ୍‌ ବାହାରି ଯାଇଥିଲେ ।

ତାଙ୍କ ପୂର୍ବ ଦୃଷ୍ଟିକୋଣରୁ ଓହରି ଯାଇ ବାଇଡେନ୍‌ ଏବେ ‘ହାଇଡ୍‌ ବୁଝାମଣା”କୁ “ଉଚ୍ଛେଦ” କରିବାକୁ ସମର୍ଥନ କରିଛନ୍ତି ଏବଂ ଏହା ଫଳରେ ମେଡିକେଡ୍‌ ଭଳି କାର୍ଯ୍ୟକ୍ରମ ଜରିଆରେ ଗର୍ଭପାତ ବାବଦ ଖର୍ଚ୍ଚ ପ୍ରଦାନ ପାଇଁ ବାଟ ଖୋଲିଯାଇଛି ।

ସାମାଜିକ ସୁରକ୍ଷା

ବାଇଡେନ୍‌ଙ୍କ ସାମାଜିକ ସୁରକ୍ଷା ଯୋଜନାରେ ବିଭିନ୍ନ ସୁବିଧାସୁଯୋଗ ସଂପ୍ରସାରିତ ହେବା ସହିତ ଉଚ୍ଚ ଆୟକାରୀ ବ୍ୟକ୍ତିଙ୍କ ପାଇଁ ଟିକସ ହାର ବଢିବ ଏବଂ ଏଥିରେ କରଦାନ କ୍ଷେତ୍ରରେ କିଛି ବର୍ଷ ପାଇଁ ରିହାତି ସମ୍ମିଳିତ ହେବ।

ବାର୍ଷିକ ଜୀବନଧାରଣ ବାବଦ ଖର୍ଚ୍ଚକୁ ମୁଦ୍ରାସ୍ଫୀତି ସୂଚକାଙ୍କ ସହିତ ସଂଯୁକ୍ତ କରାଇ ସେ ସାମାଜିକ ସୁରକ୍ଷା ଯୋଜନାର ପୁନର୍ବିନ୍ୟାସ କରିବାକୁ ସ୍ଥିର କରିଛନ୍ତି । ଯେଉଁଥିରେ କି ବୟସ୍କ ଲୋକଙ୍କ ପାଇଁ, ନିର୍ଦ୍ଦିଷ୍ଟ ଭାବରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ହେଉଥିବା ଖର୍ଚ୍ଚର ପରିବର୍ତ୍ତନ ପ୍ରତିଫଳିତ ହେବ । ସପକ୍ଷବାଦୀମାନଙ୍କ ପାଇଁ ଏହାର ପ୍ରାଥମିକତା ରହିଆସିଛି । ସେ ମଧ୍ୟ ସ୍ବଳ୍ପ ଆୟକାରୀ ବର୍ଗର ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ନ୍ୟୂନତମ ସୁବିଧା ସୁଯୋଗ ବୃଦ୍ଧି କରିବାକୁ ଯାଉଛନ୍ତି ଏବଂ ଏହା ଫଳରେ ବୟସ୍କମାନଙ୍କର ଆର୍ଥିକ କଷ୍ଟ ଲାଘବ ହେବ ।

ବାର୍ଷିକ 400.000 ଡଲାରରୁ ଅଧିକ ଆୟକାରୀ ବର୍ଗ କ୍ଷେତ୍ରରେ ପେରୋଲ୍‌ ଟିକସ ବ୍ୟବସ୍ଥାରେ ସାମାଜିକ ସୁରକ୍ଷା ଟିକସ ଲାଗୁ କରିବାକୁ ବାଇଡେନ ସ୍ଥିର କରିଛନ୍ତି । ବର୍ତ୍ତମାନର 12.4% ଟିକସକୁ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ମଧ୍ୟରେ ସମଭାବରେ ବିତରଣ କରାଯାଉଛି ଏବଂ ଏହା ଜଣେ ବ୍ୟକ୍ତିଙ୍କ ପ୍ରଥମ 137,700 ଡଲାର ଆୟ ଉପରେ ଲାଗୁ କରାଯାଉଛି । ନିରପେକ୍ଷ ସଂସ୍ଥା ଅର୍ବାନ ଇନ୍‌ଷ୍ଟିଚ୍ୟୁଟ୍‌ ଅନୁସାରେ, ଏହି ଟିକସ ବୃଦ୍ଧି ଯୋଗୁଁ ବାଇଡେନଙ୍କ ପ୍ରସ୍ତାବିତ ସୁବିଧାସୁଯୋଗ ସଂପ୍ରସାରଣ କାର୍ଯ୍ୟକ୍ରମର ଖର୍ଚ୍ଚଭରଣା ହୋଇପାରିବ ଏବଂ ଏହି କାର୍ଯ୍ୟକ୍ରମର ଟ୍ରଷ୍ଟ ଫଣ୍ଡର କାର୍ଯ୍ୟକାରିତାକୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ, ଅର୍ଥାତ୍‌ 2040 ମସିହା ପର୍ଯ୍ୟନ୍ତ, ବୃଦ୍ଧି କରାଯାଇପାରିବ ।

ବନ୍ଧୁକ

ସରକାରୀ ଲାଇସେନ୍‌ସପ୍ରାପ୍ତ ଏକ ବନ୍ଧୁକ ଦୋକାନରୁ ଜଣେ ବ୍ୟକ୍ତି ବନ୍ଧୁକ କିଣିଲେ ତାଙ୍କର ପାରିବାରିକ ପୃଷ୍ଠଭୂମି ଯାଞ୍ଚ ଲାଗି ଏକ ବ୍ୟବସ୍ଥା ପ୍ରଚଳନ ସକାଶେ ଜଣେ ସିନେଟର ଭାବରେ ବାଇଡେନ ଉଦ୍ୟମ କରିଥିଲେ । କ୍ଲିଣ୍ଟନ ରାଷ୍ଟ୍ରପତି ଥିବା ସମୟରେ ଏକ ନିର୍ଦ୍ଦିଷ୍ଟ ଧରଣର ସେମି-ଅଟୋମେଟିକ ବନ୍ଧୁକ କିମ୍ବା ‘ଆସଲ୍‌ଟ ୱେପନ୍‌” ଉପରେ 10 ବର୍ଷ ପାଇଁ ନିଷେଧାଦେଶ ଗୃହୀତ କରାଇବା କ୍ଷେତ୍ରରେ ସେ ସହାୟତା କରିଥିଲେ ।

ଏହି ଆସଲଟ ୱେପନ ଏବଂ ଉଚ୍ଚକ୍ଷମତା ସଂପନ୍ନ ମାଗାଜିନ୍‌ ପ୍ରସ୍ତୁତି ଓ ବିକ୍ରି ଉପରେ ଆଉ ଥରେ ନିଷେଧାଦେଶ ଜାରି ଲାଗି ସେ ପ୍ରତିଶ୍ରୁତି ଦେଇଥିଲେ । ଏପରି ଅସ୍ତ୍ରଶସ୍ତ୍ରର ମାଲିକମାନଙ୍କୁ ଏବେ ‘ବ୍ୟୁରୋ ଅଫ ଆଲକୋହଲ, ଟବାକୋ, ଫାୟାରଆର୍ମସ୍‌ ଆଣ୍ଡ ଏକ୍‌ସପ୍ଲୋସିଭ୍‌ସ’ରେ ସେମାନଙ୍କ ଅସ୍ତ୍ରଶସ୍ତ୍ରକୁ ପଞ୍ଜୀକୃତ କରାଇବାକୁ ପଡିବ । ସେ ମଧ୍ୟ ଆସଲ୍‌ଟ ୱେପନ୍‌ କିଣିବାକୁ ଉଦ୍ଦିଷ୍ଟ ଏକ କାର୍ଯ୍ୟକ୍ରମକୁ ସମର୍ଥନ କରୁଛନ୍ତି ।

ବନ୍ଧୁକ ଓ ଗୁଳିଗୋଳା କିଣାକୁ ନିର୍ଦ୍ଦିଷ୍ଟ ସଂଖ୍ୟାରେ ସୀମିତ ରଖିବା ଲାଗି ଆଇନ ପ୍ରଣୟନକୁ ସେ ସମର୍ଥନ କରନ୍ତି । ଏହା ଦ୍ବାର ଜଣେ ବ୍ୟକ୍ତି ପ୍ରତି ମାସରେ କେତୋଟି ବନ୍ଧୁକ କିଣିପାରିବେ ତାହା ସ୍ଥିର କରାଯିବ ଏବଂ ଏ କ୍ଷେତ୍ରରେ ତାଙ୍କର ପାରିବାରିକ ପୃଷ୍ଠଭୂମି ଯାଞ୍ଚ କରାଯିବ । ତେବେ ଏହି ଆଇନରେ ପରିବାର ସଦସ୍ୟଙ୍କୁ ଉପହାର ପ୍ରଦାନ ଭଳି କେତେକ ବିଷୟକୁ ବ୍ୟତିକ୍ରମ ରୂପରେ ଗ୍ରହଣ କରାଯିବ ।

ଅନଲାଇନରେ ସମସ୍ତ ପ୍ରକାର ବନ୍ଧୁକ, ଗୁଳି, ମରାମତି ଉପକରଣ ଏବଂ ବନ୍ଧୁକର ଯନ୍ତ୍ରାଂଶ ବିକ୍ରିକୁ ନିଷେଧ କରିବା ଲାଗି ଆଇନ ପ୍ରଣୟନକୁ ବାଇଡେନ ସମର୍ଥନ କରନ୍ତି ।

ପ୍ରବୀଣ ବର୍ଗ

ବାଇଡେନ କହନ୍ତି ଯେ ମହିଳା ଏବଂ ଦ୍ରୁତ ହାରରେ ବଢୁଥିବା ସେନାର ଉପଗୋଷ୍ଠୀ ଅନ୍ତର୍ଭୁକ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସେବାରେ ଉନ୍ନତି ନିମନ୍ତେ ସେ କଂଗ୍ରେସ ସହ ମିଶି କାମ କରିବେ । ଉଦାହରଣ ସ୍ବରୂପ, ଏହି ବ୍ୟବସ୍ଥାରେ ‘ଡିପାର୍ଟମେଣ୍ଟ ଅଫ ଭେଟେରାନ୍‌ ଆଫେୟାର୍‌ସ’ ପରିଚାଳିତ ପ୍ରତିଟି ଡାକ୍ତରୀ ସେବା କେନ୍ଦ୍ରରେ ମହିଳାମାନଙ୍କ ପ୍ରାଥମିକ ସ୍ବାସ୍ଥ୍ୟ ସେବା ପ୍ରଦାନ ସକାଶେ ଅତି କମ୍‌ରେ ଜଣେ ଲେଖାଏଁ ପୂର୍ଣ୍ଣକାଳୀନ ଡାକ୍ତର ଅବସ୍ଥାପିତ ହେବେ ।

ଦୁର୍ଘଟଣାଜନିତ ମସ୍ତିଷ୍କରେ ଆଘାତ ଏବଂ ବିଷାକ୍ତ ଦ୍ରବ୍ୟ ସହ କାର୍ଯ୍ୟ କରିବା ଯୋଗୁଁ ଉପୁଜିଥିବା ରୋଗର ପ୍ରଭାବକୁ ଭଲ ଭାବରେ ଅଧ୍ୟୟନ କରିବା, ଅଧିକ ସଂଖ୍ୟକ ‘ଭେଟେରାନ୍ ଆଫେୟାର୍ସ’ କର୍ମଚାରୀ ନିୟୋଜନ, ଆତ୍ମହତ୍ୟା ପ୍ରବଣତା ସ୍ତରକୁ ଶୂନ୍ୟରେ ପହଞ୍ଚାଇବା ଲାଗି ପୁରୁଖା ନାଗରିକମାନଙ୍କ ପାଇଁ ଅଫିସ୍‌ରେ ଅପେକ୍ଷା କରିବା ସମୟ ହ୍ରାସ ଏବଂ ବାସଗୃହହୀନତା କମ କରିବା ଦିଗରେ ଓବାମା-ବାଇଡେନ ପ୍ରଶାସନର ଉଦ୍ୟମକୁ ଅବ୍ୟାହତ ରଖିବାକୁ 30 କୋଟି ଡଲାର ପ୍ରଦାନ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ବାଣିଜ୍ୟ

ଚୀନ ଅନ୍ତର୍ଜାତୀୟ ବାଣିଜ୍ୟ ନୀତିର ଉଲ୍ଲଂଘନ କରୁଛି, ଏହାର କମ୍ପାନୀଗୁଡ଼ିକୁ ସହାୟତା ଦେଉଛି ଏବଂ ଆମେରିକାର ବୌଦ୍ଧିକ ସଂପତ୍ତି ଚୋରି କରୁଛି ବୋଲି ଟ୍ରମ୍ପଙ୍କ ଭଳି, ବାଇଡେନ ମଧ୍ୟ ଅଭିଯୋଗ କରିଛନ୍ତି । ତେବେ ଟ୍ରମ୍ପଙ୍କ ଶୁଳ୍‌କ ନୀତି କାମ କରିଛି ବୋଲି ସେ ଭାବୁନାହାନ୍ତି ଏବଂ ବେଜିଂ ବିରୋଧରେ ଦୃଢ ପଦକ୍ଷେପ ଲାଗି ଆମେରିକାର ବନ୍ଧୁ ଦେଶ ସମୂହର ମେଣ୍ଟରେ ଯୋଗ ଦେବାକୁ ଚାହୁଁଛନ୍ତି ।

ବିଦେଶରେ ‘ଅବାଧ ବାଣିଜ୍ୟ’ କ୍ଷେତ୍ରରେ ବଢି ଚାଲିଥିବା ଏକ ଦ୍ବିପାକ୍ଷିକ ନୀତି ଭିତ୍ତିକ ଗୋଷ୍ଠୀରେ ବାଇଡେନ ଯୋଗ ଦେଇଛନ୍ତି । ବହୁ ଦଶନ୍ଧି ଧରି ଚାଲିଆସିଥିବା ‘ମୁକ୍ତ ବାଣିଜ୍ୟ’ର ଏହା ଏକ ଭିନ୍ନରୂପ ଏବଂ ଉଭୟ ରିପବ୍ଲିକାନ୍‌ ଓ ଡେମୋକ୍ରାଟିକ୍‌ ସରକାର ସମାନ ଭାବରେ ଏହି ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସ୍ଥାକୁ ପ୍ରସାରିତ କରିଆସିଛନ୍ତି । ଚାରି ବର୍ଷ ସମୟ ମଧ୍ୟରେ ବିଭିନ୍ନ ଘରୋଇ କମ୍ପାନୀରୁ ସରକାରୀ ସାମଗ୍ରୀ (ବିଶ୍ବ ମହାମାରୀ ସଂପର୍କିତ ସାମଗ୍ରୀ କିଣା ଏହାର ଏକ ଅଂଶ) କିଣିବା ବାବଦରେ 400 ବିଲିଅନ୍‌ ଡଲାର ଖର୍ଚ୍ଚ କରି ଆମେରିକାର ସାମଗ୍ରୀ ପ୍ରସ୍ତୁତି କ୍ଷେତ୍ରକୁ ସମୃଦ୍ଧ କରିବା ଲାଗି ବାଇଡେନ ଚାହୁଁଛନ୍ତି ।

ଆମେରିକାର ବିଭିନ୍ନ ଟେକ୍‌ନୋଲୋଜି ସଂସ୍ଥାର ଗବେଷଣା ଏବଂ ବିକାଶ ନିମନ୍ତେ 300 ବିଲିଅନ୍‌ ଡଲାରର ସାନି ସହାୟତା ଦେବାକୁ ସେ ଚାହୁଁଛନ୍ତି । ବାଇଡେନ କହନ୍ତି ଯେ କୌଣସି ନୂତନ ଅନ୍ତର୍ଜାତୀୟ ବାଣିଜ୍ୟ କାରବାରରେ ପ୍ରବେଶ କରିବା ପୁର୍ବରୁ ଏହି ଘରୋଇ କ୍ଷେତ୍ରର ଏହି ନୂତନ ବ୍ୟୟ ସଂପନ୍ନ ହୋଇଥିବା ଆବଶ୍ୟକ ।

ବାଣିଜ୍ୟ ଓ ବୌଦ୍ଧିକ ସଂପତ୍ତି ପ୍ରସଙ୍ଗରେ ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଅର୍ଥବ୍ୟବସ୍ଥା ସଂପନ୍ନ ଚୀନ ସହ ବୁଝାମଣାରେ କଠୋର ନୀତି ଅବଲମ୍ବନ କରିବାକୁ ସେ ଚାହୁଁଛନ୍ତି । ଆମେରିକା ଭଳି ଚୀନ ମଦ୍ୟ ଏ ପର୍ଯ୍ୟନ୍ତ ‘ଟ୍ରାନ୍‌ସ ପାସିଫିକ୍‌ ପାର୍ଟନରସିପ୍‌’ର ସଦସ୍ୟ ହୋଇନାହିଁ । ବାଇଡେନ ଉପ ରାଷ୍ଟ୍ରପତି ଥିବା ସମୟରେ ଏହି ବହୁପାକ୍ଷିକ ବାଣିଜ୍ୟ ବୁଝାମଣା ସପକ୍ଷରେ ମତ ଦେଇଥିଲେ । ଜଣେ ସିନେଟ ସଦସ୍ୟ ଭାବରେ ବାଇଡେନ ଉତ୍ତର ଆମେରିକୀୟ ମୁକ୍ତ ବାଣିଜ୍ୟ ବୁଝାମଣା ସପକ୍ଷରେ ଭୋଟ ଦେଇଥିଲେ । ଟ୍ରମ୍ପ ସରକାର ଏ ସଂପର୍କରେ ପୁନଃ ବୁଝାମଣା କରିଥିଲେ । ଜୁଲାଇ 1 ତାରିଖରୁ ନବୀକୃତ ବ୍ୟବସ୍ଥା ଲାଗୁ ହୋଇଥିଲା ।

Last Updated : Jan 20, 2021, 10:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.