ETV Bharat / international

ଭାରତରେ ବାଧା, ବ୍ରାଜିଲରେ ଲଞ୍ଚ ହେଲା ହ୍ବାଟ୍ସଆପ୍‌ ଡିଜିଟାଲ ପେମେଣ୍ଟ - ବ୍ରାଜିଲରେ ହ୍ବାଟ୍ସଆପ୍‌ ଡିଜିଟାଲ ପେମେଣ୍ଟ

ଭାରତରେ ଯୋଜନା ଅଧାରେ ରହିଯିବାରୁ ଫେସବୁକ ସିଇଓ ମାର୍କ ଜ୍ୟୁକରବର୍ଗ ବ୍ରାଜିଲର ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ଲଞ୍ଚ କରିଛନ୍ତି ନୂଆ ଟେକ୍ନୋଲୋଜି । ଏହି ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଏବେ ହ୍ବାଟ୍ସଆପ୍‌ରେ କରିହେବ ଟିଜିଟାଲ ପେମେଣ୍ଟ । ଅଧିକ ପଢ଼ନ୍ତୁ...

whatsapp digital payment, new feature on facebook, whatsapp latest news, whatsapp digital payment in brazil, latest technology news, ହ୍ବାଟ୍ସଆପ୍‌ ଡିଜିଟାଲ ପେମେଣ୍ଟ, ହ୍ବାଟ୍ସଆପ୍‌ରେ ନୂଆ ଫିଚର, ହ୍ବାଟ୍ସଆପ୍‌ ଲାଟେଷ୍ଟ ନ୍ୟୁଜ୍‌, ବ୍ରାଜିଲରେ ହ୍ବାଟ୍ସଆପ୍‌ ଡିଜିଟାଲ ପେମେଣ୍ଟ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଭାରତରେ ବାଧା, ବ୍ରାଜିଲରେ ଲଞ୍ଚ ହେଲା ହ୍ବାଟ୍ସଆପ୍‌ ଡିଜିଟାଲ ପେମେଣ୍ଟ
author img

By

Published : Jun 16, 2020, 4:55 AM IST

ସାନ ଫ୍ରାନ୍ସିସ୍କୋ: ଭାରତରେ ଯୋଜନା ଅଧାରେ ରହିଯିବାରୁ ଫେସବୁକ ସିଇଓ ମାର୍କ ଜ୍ୟୁକରବର୍ଗ ବ୍ରାଜିଲର ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ଲଞ୍ଚ କରିଛନ୍ତି ନୂଆ ଟେକ୍ନୋଲୋଜି । ଏହି ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଏବେ ହ୍ବାଟ୍ସଆପ୍‌ରେ କରିହେବ ଟିଜିଟାଲ ପେମେଣ୍ଟ । ଏହି ଫିଚର ସାହାଯ୍ୟରେ ଏବେ ନିଜ ବନ୍ଧୁ ଓ ପରିବାରବର୍ଗଙ୍କୁ ହ୍ବାଟ୍ସଆପ ଜରିଆରେ ୟୁଜର୍ସ ପେମେଣ୍ଟ କରିପାରିବେ ବୋଲି ଜ୍ୟୁକରବର୍ଗ ସୂଚନା ଦେଇଛନ୍ତି ।

ଭାରତରେ ଏହି ଟେକ୍ନୋଲୋଜି ପ୍ରଥମେ ଲଞ୍ଚିଂ ନେଇ ଯୋଜନା ରହିଥିବା ବେଳେ 2018ରୁ ଏହାର ଟେଷ୍ଟିଂ ମଧ୍ୟ ଆରମ୍ଭ ହୋଇସାରିଥିଲା । ହେଲେ 400 ମିଲିୟନ ୟୁଜର୍ସଙ୍କ ବଢୁଥିବା ଚାହିଦା ଓ ନିର୍ଦ୍ଦିଷ୍ଟ ଡାଟା ବ୍ୟବହାର ସୀମା ରହିଥିବା କାରଣରୁ ଏହି ପ୍ରକ୍ରିୟା ଅଧାରେ ଅଟକି ରହିଥିଲା । ଫଳସ୍ବରୂପ ଏହାକୁ ବ୍ରାଜିଲରେ ପ୍ରଥମେ ଲଞ୍ଚ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା ।

ତେବେ ଏହି ଯୋଜନା ପଛରେ ମୂଳ ଉଦ୍ଦେଶ୍ୟ ହେଉଛି ଫଟୋ ବା ଭିଡିଓ ପଠାଇବା ପରି ସହଜ ପ୍ରକ୍ରିୟା ପରିବାରବର୍ଗ ଓ ବନ୍ଧୁଙ୍କୁ ଆର୍ଥିକ ସାହାଯ୍ୟ କରିପାରିବା । ଏହା ନା କେବଳ ଆତ୍ମୀୟ ପରିଜନଙ୍କୁ ସାହାଯ୍ୟ କରିବ ବରଂ କ୍ଷୁଦ୍ର ବ୍ୟବସାୟୀମାନେ ମଧ୍ୟ ହ୍ବାଟ୍ସଆପ୍‌ ଜରିଆରେ ନିଜ ବ୍ୟବସାୟ କାର୍ଯ୍ୟ ସମ୍ପାଦନ କରିପାରିବେ । ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ମାଗଣା ରହିଥିବା ଜ୍ୟୁକରବର୍ଗ ପ୍ରକାଶ କରିଛନ୍ତି ।

ସୋମବାରଠାରୁ ଏହି ଫିଚର ବ୍ରାଜିଲର ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ରୋଲ ଆଉଟ ହୋଇଥିବା ବେଳେ ଏହାର ସଫଳତା ଆଧାରରେ ଆଗାମୀ ଦିନରେ ଏଥିରେ ଆବଶ୍ୟକୀୟ ପରିବର୍ତ୍ତନ କରାଯିବା ନେଇ ଜଣା ପଡିଛି । ଏଥିସହ ଆଗକୁ ଏହି ଫିଚର ଅନ୍ୟ ସମସ୍ତ ଦେଶରେ ମଧ୍ୟ ଲଞ୍ଚ ହେବାର ଯୋଜନା ରହିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.