ETV Bharat / international

ଲାଇଭ ଟିଭିରେ ମଡର୍ଣ୍ଣା ଟିକା ନେଲେ କମଲା ହାରିସ - VP-elect Kamala Harris receives coronavirus vaccine

ଆମେରିକାର ନବନିର୍ବାଚତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ଆଜି କୋରୋନା ଟିକା ନେଲେ ଉପରାଷ୍ଟ୍ରପତି କମଲା ହାରିସ । ଟିକାକରଣର ହେଲା ଲାଇଭ ପ୍ରସାରଣ । ଅଧିକ ପଢନ୍ତୁ...

ଲାଇଭ ଟିଭିରେ ମଡୋର୍ଣ୍ଣା କୋରୋନା ଟିକା ନେଲେ କମଲା ହାରିସ

author img

By

Published : Dec 30, 2020, 1:02 PM IST

ୱାଶିଂଟନ: ଆମେରିକାରେ ଜରୁରୀକାଳିନ ଭାବେ ଟିକାକରଣ ପ୍ରକ୍ରିୟା ଜୋରଦାର କରାଯାଇଛି । ଆମେରିକା ଦ୍ବାରା ପ୍ରସ୍ତୁତ ଫାଇଜର ଓ ମଡର୍ଣ୍ଣାକୁ ପ୍ରାଥମିକ ପର୍ଯ୍ୟାୟ ଭାବେ ଟିକା ଭାବେ ବ୍ୟବହାର କରାଯାଉଛି । ପ୍ରଥମେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ବାଇଡେନ କୋରୋନା ଟିକା ନେବା ପରେ ଆଜି ଉପରାଷ୍ଟ୍ରପତି କମଲା ହାରିସ ଟିକା ନେଇଛନ୍ତି ।

ଆମେରିକା ଦ୍ବାରା ପ୍ରସ୍ତୁତ ମଡର୍ଣ୍ଣା ଟିକାକରଣ କରିଛନ୍ତି କମଲା । ସେ ୟୁନାଇଟେଡ ମେଡିକାଲ ସେଣ୍ଟରରୁ ଟିକା ନେଇଛନ୍ତି । ତାଙ୍କୁ କ୍ଲିନିକାଲ ନର୍ସ ମ୍ୟାନେଜର ପାଟ୍ରିସିଆ କମିଙ୍ଗସଙ୍କ ଠାରୁ ଟିକାର ପ୍ରଥମ ଡୋଜ ଦେଇଥିଲେ । କମଲା ହାରିସଙ୍କ ସ୍ବାମୀ ମଧ୍ୟ ଟିକାକରଣ କରିଛନ୍ତି।

ଟିକା ନେବା ପରେ ହାରିସ ଟ୍ବିଟ କରି ସମସ୍ତ ସ୍ବାସ୍ଥ୍ୟକର୍ମୀ, ବୈଜ୍ଞାନିକ ଓ ଗବେଷକଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେମାନଙ୍କ ଉଦ୍ୟମ ପାଇଁ ଆଜି ମହାମାରୀ ମୁକାବିଲା କରିବାକୁ ଆମେରିକା ସକ୍ଷମ ହୋଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

କମଲା ହାରିସଙ୍କ ଟିକା କରଣ ଲାଇଭ ଟିଭିରେ ପ୍ରସାରଣ କରାଯାଇଥିଲା । ସର୍ବସାଧାରଣରେ ଟିକା ନେଇ ସମସ୍ତ ଆମେରିକାବାସୀଙ୍କୁ ଟିକାର ନିରାପତ୍ତା ଉପରେ ଆଶ୍ବାସନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ଡିସେମ୍ବର 21 ତାରିଖରେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଟିକା ନେଇଥିଲେ । ଏହି ସମୟରେ ଟିକାର ଲାଇଭ ପ୍ରସାରଣ କରାଯାଇଥିଲା । ଡିଲେୱେର ଖ୍ରୀଷ୍ଟିଆନ କେୟାର ହସ୍ପିଟାଲର ଜଣେ ନର୍ସ ପ୍ରାକ୍ଟିସିଆର ଫାଇଜର ଏବଂ ବାୟୋଏନଟେକ ଦ୍ବାରା ପ୍ରସ୍ତୁତ ହୋଇଥିବା ଟିକାର ପ୍ରଥମ ଡୋଜ ବିଡେନଙ୍କୁ ଦେଇଥିଲେ ।

କୋରୋନା ଯୋଗୁଁ ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଏହାର ଦୃଢ ମୁକାବିଲା ପାଇଁ ଟ୍ରମ୍ପ ପ୍ରଶାସନଙ୍କ ଦ୍ବାରା ଭ୍ୟାକସିନ ତୁରନ୍ତ ଆସିପାରିଛି । ଫଳରେ ନର୍ସ ଜଣକ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ । ସୂଚନାଥାଉକି, ଆମେରିକାର ରାଜନୈତିକ ନେତାମାନଙ୍କ ମଧ୍ୟରେ ପ୍ରଥମେ ଉପରାଷ୍ଟ୍ରପତି ମାଇକ ପେନ୍ସ ଟିକା ନେଇଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.