ETV Bharat / international

ନାସାର ସ୍ପେଶଲିଫ୍ଟ କାର୍ଯ୍ୟକ୍ରମ: ହାତ ମିଶାଇଲା ଭର୍ଜିନ ଗ୍ୟାଲାକ୍ଟିକ

ସଦ୍ୟ ସ୍ବାକ୍ଷରିତ ସ୍ପେଶ ଆକ୍ଟ ଚୁକ୍ତିନାମା ଅନୁଯାୟୀ ଭର୍ଜିନ ଗ୍ୟାଲାକ୍ଟିକ ସ୍ବତନ୍ତ୍ର ଭାବେ ଏକ ଘରୋଇ ଅର୍ବିଟାଲ ଅନ୍ତରୀକ୍ଷଯାତ୍ରୀ ପ୍ରସ୍ତୁତକାରୀ କାର୍ଯ୍ୟକ୍ରମର ବିକାଶ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମ ଜରିଆରେ ଏଭଳି ବ୍ୟକ୍ତିଙ୍କୁ ଚୟନ କରାଯିବ ଯେଉଁମାନେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ପାଇଁ ବ୍ୟକ୍ତିଗତ ଅନ୍ତରୀକ୍ଷ ମିଶନ ପ୍ରସ୍ତୁତ କରିବାରେ ବା ଅର୍ଥ ବିନିଯୋଗ କରିବାରେ ଆଗ୍ରହ ପ୍ରକାଶ କରିଥାଆନ୍ତି ।

space tourism agency virgin galactic, virgin galactic and nasa's agreement, nasa latest news, virgin galactic, nasa's human spacelift programme, ମହାକାଶ ପର୍ଯ୍ୟଟନ ସଂସ୍ଥା ଭର୍ଜିନ ଗ୍ୟାଲାକ୍ଟିକ, ଭର୍ଜିନ ଗ୍ୟାଲାକ୍ଟିକ ଓ ନାସାର ଚୁକ୍ତି, ନାସା ଲାଟେଷ୍ଟ ନ୍ୟୁଜ୍‌, ଭର୍ଜିନ ଗ୍ୟାଲାକ୍ଟିକ, ନାସାର ହ୍ୟୁମାନ ସ୍ପେଶଲିଫ୍ଟ କାର୍ଯ୍ୟକ୍ରମ
ନାସାର ସ୍ପେଶଲିଫ୍ଟ କାର୍ଯ୍ୟକ୍ରମ: ହାତ ମିଶାଇଲା ଭର୍ଜିନ ଗ୍ୟାଲାକ୍ଟିକ
author img

By

Published : Jun 23, 2020, 9:17 AM IST

ନ୍ୟୁୟର୍କ: କୋଟିପତି ରିତାର୍ଡ ବ୍ରାନସନଙ୍କ ମହାକାଶ ପର୍ଯ୍ୟଟନ ସଂସ୍ଥା ଭର୍ଜିନ ଗ୍ୟାଲାକ୍ଟିକ ସୋମବାର ନାସା ସହ ସ୍ବାକ୍ଷର କରିଛି ଏକ ନୂଆ ଚୁକ୍ତି । ଏହି ଚୁକ୍ତି ଆଧାରରେ ଭର୍ଜିନ ଗ୍ୟାଲାକ୍ଟିକ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ(ଆଇଏସଏସ)ରେ ଅର୍ବିଟାଲ ହ୍ୟୁମାନ ସ୍ପେଶଲିଫ୍ଟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଛି । ନିଜର ଘରୋଇ ଟ୍ରେନିଂ ଅଭିଜ୍ଞତା ସହ ଏହି ସଂସ୍ଥା ଦୃଢୋକ୍ତି ଦେଇଛି କି ଏହା ନାସାକୁ ଅର୍ବିଟାଲ ସ୍ପେଶ ଟ୍ରାଭେଲରେ ଉଚ୍ଚମାନର ସେବା ଯୋଗାଇବାକୁ ପ୍ରସ୍ତୁତ ରହିଛି ।

ଭର୍ଜିନ ଗ୍ୟାଲାକ୍ଟିକ ଏହା ମଧ୍ୟ କହିଛି କି କେବଳ ମହାକାଶ ପର୍ଯ୍ୟଟନର ଉଦ୍ଦେଶ୍ୟରେ ଏହା ଲୋକଙ୍କ ପାଖରେ ସୀମିତ ହୋଇପାରିବ ନାହିଁ । ଏହା ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ସରକାରସ୍ତରର ବୈଜ୍ଞାନିକ ଓ ଗବେଷକମାନଙ୍କୁ ସ୍ପେଶ ଟ୍ରାଭେଲର ସୁବିଧା ୟୋଗାଇବ । ଆଗାମୀ ପୀଢି ମହାକାଶ ଯାତ୍ରାପ୍ରେମୀ ହେବାକୁ ଥିବା ବେଲେ ସେମାନଙ୍କୁ ନୂଆ ନୂଆ ଅନୂଭବ ଯୋଗାଇବ ଏହି କମ୍ପାନୀ ।

ତେବେ ସଦ୍ୟ ସ୍ବାକ୍ଷରିତ ସ୍ପେଶ ଆକ୍ଟ ଚୁକ୍ତିନାମା ଅନୁଯାୟୀ ଭର୍ଜିନ ଗ୍ୟାଲାକ୍ଟିକ ସ୍ବତନ୍ତ୍ର ଭାବେ ଏକ ଘରୋଇ ଅର୍ବିଟାଲ ଅନ୍ତରୀକ୍ଷଯାତ୍ରୀ ପ୍ରସ୍ତୁତକାରୀ କାର୍ଯ୍ୟକ୍ରମର ବିକାଶ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମ ଜରିଆରେ ଏଭଳି ବ୍ୟକ୍ତିଙ୍କୁ ଚୟନ କରାଯିବ ଯେଉଁମାନେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ପାଇଁ ବ୍ୟକ୍ତିଗତ ଅନ୍ତରୀକ୍ଷ ମିଶନ ପ୍ରସ୍ତୁତ କରିବାରେ ବା ଅର୍ଥ ବିନିଯୋଗ କରିବାରେ ଆଗ୍ରହ ପ୍ରକାଶ କରିଥାଆନ୍ତି । ଏଥିସହ ଆଇଏସଏସ ପାଇଁ ଅନ୍‌-ଅର୍ବିଟ ଓ ସ୍ଥଳଭାଗରେ ଆବଶ୍ୟକୀୟ ଅନ୍ୟ ସାମଗ୍ରୀ ଯୋଗାଇବା ପାଇଁ ଇଚ୍ଛୁକ ସଂସ୍ଥା ବା ବ୍ୟକ୍ତିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ।

ଏନେଇ ଭର୍ଜିନ ଗ୍ୟାଲାକ୍ଟିକ ସିଇଓ ଜର୍ଜ ହ୍ବାଇଟସାଇଡ୍ସ ମତ ଦେଇଥିଲେ କି ନାସା ସହ କାର୍ଯ୍ୟ କରିବାର ସୁଯୋଗ ପାଇ ସେ ବେଶ ଖୁସି । ନାସାର ବ୍ୟକ୍ତିଗତ ସ୍ପେଶଲିଫ୍ଟ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବା ଗର୍ବର ବିଷୟ । ଏହାଦ୍ବାରା ନା ଯେ କେବଳ ସଂସ୍ଥାର ସ୍ପେଶଲିଫ୍ଟ ପ୍ଲାଟଫର୍ମର ବ୍ୟବହାର ହୋଇପାରିବ ବରଂ ଏହା ନାସା ସମତେ ଅନ୍ୟ ଏଜେନ୍ସି ସହ କାମ କରିବାର ସୁଯୋଗ ମଧ୍ୟ ପାଇପାରିବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.