ୱାଶିଂଟନ: ସୋସିଆଲ ମିଡିଆ ଜାଏଣ୍ଟ ଫେସବୁକ୍ ବିରୋଧରେ କମ୍ପାନୀଙ୍କ ଆନ୍ଦୋଳନ ତୀବ୍ର ହୋଇଛି । ଏଠାରେ ନିଜ କମ୍ପାନୀର ବିଜ୍ଞାପନ ସେୟାର ନକରିବା ପାଇଁ ଚାଲିଥିବା ଆନ୍ଦୋଳନରେ ଆମେରିକାର ଆଉ ଏକ କମ୍ପାନୀ ସାମିଲ ହୋଇଛି । ଭେରିଜୋନ୍ କମ୍ୟୁନିକେସନ ପକ୍ଷରୁ ଫେସବୁକ୍ ପ୍ଲାଟଫର୍ମରେ ନିଜର ଆଡ୍ ସେୟାର ନକରିବାକୁ ନିଷ୍ପତ୍ତି ନିଆଯାଇଛି ।
ଜୁଲାଇରେ କମ୍ପାନୀ ପକ୍ଷରୁ ଫେସବୁକରେ ଆଉ କୌଣସି ପ୍ରକାର ଆଡ୍ ଚଲାଯିବନି ବୋଲି ପ୍ରକାଶ କରିଛି । ଏପରି ପଦକ୍ଷେପ ନେବାରେ ଦେଶମାନଙ୍କ ତାଲିକା ବଢିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ କମ୍ପାନୀ ଫେସବୁକକୁ ବୟକଟ୍ କରୁଛନ୍ତି । ଖରାପ ବା ବିବାଦୀୟ ଭାଷଣ ପ୍ରସାରଣ ବନ୍ଦ କରିବା ପାଇଁ ଏହା ଉପଯୁକ୍ତ ପଦକ୍ଷେପ ନେଉନଥିବାରୁ ଫେସବୁକ୍ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବିଭିନ୍ନ କମ୍ପାନୀ । ପ୍ରାୟ 12ରୁ ଅଧିକ ଆମେରିକୀୟ କମ୍ପାନୀ ବର୍ତ୍ତମାନ ଫେସବୁକରେ ନିଜକ ପ୍ରଡକ୍ଟର ଆଡ୍ ବନ୍ଦ କରିସାରିଲେଣି ।
ଆମେରିକାର ଅନେକ ସିଭିଲ ରାଇଟ୍ସ ଗ୍ରୁପ ଏପରି ବୟକଟ୍ ପାଇଁ ବ୍ରାଣ୍ଡମାନଙ୍କୁ ଅନୁରୋଧ କରୁଛନ୍ତି । ଏଥିପାଇଁ ଏକ କ୍ୟାମ୍ପେନ ବାହାରିଛି ଯାହାର ନାମ ରହିଛି ଷ୍ଟପ୍ ହେଟ୍ ଫର ଫ୍ରୋଫିଟ୍ କ୍ୟାମ୍ପେନ । ବିବାଦୀୟ ଭାଷଣ, ଅସଦାଚରଣ ଏବଂ ଭୁଲ ତଥ୍ୟ ପ୍ରସାରଣ ବର୍ତ୍ତମାନ ଫେସବୁକରେ ଅଧିକ ବଢିବାରେ ଲାଗିଛି । ଏହା ଉପରେ ରୋକ୍ ଲଗାଇବା ପାଇଁ କମ୍ପାନୀ ଯଥେଷ୍ଟ ପଦକ୍ଷେପ ନେଉ ନାହିଁ । ସେଥିପାଇଁ ଏହାକୁ ବୟକଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଭେରିଜୋନ୍ କହିଛି । ଫେସବୁକ୍ ଯେପର୍ଯ୍ୟନ୍ତ କୌଣସି ଗ୍ରହଣୀୟ ବ୍ୟବସ୍ଥା ବାହାର ନକରିଛି ସେବେ ପର୍ଯ୍ୟନ୍ତ ଏପରି ବୟକଟ୍ ଜାରି ରହିବ ବୋଲି ଏହା ସୂଚନା ଦେଇଛି ।
ଆଇସକ୍ରିମ୍ ବ୍ରାଣ୍ଡ ବେନ ଆଣ୍ଡ ଜେରି, ଆଉଟଡୋର୍ ଗିୟର କମ୍ପାନୀ ପାଟାଗୋନିଆ, ଦ ନର୍ଥ ଫେସ ଭଳି କମ୍ପାନୀ ପୂର୍ବରୁ ଏହି ପ୍ଲାଟଫର୍ମରେ ନିଜ ବ୍ରାଣ୍ଡର ଆଡ୍ ବନ୍ଦ କରିସାରିଛନ୍ତି । ତେବେ ଫେସବୁକ୍ କହିଛି ଯେ ଆମେ ସମସ୍ତ ବ୍ରାଣ୍ଡର ନିଷ୍ପତ୍ତିକୁ ସମ୍ମାନ ଦେଉ । ବିବାଦୀୟ ଭାଷଣ ଦୂର କରିବା ଉପରେ କାମ କରାଯାଉଛି । ଏହାର ସମସ୍ୟା ପାଇଁ ବିଭିନ୍ନ ପ୍ରକାର ଉପାୟ ଉପରେ ଆଲୋଚନା ହୋଇଛି । ଏଥିରୁ ଯାହା ସଠିକ୍ ପ୍ରମାଣ ହେବ ତାହା ଲାଗୁ କରାଯିବ ବୋଲି କମ୍ପାନୀ ପ୍ରକାଶ କରିଛି ।
ବୟକଟ୍ ଆଡ୍ ଅନ ଫେସବୁକ୍: ଆମେରିକାର ଆଉ ଏକ କମ୍ପାନୀ ସାମିଲ - ସୋସିଆଲ ମିଡିଆ
ସୋସିଆଲ ମିଡିଆ ଜାଏଣ୍ଟ ଫେସବୁକ୍ ବିରୋଧରେ କମ୍ପାନୀଙ୍କ ଆନ୍ଦୋଳନ ତୀବ୍ର ହୋଇଛି । ଏଠାରେ ନିଜ କମ୍ପାନୀର ବିଜ୍ଞାପନ ସେୟାର ନକରିବା ପାଇଁ ଚାଲିଥିବା ଆନ୍ଦୋଳନରେ ଆମେରିକାର ଆଉ ଏକ କମ୍ପାନୀ ସାମିଲ ହୋଇଛି । ଅଧିକ ପଢନ୍ତୁ...