ETV Bharat / international

ଆମେରିକାକୁ ମହଙ୍ଗା ପଡିଲା ବିଳମ୍ବରେ ସାମାଜିକ ଦୂରତ୍ବ ଲାଗୁ - ସାମାଜିକ ଦୂରତ୍ବ ଲାଗୁ

ମାର୍ଚ୍ଚ 13ରେ ୟୁରୋପକୁ ଯାତ୍ରା ବ୍ୟାନ କରିବା ସହ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କୋରୋନାକୁ ନେଇ ଭୟଭୀତ ନହେବାକୁ ଜନତାଙ୍କୁ କହିଥିଲେ । ହେଲେ ଏହାର ଚରମ ପରିମାଣ ଆଜି ଆମେରିକା ଭୋଗୁଛି । ଅଧିକ ପଢନ୍ତୁ...

ଆମେରିକାକୁ ମହଙ୍ଗା ପଡିଲା ବିଳମ୍ବରେ ସାମାଜିକ ଦୂରତ୍ବ ଲାଗୁ

author img

By

Published : May 25, 2020, 10:23 PM IST

ୱାଶିଂଟନ: ଆମେରିକାରେ କୋରୋନା ସ୍ଥିତି ବର୍ତ୍ତମାନ ଅତ୍ୟନ୍ତ ଖରାପ ରହିଛି । ଏଠାରେ ବିଶ୍ବରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ରହିଛି । ତେବେ ନିକଟରେ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ପ୍ରାରମ୍ଭରୁ କୋରୋନାକୁ ଅଣଦେଖା କରିବା ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରକୁ ମହଙ୍ଗା ପଡିଛି ।

କଲୋମ୍ବିଆ ୟୁନିଭର୍ସିଟି ମେଲମନ ସ୍କୁଲ ଅଫ୍ ପବ୍ଲିକ ହେଲଥ ବିଭାଗର ବୈଜ୍ଞାନିକଙ୍କ ଦ୍ବାରା କରାଯାଇଥିବା ଏକ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି । ଏହା ଅନୁସାରେ ମାର୍ଚ୍ଚ ପ୍ରଥମ ସପ୍ତାହରେ ଏହି କୋରୋନା ଭୂତାଣୁ ଆମେରିକାବାସୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଥିଲା । ଏହି ସମୟରେ ଆକ୍ରାନ୍ତ ଏତେ ମାତ୍ରାରେ ବୃଦ୍ଧି ପାଇଥିଲା ଯେ ଯାହା ପରବର୍ତ୍ତୀ ସମୟରେ ରାଷ୍ଟ୍ର ପାଇଁ ବିପଦ ପାଲଟିଥିଲା । ସର୍ଭେ ଅନୁସାରେ ମାର୍ଚ୍ଚ 15 ବଦଳରେ ଯଦି ମାର୍ଚ୍ଚ 8ରେ ଲକଡାଉନ ଲାଗୁ କରିଥାନ୍ତେ ସରକାର ତାହେଲେ ସେଠାରେ ପରିସ୍ଥିତି ଆଜି ଭଲ ରହିଥାନ୍ତା ।

ଏହି ସର୍ଭେ ଅନୁସାରେ ରିସର୍ଚ୍ଚରମାନେ 2 ସପ୍ତାହ ବିଳମ୍ବର ଏକ ଆକଳନ କରିଥିଲେ । ଏହା ଅନୁସାରେ ଲକଡାଉନ ଆଗରୁ ଲାଗୁ ହୋଇଥିଲେ ଜୁଲାଇ 1 ଯାଏଁ ଏଠାରେ ପ୍ରତିଦିନ 35 ହଜାର 288 ଆକ୍ରାନ୍ତ ଏବଂ 3392 ମୃତ୍ୟୁ ହେବାର ସମ୍ଭାବନା ରହିଥିଲା । ତେବେ ବିଳମ୍ବରେ ଲାଗୁ ହେବାରୁ ଏବେ ପ୍ରତିଦିନ 42 ହଜାର 560 ନୂଆ କେସ ଓ 4166 ମୃତ୍ୟୁ ହେବାର ଆଶଙ୍କା ରହିଛି ବୋଲି ସେମାନେ କହିଛନ୍ତି । ଲକଡାଉନ ବିଳମ୍ବରେ ଲାଗୁ କରି ଆମେରିକା ପ୍ରାୟ 36 ହଜାରରୁ ଅଧିକ ଲୋକଙ୍କୁ ବଞ୍ଚାଇବାରେ ବିଫଳ ହୋଇଛି ବୋଲି ଏହି ରିସର୍ଚ୍ଚରେ ଦର୍ଶାଯାଇଛି ।

ପ୍ରକାଶ ଥାଉ କି ମାର୍ଚ୍ଚ 13ରେ ୟୁରୋପକୁ ଯାତ୍ରା ବ୍ୟାନ କରିବା ସହ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କୋରୋନାକୁ ନେଇ ଭୟଭୀତ ନହେବାକୁ ଜନତାଙ୍କୁ କହିଥିଲେ । ହେଲେ ଏହାର ଚରମ ପରିମାଣ ଆଜି ଆମେରିକା ଭୋଗୁଛି । ଆଗାମୀ ଦିନରେ ପରିସ୍ଥିତି ଆହୁରି ଭୟଙ୍କର ନେଇ ରିସର୍ଚ୍ଚରମାନେ ଚେତାଇ ଦେଇଛନ୍ତି । ବିଶେଷ କରି ମେ 3ରୁ ଏବେ ଲକଡାଉନ କୋହଳ ହେଉଥିବାବେଳେ ଜୁଲାଇ ବେଳକୁ ଆକ୍ରାନ୍ତ ସଂଖ୍ୟାରେ ପୁଣି ବୃଦ୍ଧି ପାଇପାରେ ବୋଲି ଆଶଙ୍କା ରହିଛି । ସେହିପରି ଟେଷ୍ଟିଂକୁ ଅଧିକ ସଂଖ୍ୟାରେ କରିବାକୁ ମଧ୍ୟ ରିସର୍ଚ୍ଚରମାନେ ପରାମର୍ଶ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.