ୱାଶିଂଟନ: ବିଶ୍ବରେ କୋରୋନା କାରଣରୁ ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି । ଦେଶରେ ଥମିବାର ନାଁ ଧରୁନି ମହାମାରୀର ପ୍ରକୋପ । ସମୟ ଅନୁସାରେ ସଂକ୍ରମଣର ସଂଖ୍ୟାରେ ମଧ୍ୟ ବୃଦ୍ଧି ପାଉଛି । ତେବେ ଜନହପକିନ୍ସ ସୂଚନାଅନୁସାରେ, ଗତ 24 ଘଣ୍ଟାରେ ଗୋଟିଏ ଦିନରେ ସର୍ବାଧିକ 33 ହଜାର 539 ନୂତନ ମାମଲା ରିପୋର୍ଟ ହୋଇଛି ଏବଂ 719 ଜଣଙ୍କର ମୃତ୍ୟୁ ହୋଇଛି ।
ଶନିବାର ସକାଳ ସୁଦ୍ଧା ଆମେରିକାରେ କୋରୋନା ସଂକ୍ରମଣ ସଂଖ୍ୟା 22 ଲକ୍ଷ 21 ହଜାର 79 ହଜାରକୁ ବୃଦ୍ଧି ପାଇଛି । ସମୁଦାୟ 1 ଲକ୍ଷ 19 ହଜାର 112 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ତେବେ 9 ଲକ୍ଷ 56 ହଜାର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। 12 ଲକ୍ଷ 19 ହଜାର ସଂକ୍ରମିତ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ସେହିପରି ଆମେରିକାର ନ୍ୟୁୟର୍କ ସହରରେ ସର୍ବାଧିକ 4 ଲକ୍ଷ 9 ହଜାର 593 ଟି ମାମଲା ରହିଛି । କେବଳ ନ୍ୟୁୟର୍କରେ 31 ହଜାର 15 ଜଣଙ୍କର ମୃତ୍ୟୁ ହୋଇଛି । 69 ହଜାର 377 ଜଣ ସୁସ୍ଥ ହୋଇଛନ୍ତି । ଏହା ପରେ ଦ୍ବିତୀୟ ସ୍ଥାନରେ ରହିଛି ନ୍ୟୁଜର୍ସି । ସହରରେ 1 ଲକ୍ଷ 71 ହଜାର 442ଟି କୋରୋନା ସଂକ୍ରମିତ ମାମଲା ରିପୋର୍ଟ ହୋଇଛି । ଏଥିରେ 12 ହଜାର 902 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 29 ହଜାର 2020 ଜଣ ସୁସ୍ଥ ହୋଇଛନ୍ତି ।
ତେବେ ଦେଶରେ ସଂକ୍ରମଣ ସଂଖ୍ୟାରେ ଅହେତୁକ ବୃଦ୍ଧି ପାଉଥିବାବେଳେ, ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । ବର୍ତ୍ତମାନ ସୁଦ୍ଧା ଯୁକ୍ତରାଷ୍ଟ୍ରରେ କୋରୋନା ସଂକ୍ରମିତଙ୍କ ମଧ୍ୟରୁ 6 ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଛି। 42 ପ୍ରତିଶତ ଲୋକ ଏଥିରେ ସୁସ୍ଥ ହୋଇଛନ୍ତି।