ୱାଶିଂଟନ: ଆମେରିକା ବିଶ୍ୱର କୋରୋନା ଭାଇରସର କେନ୍ଦ୍ର ପାଲଟିଛି । ଏଠାରେ ମହାମାରୀ କ୍ରମାଗତ ଭାବରେ ଭୟଭୀତ ରୂପ ନେଉଛି । ଗତ 24 ଘଣ୍ଟାରେ ଆମେରିକାରେ 20 ହଜାର 578ଟି ନୂଆ ମାମଲା ରିପୋର୍ଟ ହୋଇଛି ଏବଂ 1,083 କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ୱାର୍ଲ୍ଡମିଟର ରିପୋର୍ଟ ଅନୁଯାୟୀ, ଗୁରୁବାର ସକାଳେ ଆମେରିକାରେ କୋରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା 1.9 ମିଲିୟନକୁ ବୃଦ୍ଧି ପାଇଛି । ଏଥି ସହିତ 1 ଲକ୍ଷ 09 ହଜାର ଲୋକଙ୍କ ମୃତ୍ୟୁ ଘଟିଛି । ତେବେ 6 ଲକ୍ଷ 88 ହଜାର ଲୋକ ଏଥିରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋରୋନା ସଂକ୍ରମିତ ଲୋକଙ୍କ ମଧ୍ୟରୁ 6 ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଛି । ଏଥିରେ 33 ପ୍ରତିଶତ ଲୋକ ସୁସ୍ଥ ହୋଇଛନ୍ତି ।
ସମଗ୍ର ବିଶ୍ୱରେ ପ୍ରାୟ ଏକ ତୃତୀୟାଂଶ କୋରୋନା ସଂକ୍ରମିତ ଆମେରିକାରେ ଅଛନ୍ତି । ଆମେରିକାର ଅତ୍ୟଧିକ ପ୍ରଭାବିତ ହୋଇଥିବା ସହର ମଧ୍ୟରେ ନ୍ୟୁୟର୍କ ସବୁଠୁ ଆଗରେ ରହିଛି । ଏହାପରେ ନ୍ୟୁ ଜର୍ସି ଓ କାଲିଫର୍ନିଆରେ ସର୍ବାଧିକ ସଂଖ୍ୟକ ମାମଲା ରିପୋର୍ଟ ହୋଇଛି ।
ତେବେ ନ୍ୟୁୟର୍କରେ ସର୍ବାଧିକ 3 ଲକ୍ଷ 82 ହଜାର 837 ମାମଲା ରିପୋର୍ଟ ହୋଇଥିବାବେଳେ, ଏଥିରେ 30 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି । ନ୍ୟୁ ଜର୍ସିରେ 1 ଲକ୍ଷ 63 ହଜାର 774 ଜଣ ସଂକ୍ରମିତ ଥିବାବେଳେ, ଏଥିରେ 11 ହଜାର 906 ଜଣଙ୍କର ମୃତ୍ୟୁ ହୋଇଛି ।