ଓ୍ବାଶିଂଟନ: ମାରାତ୍ମକ କୋରୋନା ଭାଇରସକୁ ରୋକିବାକୁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଉଛି । ସାରା ବିଶ୍ବ ପାଇଁ ଏହା ଏବେ ବଡ ଚ୍ୟାଲେଞ୍ଜ । ଆମେରିକାରେ ଯେପରି ତାଣ୍ଡବ ରଚୁଛି କୋଭିଡ-19 । ବୁଧବାର ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମେ ପ୍ରଚୁର ପରିମାଣରେ ଭେଣ୍ଟିଲେଟର ପ୍ରସ୍ତୁତ କରୁଛୁ ।
ଏହାସହ ସେ ହ୍ବାଇଟ ହାଉସରେ ଏପରି ମଧ୍ୟ କହିଛନ୍ତି ଯେ, ଆମକୁ ଯେତିକି ଭେଣ୍ଟିଲେଟର ଆବଶ୍ୟକ ତା ଠାରୁ ଅଧିକ ପ୍ରସ୍ତୁତୁ ରଖୁଛୁ । ଦରକାର ପଡିଲେ ଅନ୍ୟ ରାଷ୍ଟ୍ର ତଥା ଯେଉଁଠାରେ ମହାମାରୀ କୋରୋନା ଭାଇରସ ଅଧିକ କ୍ଷତିଗ୍ରସ୍ତ କରିଛି ଇଟାଲୀ, ଫ୍ରାନ୍ସ, ସ୍ପେନ ଆଦିଙ୍କୁ ଦରକାର ପଡିଲେ ଭେଣ୍ଟିଲେଟର ଯୋଗାଇବୁ ।
ପୂର୍ବରୁ ଟ୍ରମ୍ପ ଡିଫେନ୍ସ ପ୍ରଡକ୍ସନ ଆକ୍ଟକୁ ଭେଣ୍ଟିଲେଟର ଉତ୍ପାଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ବିଶ୍ବରେ ଫୁସ୍ଫୁସ୍ ରୋଗୀଙ୍କୁ ସହାୟ ହେବ । ତେବେ ଯେତେବେଳେ ଟ୍ରମ୍ପଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଚାଇନାରେ ଯେଉଁପରି ମୁକାବିଲା କରୁଛନ୍ତି ସେ ପରିପ୍ରେକ୍ଷୀରେ ଆପଣ କଣ କହିବେ । ଟ୍ରମ୍ପ କହିଥିଲେ ସବୁର ମୂଳ କାରଣ ହେଉଛି ଚାଇନା । ଆଉ ମୁଁ ସମସ୍ତଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି ।