ETV Bharat / international

ଡେଲାୱେରରେ ନିର୍ମାଣ ହେଲା ଆମେରିକାର ସର୍ବବୃହତ୍ତ ହନୁମାନ ମୂର୍ତ୍ତି - ଆମେରିକା

ଡେଲାୱେରରେ ଆମେରିକାରର ସର୍ବବୃହତ୍ତ ହନୁମାନ ମୂର୍ତ୍ତି ନିର୍ମିତ ହୋଇଛି । ଲେଡି କ୍ବିନ ପିସ ଷ୍ଟାଚୁ ପରେ ହନୁମାନ ମୂର୍ତ୍ତି ଡେଲାୱେର ଦ୍ବିତୀୟ ବୃହତ୍ତ ଧାର୍ମିକ ପ୍ରତିମୂର୍ତ୍ତି ସାଜିଛି ।

ସର୍ବବୃହତ୍ତ ହନୁମାନ ମୂର୍ତ୍ତି
ସର୍ବବୃହତ୍ତ ହନୁମାନ ମୂର୍ତ୍ତି
author img

By

Published : Jun 14, 2020, 3:31 PM IST

ୱାଶିଂଟନ: ଡେଲାୱେରରେ ଆମେରିକାରର ସର୍ବବୃହତ୍ତ ହନୁମାନ ମୂର୍ତ୍ତି ନିର୍ମିତ ହୋଇଛି । 25 ଫୁଟ ଉଚ୍ଚତା ବିଶିଷ୍ଟ ଏହି ମୂର୍ତ୍ତି ଦେଶର ସର୍ବବୃହତ୍ତ ହିନ୍ଦୁ ପ୍ରତିମୂର୍ତ୍ତି ବୋଲି ଜଣା ପଡିଛି ।

ସ୍ଥାନୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଏହି ମୂର୍ତ୍ତି କଳା ଗ୍ରେନାଇଡରେ ନିର୍ମିତ ହୋଇଛି । ଏହାକୁ ନିର୍ମାଣ କରିବାକୁ 1 ବର୍ଷ ସମୟ ଲାଗିଥିଲା । ମୂର୍ତ୍ତିଟିକୁ ଜଣେ କାରିଗର ଦ୍ବାରା ନିର୍ଦ୍ଧାରିତ ପ୍ରକ୍ରିୟାରେ ନିର୍ମାଣ କରାଯାଇଥିଲା । ଏହାପରେ ମୂର୍ତ୍ତିକୁ ମନ୍ଦିରରେ ପହଞ୍ଚାଯାଇଥିଲା । ଏହାପରେ ମନ୍ଦିର ପୂଜକ ଏହାକୁ ରୀତିନୀତି ଅନୁଯାୟୀ ମନ୍ଦିରରେ ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆମେରିକା ହିନ୍ଦୁ ମନ୍ଦିର ପ୍ରଶାସନର ଅଧ୍ୟକ୍ଷ ପ୍ରତିବନ୍ଦା ଶର୍ମାଙ୍କୁ ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରିତ କରାଯାଇଥିଲା ।

ତେବେ କୋରୋନା ଭାଇରସକୁ ଦୃଷ୍ଟିରେ ରଖି ଖୁବ କମ୍‌ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଲେଡି କ୍ବିନ ପିସ ଷ୍ଟାଚୁ ପରେ ହନୁମାନ ମୂର୍ତ୍ତି ଡେଲାୱେର ଦ୍ବିତୀୟ ବୃହତ୍ତ ଧାର୍ମିକ ପ୍ରତିମୂର୍ତ୍ତି ସାଜିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.