ETV Bharat / international

ମିଆଁମାର ସହ ସମସ୍ତ ବ୍ଯବସାୟୀକ କାରବାରକୁ ସ୍ଥଗିତ କଲା ଆମେରିକା

author img

By

Published : Mar 30, 2021, 7:54 PM IST

ମିଆଁମାର ସହ ସମସ୍ତ କାରବାରକୁ ସ୍ଥଗିତ କରିଛି ଆମେରିକା । ଯେ ପର୍ଯ୍ୟନ୍ତ ମିଆଁମାରରେ ପୁଣି ଥରେ ଗଣତନ୍ତ୍ର ନ ଆସିଛି ସେ ପର୍ଯ୍ୟନ୍ତ ମିଆଁମାର ସହ କୌଣସି କାରବାର କରିବନି ଆମେରିକା । ଅଧିକ ପଢନ୍ତୁ...

କ୍ୟାଥେରିନ୍ ତାଇ
କ୍ୟାଥେରିନ୍ ତାଇ

ୱାଶିଂଟନ: ମିଆଁମାର ସହ ସମସ୍ତ କାରବାରକୁ ସ୍ଥଗିତ କରିଛି ଆମେରିକା । ଯେ ପର୍ଯ୍ୟନ୍ତ ମିଆଁମାରରେ ପୁଣି ଥରେ ଗଣତନ୍ତ୍ର ନ ଆସିଛି ସେ ପର୍ଯ୍ୟନ୍ତ ମିଆଁମାର ସହ କୌଣସି କାରବାର କରିବନି ଆମେରିକା । 2013 ବ୍ୟାପାର ଓ ନିବେଶ ଚୁକ୍ତି ଅନୁସାରେ ଚାଲିଥିବା କାରବାରକୁ ସ୍ଥଗିତ କରିଛି ଆମେରିକା । ଏନେଇ ସୂଚନା ଦେଇଛନ୍ତି ଆମେରିକା ବ୍ୟାପାର ପ୍ରତିନିଧି କ୍ୟାଥେରିନ୍ ତାଇ ।

ପ୍ରକାଶଥାଉକି, ଫେବୃଆରୀ 1ରୁ ମିଆଁମାରରେ ନରସଂହାର ଜାରି ରହିଛି । ମାତ୍ର ଗତ ଶନିବାର ସମସ୍ତ ସୀମା ଲଂଘି ଯାଇଥିଲା ସେନା । ଆଖିପିଛୁଳା ଗୁଳି ଚାଳଣା କରି 114 ଜଣଙ୍କ ଜୀବନ ନେଇଯାଇଥିଲା ନୃଶଂସ ସେନା । ଏକ ଦଶନ୍ଧି ପରେ ସେନା କ୍ଷମତାକୁ ଫେରିବା ବିରୋଧରେ ହଜାର ହଜାର ଲୋକ ପୁନର୍ବାର ରାସ୍ତାକୁ ଓହ୍ଲାଇଥିଲେ । ଏନେଇ ତାଇ କହିଛନ୍ତି ଯେ ମିଆଁମାର ସୁରକ୍ଷା ବାହିନୀର ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀ, ଛାତ୍ର, ଶ୍ରମିକ, ଶ୍ରମିକ ନେତା ଓ ଶିଶୁଙ୍କ ହତ୍ୟା ଅନ୍ତର୍ଜାତୀୟ ସ୍ତରରେ ସମସ୍ତଙ୍କୁ ବ୍ୟଥିତ କରିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.