ETV Bharat / international

ବିକ୍ଷୋଭକାରୀଙ୍କୁ ବେଆଇନ ବନ୍ଧକ, ସରକାରଙ୍କ ଉପରେ ମାମଲା ରୁଜୁ - ଆମେରିକା ସରକାରଙ୍କ ବିରୋଧରେ ମାମଲା ରୁଜୁ

ଆମେରିକାରେ ଆଫ୍ରିକାନ-ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ତେଜିଥିଲା ଜାତିଆଣ ବିରୋଧୀ ଆନ୍ଦୋଳନ । ଏହି ଆନ୍ଦୋଳନରେ ରାତାରାତି ଅନେକ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଥିଲା । ସରକାରଙ୍କ ନିର୍ଦ୍ଦେଶରେ ହୋଇଥିବା କାର୍ଯ୍ୟକଳାପକୁ ଆଇନ ବିରୋଧ ତଥା ବିକ୍ଷାଭକାରୀଙ୍କୁ ବନ୍ଧକ ରଖିବା ବେଆଇନ ବୋଲି ଅଭିଯୋଗ କରିଛନ୍ତି ଆମେରିକୀୟ ରାଜ୍ୟ ଓରିଗନର ଆଟର୍ଣ୍ଣି ଜେନେରାଲ ।

unlawful detention of protesters, anti-racism protest in us, protestors arrested in us, lawsuit filed against us government, us latest news, ଆମେରିକୀୟ ବିକ୍ଷୋଭକାରୀଙ୍କୁ ବେଆଇନ ବନ୍ଧକ, ଆମେରିକାରେ ଜାତିଆଣ ବିରୋଧୀ ଆନ୍ଦୋଳନ, ଆମେରିକାରେ ବିକ୍ଷୋଭକାରୀ ଗିରଫ, ଆମେରିକା ସରକାରଙ୍କ ବିରୋଧରେ ମାମଲା ରୁଜୁ, ଆମେରିକା ଲାଟେଷ୍ଟ ନ୍ୟୁଜ୍‌
ବିକ୍ଷୋଭକାରୀଙ୍କୁ ବେଆଇନ ବନ୍ଧକ, ସରକାରଙ୍କ ଉପରେ ମାମଲା ରୁଜୁ
author img

By

Published : Jul 20, 2020, 1:10 AM IST

ୱାଶିଂଟନ: ଆମେରିକାରେ ଆଫ୍ରିକାନ-ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ତେଜିଥିଲା ଜାତିଆଣ ବିରୋଧୀ ଆନ୍ଦୋଳନ । ଏହି ଆନ୍ଦୋଳନରେ ରାତାରାତି ଅନେକ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଥିଲା । ସରକାରଙ୍କ ନିର୍ଦ୍ଦେଶରେ ହୋଇଥିବା କାର୍ଯ୍ୟକଳାପକୁ ଆଇନ ବିରୋଧ ତଥା ବିକ୍ଷାଭକାରୀଙ୍କୁ ବନ୍ଧକ ରଖିବା ବେଆଇନ ବୋଲି ଅଭିଯୋଗ କରିଛନ୍ତି ଆମେରିକୀୟ ରାଜ୍ୟ ଓରିଗନର ଆଟର୍ଣ୍ଣି ଜେନେରାଲ । ଏନେଇ ସେ ସରକାରଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି ।

ଆଟର୍ଣ୍ଣ ଜେନେରାଲ ଏଲ୍ଲେନ ରୋସେନବ୍ଲମ ଶନିବାର ଏନେଇ ମାମଲା ରୁଜୁ କରିଥିଲେ । ଏହା ପୂର୍ବରୁ କିଛି ସରକାରୀ ଅଧିକାରୀଙ୍କୁ ପୋର୍ଟଲ୍ୟାଣ୍ଡ ସହରର ଶାନ୍ତି ବଜାୟ ରଖିବା ପାଇଁ ନିୟୋଜିତ କରାଯାଇଥିଲା । ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ଦେଶରେ ଅହରହ ରାତ୍ରିକାଳୀନ ବିକ୍ଷୋଭ ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏପରି ପଦକ୍ଷେପ ନେଇଥିଲେ । ଅଧିକାରୀମାନେ ସହରରେ ନିୟୋଜିତ ହେବା ପରେ ଅନେକ ବିକ୍ଷୋଭକାରୀଙ୍କୁ ଗିରଫ ମଧ୍ୟ କରାଯାଇଥିଲା ।

ସରକାରଙ୍କ ଦ୍ବାରା ହୋଇଥିବା ଏହି କାର୍ଯ୍ୟକଳାପକୁ ବିରୋଧ କରି ରୋସେନବ୍ଲମ ସରକାରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । ଏଥିରେ ସେ ସହରରେ ନିୟୋଜିତ ହୋମଲ୍ୟାଣ୍ଡ ସୁରକ୍ଷା ଅଧିକାରୀ, ଆମେରିକୀୟ ମାର୍ଶାଲ ସର୍ଭିସ, ଆମେରିକୀୟ ଅବକାରୀ ଓ ସୀମା ସୁରକ୍ଷା ବିଭାଗଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀଙ୍କୁ ବିକ୍ଷୋଭକାରୀଙ୍କ ଗିରଫଦାରୀ ବନ୍ଦ କରିବା ପାଇଁ ଦାବି କରିଥିଲେ । ସରକାରଙ୍କ ପ୍ରରୋଚିତ ଏହି କାର୍ଯ୍ୟକଳାପ ବନ୍ଦ ହେବା ଦରକାର ବୋଲି ସେ ମତ ଦେଇଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି କି ସ୍ଥିତି ନିୟନ୍ତ୍ରଣ ପାଇଁ ସରକାର ନେଉଥିବା ପଦକ୍ଷେପ ଅଦରକାରୀ । ଏହାଛଡା ଏହା ଓରିଗନ ରାଜ୍ୟର ନିୟମ ବାହାରେ ରହିଛି । ଏହା ବାଦେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ କ୍ରମେ କିଛି ସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ଟିଅର ଗ୍ୟାସ ଛାଡିଥିବା ମଧ୍ୟ ସେ ଅଭିଯୋଗ କରିଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.