ETV Bharat / international

ଆଫଗାନ୍ ଶାନ୍ତି ପ୍ରକ୍ରିୟା ଉପରେ ଅବଦୁଲ୍ଲାଙ୍କ ସହ କଥା ହେଲେ ଆଣ୍ଟୋନି

author img

By

Published : Feb 21, 2021, 10:00 AM IST

ଶାନ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ ତଥା ସମର୍ଥନ କରିବା ପାଇଁ ଆଫଗାନସ୍ତାନର ଉଚ୍ଚ ପରିଷଦର ଅଧ୍ୟକ୍ଷ ଅବଦୁଲ୍ଲା ଅବଦୁଲ୍ଲାଙ୍କ ସହ ଫୋନ ଯୋଗେ କଥା ହେଲେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ । ଅଧିକ ପଢନ୍ତୁ...

ଆଫଗାନ୍ ଶାନ୍ତି ପ୍ରକ୍ରିୟା ଉପରେ ଅବଦୁଲ୍ଲାଙ୍କ ସହ କଥା ହେଲେ ଆଣ୍ଟୋନି
ଆଫଗାନ୍ ଶାନ୍ତି ପ୍ରକ୍ରିୟା ଉପରେ ଅବଦୁଲ୍ଲାଙ୍କ ସହ କଥା ହେଲେ ଆଣ୍ଟୋନି

ୱାଶିଂଟନ୍ ଡିସି: ଆଫଗାନିସ୍ତାନର ଉଚ୍ଚ ପରିଷଦର ଅଧ୍ୟକ୍ଷ ଅବଦୁଲ୍ଲା ଅବଦୁଲ୍ଲାଙ୍କ ସହ ଫୋନ ଯୋଗେ କଥା ହେଲେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ । ଶାନ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ ତଥା ସମର୍ଥନ କରିବା ପାଇଁ ଉଭୟ ଆଲୋଚନା କରିଛନ୍ତି ।

"ଶାନ୍ତି ପ୍ରକ୍ରିୟା ବିଷୟରେ ଆଫଗାନିସ୍ତାନର ହାଇ କାଉନସିଲର ଅଧ୍ୟକ୍ଷ @ ଅବଦୁଲ୍ଲାଙ୍କ ସହ ଆଜି କଥା ହୋଇ ଖୁସି ଲାଗିଲା । ଆମେରିକା ଏକ ନ୍ୟାୟପୂର୍ଣ୍ଣ ତଥା ସ୍ଥାୟୀ ରାଜନୈତିକ ସମାଧାନ, ଅସ୍ତ୍ରବିରତି ଉଲ୍ଲଘଂନକୁ ସମର୍ଥନ କରୁଛି ବୋଲି ବ୍ଲିଙ୍କେନ ଟ୍ବିଟରେ ଲେଖିଛନ୍ତି।

ଆମେରିକା ଆଫଗାନିସ୍ତାନ ସ୍ଥିତିର ସମୀକ୍ଷା ଏବଂ ଶାନ୍ତି ତ୍ବରାନ୍ବିତ ତଥା ସମର୍ଥନ କରିବାର ଉପାୟ ଉପରେ ମତ ବିନିମୟ କରିଛୁ ବୋଲି ଅବଦୁଲ୍ଲା ଟ୍ବିଟ କରିଛନ୍ତି । ଆଣ୍ଟୋନି ବ୍ଲିଙ୍କେନଙ୍କ ଏହି ପୋଷ୍ଟ କରି ଅବଦୁଲ୍ଲା ଆଫଗାନିସ୍ତାନକୁ ସମର୍ଥନ କରି ଚିରସ୍ଥାୟୀ ଶାନ୍ତି ହାସଲ କରିଥିବାରୁ ତାଙ୍କୁ ଏବଂ ଆମେରିକା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେପ୍ଟେମ୍ବର 12ରେ କତାରର ରାଜଧାନୀ ଦୋହାଠାରେ ଆନ୍ତଃ ଆଫଗାନିସ୍ତାନ ଶାନ୍ତି ବୁଝାମଣା ଆରମ୍ଭ ହୋଇଥିଲା । ସମଗ୍ର ଦେଶରେ ସଶସ୍ତ୍ର ସଂଘର୍ଷ ଏବଂ ବୋମା ବିସ୍ଫୋରଣ ସମେତ ବିଭିନ୍ନ ମତଭେଦ ତଥା ହିଂସା ବୃଦ୍ଧି ସମ୍ପର୍କରେ ଆଲୋଚନା ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.