ETV Bharat / international

ସିସିପି ଅଧିକାରୀଙ୍କ ଭିସା ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

author img

By

Published : Jun 27, 2020, 12:23 PM IST

କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା (ସିସିପି) ଅଧିକାରୀଙ୍କ ଭିସା ଉପରେ ପ୍ରତିବନ୍ଧକ ଲଗାଇବାକୁ ଗତ ଶୁକ୍ରବାର ଆମେରିକା ଘୋଷଣା କରିଛି।

_ccp visa restrication
ସିସିପି ଅଧିକାରୀଙ୍କ ଭିସା ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ୱାଶିଂଟନ୍: ସିସିପି ଅଧିକାରୀଙ୍କ ଭିସା ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା । କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା (ସିସିପି) ଅଧିକାରୀଙ୍କ ଭିସା ଉପରେ ପ୍ରତିବନ୍ଧକ ଲଗାଇବାକୁ ଗତ ଶୁକ୍ରବାର ଆମେରିକା ଘୋଷଣା କରିଛି।

ତେବେ ଆମେରିକା ହଂକଂର ସ୍ବାଧୀନତା, ମାନବିକ ଅଧିକାର ଏବଂ ମୌଳିକ ସ୍ୱାଧୀନତା ହ୍ରାସ କରିବାକୁ ନେଇ ଏହି ଅଧିକରୀଙ୍କ ଭିସା ଉପରେ ପ୍ରତିବନ୍ଧକ ଲଗାଇଛି । ତେବେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଏହି ପଦକ୍ଷେପ ଘୋଷଣା କରି କହିଛନ୍ତି, ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁଛନ୍ତି।

ପୋମ୍ପିଓ କହିଛନ୍ତି, ଆଜି ମୁଁ ସିସିପିର ବର୍ତ୍ତମାନର ତଥା ପୂର୍ବତନ ଅଧିକାରୀଙ୍କ ଉପରେ ଭିସା ପ୍ରତିବନ୍ଧକ ଘୋଷଣା କରିଛି। ସେମାନେ 1984 ଚୀନ- ବ୍ରିଟେନ ସଠୁକ୍ତ ଘୋଷଣା ପତ୍ରରେ ଗାରେଣ୍ଟି ପ୍ରଦାନକରାଯାଇଥିବା ହଂକଂର ଉଚ୍ଚସ୍ତର ସ୍ବାଧୀନତା ଦମନ କରିଛନ୍ତି ।

ପୋମ୍ପିଓ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହଂକଂର ସ୍ବତନ୍ତ୍ରତାକୁ ଦମନ କରିଥିବା ଚୀନ୍ ଅଧିକାରୀଙ୍କୁ ଦଣ୍ଡ ଦେବାକୁ ପ୍ରତିଶୃତି ଦେଇଥିଲେ। ଆଜି ଆମେ ଏହା ଉପରେ ପଦକ୍ଷେପ ନେଉଛୁ। ଯାହାଫଳରେ ହଂକଂର ସ୍ବତନ୍ତ୍ରତା ତଥା ମାନବିକ ଅଧିକାରକୁ ଦମନ କରିବା ପାଇଁ ଦାୟୀ ଚୀନ୍ ଅଧିକାରୀଙ୍କ ଉପରେ ଆମେ ଭିସା ପ୍ରତିବନ୍ଧକ ଲଗାଉଛୁ ବୋଲି ପାମ୍ପିଓ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.