ୱାଶିଂଟନ: ଥମିବାର ନାଁ ନେଉନି ଆମେରିକାରେ କୋରୋନା ଭାଇରସ। 4 ଅଙ୍କ ବିଶିଷ୍ଟ ମୃତ୍ୟୁସଂଖ୍ୟା ବର୍ତ୍ତମାନ 3 ଅଙ୍କରେ ପହଁଞ୍ଚିଥିଲେ ମଧ୍ୟ ଅନ୍ୟ ଦେଶମାନଙ୍କୁ ଠାରୁ ଭାଇରସର ପ୍ରକୋପ ଏଠାରେ ଅଧିକ ଅଛି। ଗତ କିଛି ଦିନ ହେବ ଦେଶରେ ମୃତ୍ୟୁସଂଖ୍ୟା ସାମାନ୍ୟ ହ୍ରାସ ପାଇଛି ସତ ହେଲେ ପୁଣି କିଛିଦିନର ବ୍ୟବଧାନରେ ବଢିବାରେ ଲାଗୁଛି। 24 ଘଣ୍ଟା ମଧ୍ୟରେ ଦେଶରେ 960 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛି ଜନ ହକପିନ୍ସ ବିଶ୍ବ ବିଦ୍ୟାଳୟ।
ସୂଚନା ଥାଉକି, ଏବେ ସୁଦ୍ଧା ଦେଶରେ 1 ଲକ୍ଷ 5 ହଜାର ଲୋକେ କୋରୋନାରେ ଆଖି ବୁଝି ସାରିଲେଣି। ଯାହାକି ରେକର୍ଡ ସଂଖ୍ୟକ ମୃତ୍ୟୁ। ଦେଶର ମୃତକଙ୍କ ଏକ ତୃତୀୟାଂଶ ଲୋକ ନ୍ୟୁୟର୍କ ଓ ନ୍ୟୁଜର୍ସି ସହରର ଅଛନ୍ତି। ଦେଶରେ ଏବେ 1.8 ମିଲିୟନ କୋରୋନା ଭାଇରସ ମାମଲା ରହିଥିବା ଆମେରିକା ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନ୍ସନ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଏହି ଭାଇରସ ଗୋଷ୍ଠୀ ସଂକ୍ରମଣର ରୂପ ନେବା ସହ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଛି।
ତେବେ ସଂକ୍ରମିତ ଆମେରିକୀୟଙ୍କ ମଧ୍ୟରୁ 4.7 ପ୍ରତିଶତ ଏସିୟାନ ଆମେରିକୀୟ ରହିଥିବା ବେଳେ 26.3 ପ୍ରତିଶତ ବ୍ଲାକ୍ ଆମେରିକୀୟ ଅଛନ୍ତି। ଏବେ ସୁଦ୍ଧା କେତେ ସଂଖ୍ୟକ ଭାରତୀୟ ଆମେରିକୀୟ ପ୍ରାଣ ହରାଇଛନ୍ତି ସେନେଇ କିଛି ଖବର ନାହିଁ ହେଲେ 500ରୁ ଉର୍ଦ୍ଧ୍ବ ପ୍ରାଣ ହରାଇଥିବା ବେସରକାରୀ ତଥ୍ୟ ଆକଳନରୁ ଜଣାପଡିଛି।