ETV Bharat / international

Russia Ukraine War: ୟୁକ୍ରେନକୁ ୧୮୬ ମିଲିୟନ ଡଲାର ଅତିରିକ୍ତ ସହାୟତା ଦେବ ଆମେରିକା

author img

By

Published : Mar 16, 2022, 8:29 AM IST

ଯୁଦ୍ଧ ପ୍ରଭାବିତ ୩ ଲକ୍ଷରୁ ଅଧିକ ଶରଣାର୍ଥୀଙ୍କ ସହୟତା ପାଇଁ ଆମେରିକା ୧୮୬ ମିଲିୟନ ଅତିରିକ୍ତ ମାନବୀୟ ସହୟତା ଦେବ । ଆମେରିକା ବୈଦେଶିକ ବିଭାଗର ସୂଚନା । ଅଧିକ ପଢନ୍ତୁ

Russia Ukraine War: ୟୁକ୍ରେନକୁ ୧୮୬ ମିଲିୟନ ଡଲାର ଅତିରିକ୍ତ ସହାୟତା ଦେବ ଆମେରିକା
Russia Ukraine War: ୟୁକ୍ରେନକୁ ୧୮୬ ମିଲିୟନ ଡଲାର ଅତିରିକ୍ତ ସହାୟତା ଦେବ ଆମେରିକା

ୱାସିଂଟନ: ୟୁକ୍ରେନକୁ ପୁଣି ସହୟତାର ହାତ ବଢାଇଲା ଆମେରିକା । ଯୁଦ୍ଧ ଯୋଗୁଁ ବିସ୍ଥାପିତ ତଥା ଯୁଦ୍ଧ ପ୍ରଭାବିତ ୩ ଲକ୍ଷରୁ ଅଧିକ ଶରଣାର୍ଥୀଙ୍କ ସହୟତା ପାଇଁ ଆମେରିକା ୧୮୬ ମିଲିୟନ ଡଲାରରୁ ଅଧିକ ଅତିରିକ୍ତ ମାନବୀୟ ସହାୟତା ଯୋଗାଉଛି । ମଙ୍ଗଳବାର ( ସ୍ଥାନୀୟ ସମୟ) ଆମେରିକାର ବୈଦେଶିକ ବିଭାଗ ବିବୃତ୍ତି ଜରିଆରେ ଏହି ସୂଚନା ଦେଇଛି ।

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ(Antony Blinken) ବିବୃତ୍ତିରେ କହିଛନ୍ତି ଯେ, ଏହା ସଙ୍କଟର ମୁକାବିଲା କରୁଥିବା ମାନବୀୟ ସଂଗଠନଗୁଡିକୁ ସହାୟତା ଯୋଗାଇବ ଏବଂ ୟୁକ୍ରେନ ଶରଣାର୍ଥୀଙ୍କୁ ସ୍ବାଗତ ଏବଂ ସମର୍ଥନ କରୁଥିବା ପଡୋଶୀ ରାଷ୍ଟ୍ରଗୁଡିକର ଉଦାରତାକୁ ପୂର୍ଣ୍ଣ କରିବ । ବିବୃତ୍ତିରେ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ଆହ୍ବାନ କରାଯାଇଛି ଏବଂ କୌଣସି ହସ୍ତକ୍ଷେପ ବିନା ମାନବୀୟ ସହାୟତା ବିତରଣ ପାଇଁ ଅନୁମତି ଦିଆଯିବା ଉଚିତ୍ ବୋଲି ମଧ୍ୟ କୁହାଯାଇଛି ।

ୟୁକ୍ରେନ ଶରଣାର୍ଥୀଙ୍କୁ ନିଜ ଦେଶର ଆଶ୍ରୟ ନେବାକୁ ଅନୁମତି ଦେଇଥିବା ରାଷ୍ଟ୍ରଗୁଡିକୁ ମଧ୍ୟ ପ୍ରଶଂସା କରିଛି ଆମେରିକା । କହିରଖୁଛୁ କି, ଯୁଦ୍ଧ ଆରମ୍ଭରୁ ଏବେସୁଦ୍ଧା ଆମେରିକା ପାଖାପାଖି ୨୯୩ ମିଲିୟନ ଡଲାର ମାନବୀୟ ସହୟତା ୟୁକ୍ରେନକୁ ପ୍ରଦାନ କରିଛି ।

ୟୁକ୍ରେନ ଏବଂ ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ଧରୁନି । ପ୍ରତିଦିନ ଆକ୍ରମଣକୁ ଆହୁରି ଜୋରଦାର କରୁଛି ଋଷିଆ । ୨୧ ଦିନରେ ପହଞ୍ଚିଥିବା ଏହି ସଂଘର୍ଷରେ ଯୁଦ୍ଧଗ୍ରସ୍ତ ରାଷ୍ଟ୍ରର ଅନେକ ସହର ଛାରଖାର ହୋଇଯାଇଛି । ବିଭିନ୍ନ ସରକାରୀ ପ୍ରତିଷ୍ଠାନ ସହ ଅନେକ ଆବାସିକ ଅଞ୍ଚଳର ମାଟିରେ ମିଶିଯାଇଛି । ଇତିମଧ୍ୟରେ ଶତାଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବହୁସଂଖ୍ୟକ ୟୁକ୍ରେନବାସୀ ପଡୋଶୀ ରାଷ୍ଟ୍ରରେ ଆଶ୍ରୟ ନେଉଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.