ETV Bharat / international

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଟ୍ରମ୍ପଙ୍କୁ ହରାଇବାକୁ ମୁସଲିମ କାର୍ଡ ଖେଲିଲେ ଜୋ ବାଇଡେନ

ମୁସଲିମ ସମ୍ପ୍ରଦାୟଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରୁଥିବା ଟ୍ରମ୍ପଙ୍କୁ ଭାରି ପଡିବ କି ଚଳିତ ବର୍ଷ ନିର୍ବାଚନ ! ଟ୍ରମ୍ପଙ୍କୁ ହରାଇବାକୁ ମୁସଲିମ ଆମେରିକୀୟଙ୍କ ସହଯୋଗ ଲଢିଲେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ । ଅଧିକ ପଢନ୍ତୁ...

author img

By

Published : Jul 22, 2020, 6:59 AM IST

ଆମେରିକା ରାଷ୍ଟ୍ରପତି ନିର୍ବାଚନ
ଆମେରିକା ରାଷ୍ଟ୍ରପତି ନିର୍ବାଚନ

ୱାଶିଂଟନ: ଚଳିତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ଯାହାକୁ ନେଇ ରାଜନୀତି ଏବେ ଜୋର ଧରିଛି । ଡେମୋକ୍ରାଟିକର ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ ଟ୍ରମ୍ପଙ୍କୁ ହରାଇବା ପାଇଁ ମୁସଲିମ ଆମେରିକୀୟଙ୍କ ସାହାର ନେଇଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଏଥର ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରତିଧ୍ବନ୍ଦିତା କରୁଛନ୍ତି । ଟ୍ରମ୍ପ ରାଷ୍ଟ୍ରପତି ଶାସନ ଭାର ସମ୍ଭାଳିବା ପର ଠାରୁ ଆତଙ୍କବାଦୀଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଆସିଛନ୍ତି । ଏପରିକି ସେ ଆତଙ୍କବାଦୀଙ୍କୁ ଟାର୍ଗେଟ କରିବାକୁ ଯାଇ ସମସ୍ତ ମୁସଲିମ ସମ୍ପ୍ରଦାୟଙ୍କ ଉପରେ ବିଭିନ୍ନ କଟକଣା ମଧ୍ୟ ଲାଗୁ କରିଛନ୍ତି । ଏପରି ସ୍ଥିତି ମୁସଲିମ କାର୍ଡ ଖେଳିଛନ୍ତି ଜୋ ବାଇଡେନ ।

ଟ୍ରମ୍ପଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ହରାଇବାକୁ ଡେମୋକ୍ରାଟିକ ନେତା ଜୋ ବାଇଡେନ ମୁସଲିମ ସମ୍ପ୍ରଦାୟଙ୍କୁ ଅପିଲ କରିଛନ୍ତି । ମୁସଲିମ ଦେଶ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇବାକୁ ଦାବି ଜୋ ବାଇଡେନ କରିଛନ୍ତି । ସେ କହିଛନ୍ତି, ଆମେରିକାର ରାଷ୍ଟ୍ରପତି ହେବାର ପ୍ରଥମ ଦିନରେ ହିଁ ମୁସଲମ ଦେଶରୁ ଯାତ୍ରୀଙ୍କ କଟକଣାକୁ ହଟାଇବେ ।

ଡେମୋକ୍ରାଟିକ୍ ନେତା ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଥିଲେ । ସେ କହିଛନ୍ତି ଯେ, ଟ୍ରମ୍ପ ପ୍ରଶାସନ ସମୟରେ ଇସଲାମୋଫୋବିକ ଘଟଣା ବୃଦ୍ଧି ପାଇଛି। ଆମେରିକାର ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ ମୁସଲମାନମାନଙ୍କ ବିରୋଧରେ ଦୃଢ ଆଭିମୁଖ୍ୟ ଗ୍ରହଣ କରିଥିଲେ ଏବଂ ମୁସଲମାନ ଦେଶରୁ ଯାତ୍ରୀଙ୍କ ଗସ୍ତ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

ସୂଚନାଯୋଗ୍ୟ, ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଚଳିତ ବର୍ଷ ନଭେମ୍ବର ଅନୁଷ୍ଠିତ ହେବ । ମହାମାରୀ କୋରୋନା ପାଇଁ ନିର୍ବାଚନ ପ୍ରଚାର ରାଲିକୁ ବନ୍ଦ ରଖାଯାଇଛି । ଏପରି ସ୍ଥିତିରେ ମିଡିଆ ଓ ସୋସିଆଲ ମିଡିଆ ଜରିଆରେ ନିର୍ବାଚନୀ ପ୍ରଚାର କରାଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ବିଜୟ ହେବେ ବୋଲି ଆତ୍ମବିଶ୍ବାସ ମନେ ହେଉଛନ୍ତି ।

ଅନ୍ୟପକ୍ଷରେ ଡୋନାଲ୍ଡ ଟ୍ରମ୍ପଙ୍କୁ କଡା ମୁକାବିଲା ଦେଉଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଜୋ ବାଇଡେନ । ଜୋ ବିଡେନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜଣେ ବିଫଳ ରାଷ୍ଟ୍ରପତି ଭାବରେ ଦେଖାଇବାକୁ ପ୍ରୟାସ ଜାରି ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.