ETV Bharat / international

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଟ୍ରମ୍ପଙ୍କୁ ଗର୍ବୀ ଓ ଦାୟିତ୍ବହୀନ କହିଲେ ଓବାମା

author img

By

Published : Nov 1, 2020, 9:53 AM IST

Updated : Nov 1, 2020, 10:11 AM IST

ଦେଶର ରାଷ୍ଟ୍ରପତି ତଥା ଚଳିତ ବର୍ଷର ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା । ଟ୍ରମ୍ପ ଜଣେ ଗର୍ବୀ ଓ ଦାୟିତ୍ବହୀନ ବ୍ୟକ୍ତି ବୋଲି ସେ କହିଛନ୍ତି । ଅଧିକ ଖବର ପଢନ୍ତୁ...

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଟ୍ରମ୍ପଙ୍କୁ ଗର୍ବୀ ଓ ଦାୟିତ୍ବହୀନ କହିଲେ ଓବାମା
ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଟ୍ରମ୍ପଙ୍କୁ ଗର୍ବୀ ଓ ଦାୟିତ୍ବହୀନ କହିଲେ ଓବାମା

ୱାସିଂଟନ୍: ନିର୍ବାଚନୀ ଋତୁରେ ଆମେରିକାରେ ରାଜନୈତିକ ପାଣିପାଗ ସରଗରମ । ଏହି ସମୟରେ ଆରୋପ ଓ ପ୍ରତ୍ୟାରୋପ ଜୋରଦାର ଚାଲିଛି । ଦେଶର ରାଷ୍ଟ୍ରପତି ତଥା ଚଳିତ ବର୍ଷର ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା । ଟ୍ରମ୍ପ ଜଣେ ଗର୍ବୀ ସ୍ବଭାବର ବ୍ୟକ୍ତି ଓ ବର୍ତ୍ତମାନ ଦେଶରେ କୋରୋନା ସ୍ଥିତିକୁ ଦାୟିତ୍ବହୀନ ଭାବେ ନେଇ ସେ ସମସ୍ତଙ୍କୁ ଅସୁବିଧାରେ ପକାଇଛନ୍ତି । ତେଣୁ ଦୁର୍ଭାଗ୍ୟର କଥା ଯେ ଆମ ମାନଙ୍କୁ ଏହି ପରିସ୍ଥିତି ସହ ବଞ୍ଚିବାକୁ ପଡିବ ।

ପୂର୍ବତନ ଉପ-ରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କୁ ହ୍ବାଇଟ ହାଉସର ପରବର୍ତ୍ତୀ ଦଖଲକାରୀ ଭାବରେ ନିର୍ବାଚିତ କରିବା ପାଇଁ ଶନିବାର ଶେଷ ଭାଷଣ ଦେବା ବେଳେ ଓବାମା ଏପରି କହିଛନ୍ତି । ଗତ ଚାରି ବର୍ଷ ମଧ୍ୟରେ ଟ୍ରମ୍ପ ତାଙ୍କର କୌଣସି ଦେଶବାସୀଙ୍କୁ ନିଜେ ସାହାଯ୍ୟ କରିବାକୁ ଆଗ୍ରହ ଦେଖାଇ ନାହାଁନ୍ତି ।

ଓବାମା କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ ସର୍ବଦା ଗର୍ବ ଦେଖାଉ ଥିବା ବେଳେ ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ ଶାସନ ଏବଂ ସହାନୁଭୂତି ଉପରେ ଧ୍ୟାନ ଦେଇଛନ୍ତି । ରାଲି ସମୟରେ ଆମେରିକାର 44 ତମ ରାଷ୍ଟ୍ରପତି ଥିବା ଓବାମା ତାଙ୍କ ନୀତି ଏବଂ ବାକ୍ୟ ପାଇଁ ଟ୍ରମ୍ପଙ୍କ ଉପରେ ବର୍ଷିଥିଲେ । ମିଚିଗାନରେ ଥିବା ଫ୍ଲିଣ୍ଟ ଏବଂ ଡେଟ୍ରୋଇଟ୍ ରାଲିରେ ବିଡେନଙ୍କ ସହ ଓବାମା ଯୋଗ ଦେଇଥିଲେ ।

Last Updated : Nov 1, 2020, 10:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.