ETV Bharat / international

ଡ୍ରାଗନକୁ ବାଇଡେନଙ୍କ ଚେତାବନୀ, ଆମେରିକାଠୁ ଶକ୍ତିଶାଳୀ ହୋଇପାରିବନି ଚୀନ - ଆମେରିକା ରାଷ୍ଟ୍ରପତି

ଏକଛତ୍ରବାଦ ଶାସନ ଜରିଆରେ ବିଶ୍ବକୁ ନିଜ ଅଧିନରେ ରଖିବାକୁ ପ୍ରୟାସ କରୁଥିବା ଚୀନକୁ ଆମେରିକାଠାରୁ ଲାଗିଛି ବଡ ଝଟକା । କୌଣସି ସ୍ଥଳେ ଚୀନକୁ ଆମେରିକାଠୁ ଅଧିକ ଶକ୍ତିଶାଳୀ ହେବାକୁ ଦିଆଯିବ ନାହିଁ ବୋଲି ଜୋର ଦେଇ କହିଛନ୍ତି ବାଇଡେନ । ଅଧିକ ପଢନ୍ତୁ...

ଡ୍ରାଗନକୁ ବାଇଡେନଙ୍କ ଚେତାବନୀ, ଆମେରିକାଠୁ ଶକ୍ତିଶାଳୀ ହୋଇପାରିବନି ଚୀନ

author img

By

Published : Mar 26, 2021, 4:50 PM IST

ୱାଶିଂଟନ: ନିଜର ଏକଛତ୍ରବାଦ ଶାସନ ଜରିଆରେ ବିଶ୍ବକୁ ନିଜ ଅଧିନରେ ରଖିବାକୁ ପ୍ରୟାସ କରୁଥିବା ଚୀନକୁ ଆମେରିକା ଠାରୁ ଲାଗିଛି ବଡ ଝଟକା । ନିକଟରେ ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କରିଥିବା ଜୋ ବାଇଡେନ ନିଜ ବୟାନ ମାଧ୍ୟମରେ ଡ୍ରାଗନକୁ ଦେଇଛନ୍ତି କଡା ଚେତାବନୀ । କୌଣସି ସ୍ଥଳେ ଚୀନକୁ ଆମେରିକା ଠୁ ଅଧିକ ଶକ୍ତିଶାଳୀ ହେବାକୁ ଦିଆଯିବ ନାହିଁ ବୋଲି ଜୋର ଦେଇ କହିଛନ୍ତି ବାଇଡେନ ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର କହିଛନ୍ତି, ସେ ଚୀନକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ହେବାକୁ ଦେବେ ନାହିଁ । ବିଶ୍ୱର ଦୁଇ ବୃହତ୍ତମ ଅର୍ଥନୈତିକ ଦେଶ ଭିତରେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଆମେରିକା ବିଜୟୀ ହେବା ପାଇଁ ବହୁ ବିନିଯୋଗ କରିବାକୁ ପ୍ରତିଜ୍ଞାବଦ୍ଧ ଥିବା କହିଛନ୍ତି ବାଇଡେନ ।

ବାଇଡେନ କହିଛନ୍ତି, ସେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଶାସନ କାଳରେ ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିବାବେଳେ ଚୀନ ପ୍ରତିପକ୍ଷ ସି ଜିନପିଙ୍ଗଙ୍କ ସହ ଘଣ୍ଟା ଘଣ୍ଟା ଧରି ସମୟ ବିତାଇଥିଲେ । ଚୀନ ରାଷ୍ଟ୍ରପତି ଗଣତନ୍ତ୍ର ନୁହେଁ ବରଂ ଏକଛତ୍ରବାଦରେ ବିଶ୍ବାସ କରୁଥିଲେଥିଲେ ବୋଲି ନିଜ ବୟାନରେ କହିଛନ୍ତି ବାଇଡେନ ।

ଡେମୋକ୍ରାଟିକ ରାଷ୍ଟ୍ରପତି କହିଛନ୍ତି, ସେ ଜିନପିଙ୍ଗଙ୍କୁ ସ୍ପଷ୍ଟ କରିଛନ୍ତି ଯେ ଆମେରିକା ମୁହାଁମୁହିଁ ହେବାକୁ ଚାହୁଁନାହିଁ, କିନ୍ତୁ ନ୍ୟାୟ ପ୍ରତିଯୋଗିତା, ନ୍ୟାୟଯୁକ୍ତ ବାଣିଜ୍ୟ ଏବଂ ମାନବିକ ଅଧିକାରର ସମ୍ମାନ ପାଇଁ ଚୀନକୁ ଅନ୍ତରାଷ୍ଟ୍ରୀୟ ନିୟମ ପାଳନ କରିବାକୁ ବାଧ୍ୟ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.